ରାତ୍ରି ଭୋଜନରେ ସାଲାଡ୍‌ ଖାଇବା ଅନୁଚିତ , ଜାଣନ୍ତୁ କାହିଁକି

ରାତ୍ରି ଭୋଜନରେ ସାଲାଡ୍‌ ଖାଇବା ଅନୁଚିତ , ଜାଣନ୍ତୁ କାହିଁକି

photo--navbharattimes

ରାତ୍ରି ଭୋଜନ ବା ‘ଡିନର୍‌’ସମୟରେ ଆମେ କମ୍‌ ମାତ୍ରାରେ ଖାଦ୍ୟ ଗ୍ରହଣ କରିବାକୁ ପସନ୍ଦ କରୁ। ରାତ୍ରି ଭୋଜନ ପରେ ତୁରନ୍ତ ଗରମ ପାଣି ପିଇବା ଅନୁଚିତ।ଏଭଳି କରିଲେ ଗ୍ୟାସର ସମସ୍ୟା ଉପୁଜିପାରେ। ରାତ୍ରି ଭୋଜନରେ ସାଲାଡ୍‌ର ପ୍ରୟୋଗ କରିବା ମଧ୍ୟ ବାରଣ କରାଯାଇଥାଏ। ଆୟୁର୍ବେଦ ଅନୁସାରେ ରାତିରେ ସାଲାଡ୍‌ ଖାଇଲେ ବାୟୁଦୋଷର ସମସ୍ୟା ଦେଖା ଦେଇପାରେ।

ରାତ୍ରି ଭୋଜନରେ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଭଲ। କାରଣ ଏହି ଖାଦ୍ୟ ଖାଇଲେ କୋଷ୍ଠକାଠିନ୍ୟତା,ଗ୍ୟାସ ଭଳି ସମସ୍ୟା ଉପୁଜିପାରେ।ଏହି ସମୟରେ ଚିନିଯୁକ୍ତ ଖାଦ୍ୟ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ। ଏହା କେବଳ ବ୍ଲଡସୁଗାର ପାଇଁ ହାନିକାରକ,ତା’ ନୁହେଁ ବରଂ ନିଦରେ ମଧ୍ୟ ବାଧା ଉପୁଜାଇଥାଏ।

publive-image photo-hindustantimes.com

ରାତିରେ କେତେକ ଖାଦ୍ୟ ଖାଇବା ଅନୁଚିତ। ସେଥିମଧ୍ୟରୁ ପ୍ରଥମଟି ହେଲା ଦହି। ଡିନର୍‌ରେ ଦହି ଖାଇଲେ ତାହା ଶରୀର ପାଇଁ କ୍ଷତିକାରକ,କାରଣ ରାତିରେ ଦହି ସେବନ କଲେ,ତାହା ହଜମ କ୍ରିୟାରେ ବିଘ୍ନ ଉପୁଯାଇଥାଏ। ଏହା ଫଳରେ ହଜମ ସଂପର୍କୀତ ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe