କରନ୍ତୁ ନାହିଁ ଏହି ୧୦ଟି ଭୁଲ୍‌ ! ନହେଲେ ବୟସ ପୂର୍ବରୁ ଦିଶିବେ ଅଧିକ ବୁଢ଼ା!

କରନ୍ତୁ ନାହିଁ ଏହି ୧୦ଟି ଭୁଲ୍‌ ! ନହେଲେ ବୟସ ପୂର୍ବରୁ  ଦିଶିବେ ଅଧିକ  ବୁଢ଼ା!

ସକାଳରୁ ଆରମ୍ଭ କରି ସଂନ୍ଧ୍ୟା ପର୍ଯ୍ୟନ୍ତ ଆମେ ଆମର ଜୀବନଶୈଳୀ ମଧ୍ୟରେ ଏପରି କିଛି ଭୁଲ୍‌ କୁ କରିବସିଥାଉ ,ଯାହାକି ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଯେଉଁ କାରଣକୁ ନେଇ ସମୟ ପୂର୍ବରୁ ହିଁ ଆମେ ବୟସ୍କ ଦେଖାଯାଇଥାଉ! ଆଉ ଯଦି ଆପଣ ଏହା ଉପରେ ଧ୍ୟାନ ଦେଇ ଚଳିବେ ତ,ତେବେ ଆପଣ ଏହି ସମସ୍ୟାରୁ ମୁକୁଳିପାରିବେ। ଏ ପ୍ରସଙ୍ଗରେ ମ୍ୟାକ୍ସ ହେଲ୍ଥ କେୟାର୍‌ ହସ୍ପିଟାଲ୍‌ର ଡ଼ର୍ମେଟୋଲେଜିଷ୍ଟ ଡ଼ା. ଅପୂର୍ବ ଜୈନ କହିଛନ୍ତି ଯେ,ଯୌବନ ସମୟରେ ବୟସ୍କ ଦେଖାଯିବାର ପ୍ରମୁଖ କାରଣ ହେଉଛି ବ୍ୟକ୍ତି ଦ୍ୱାରା କରାଯାଉଥିବା ଏହି ୧୦ଟି ଭୁଲ୍‌!

୧-ସଂପର୍କରେ ସମସ୍ୟା କାରଣକୁ ନେଇ: ସାଧାରଣତଃ ଲଗାତାର୍‌ ଦେଖାଯାଏ ଯେ ସଂପର୍କ ମଧ୍ୟରେ ସମସ୍ୟା କାରଣକୁ ନେଇ ବ୍ୟକ୍ତି ଚିନ୍ତାଗ୍ରସ୍ତ ରହିଥାଏ।ଯାହାକି ବ୍ୟକ୍ତିର ଶରୀର ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା କି ବ୍ୟକ୍ତିର ଚେହେରାରେ ସମୟ ପୂର୍ବରୁ ଝାଉଁଳି ପଡ଼ିବା ଭଳି ଦେଖାଯିବାକୁ ଲାଗେ ଓ ସେ ବୁଢ଼ା ଦିଶିଥାଏ।
୨-ସକାଳର ଜଳଖିଆ ନ ଖାଇବା କାରଣକୁ ନେଇ: ସକାଳର ଜଳଖିଆ ନ ଖାଇବା ଯୋଗୁଁ ବ୍ୟକ୍ତିକୁ ଦିନଭରି କ୍ଳାନ୍ତ ଏବଂ ଦୁର୍ବଳ ଲାଗିଥାଏ। ଫଳରେ ବ୍ୟକ୍ତିର ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ। ଏ ନେଇ ମଧ୍ୟ ବ୍ୟକ୍ତି ସମୟ ପୂର୍ବରୁ ବୟସ୍କ ଦେଖାଯିବାକୁ ଲାଗିଥାଏ।
୩-ଲଗାତାର ବସିରହିବା:ଏଥିସହିତ ଯଦି କୌଣସି ବ୍ୟକ୍ତି ଗୋଟିଏ ସ୍ଥାନରେ ବହୁତ ଘଣ୍ଟା ପର୍ଯ୍ୟନ୍ତ ବସିରହି କାର୍ଯ୍ୟକରେ,ତେବେ ତାହାର ଖାଦ୍ୟ ଠିକ୍‌ ଭାବରେ ଡ଼ାଇଜେଷ୍ଟ୍‍ ହୋଇ ନ ଥାଏ।ଯେଉଁ କାରଣକୁ ନେଇ ସମୟ ପୂର୍ବରୁ ହିଁ ବ୍ୟକ୍ତିର ମୋଟାପଣ ବଢ଼ିବା ସହିତ ଶରୀର ପ୍ରତି ମଧ୍ୟ ଏହା ତାହାର ଖରାପ ପ୍ରଭାବ ପକାଏ।
୪-କମ୍‌ ପରିମାଣରେ ପାଣିର ସେବନ:ଦିନଭରି ୭ରୁ ୮ ଗ୍ଲାସ୍‌ ପାଣିରୁ କମ୍‌ ପାଣିର ସେବନ ବ୍ୟକ୍ତିର ଶରୀରକୁ ହାଇଡ୍ରେଟ୍‌ କରିପାରି ନଥାଏ।ଏହା ଦ୍ୱାରା ତ୍ୱଚା ଶୁଷ୍କ ହେବାକୁ ଲାଗେ,ଯାହାକି ଝାଉଁଳି ପଡ଼ିବାର ପ୍ରମୁଖ କାରଣ ଅଟେ।
୫-ଅତ୍ୟଧିକ ମାଦକଦ୍ରବ୍ୟର ସେବନ:ସାଧାରଣତଃ ମଦ,ସିଗାରେଟ୍‌,ବିଡ଼ି ଏବଂ ଡ୍ରଗ୍ସର ସେବନ କରୁଥିବା ବ୍ୟକ୍ତିର ଶରୀରରେ କାଁର୍ଟିସୋଲ୍‌ ନାମକ ହର୍‌ମୋନ୍‌ ପ୍ରସ୍ତୁତ ହେବାକୁ ଲାଗିଥାଏ।ଏହା ଦ୍ୱାରା ଉକ୍ତ ବ୍ୟକ୍ତି ଜଣଙ୍କର ଅବସାଦ ବଢ଼ିବାକୁ ଲାଗେ ଏବଂ ସେ ମଧ୍ୟ ସମୟ ପୂର୍ବରୁ ବୁଢ଼ା ଦେଖାଯାଆନ୍ତି।
publive-image

୬-ଏକା ସାଂଗେ ଅନେକ କାର୍ଯ୍ୟ କରିବା:ତେବେ ବ୍ୟକ୍ତି ଯଦି ଏକା ସାଂଗରେ ଅନେକ କାର୍ଯ୍ୟ କରେ ତ,ସେଥିପାଇଁ ତାକୁ ଶକ୍ତିର ଆବଶ୍ୟକ ପଡ଼ିଥାଏ। ଫଳରେ ଷ୍ଟ୍ରେସ୍‌ ମଧ୍ୟ ବଢ଼ିବାକୁ ଲାଗେ।ଏହା ଦ୍ୱାରା ବ୍ରେନ୍‌ ଏବଂ ହାର୍ଟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
୭-ସଂପୂର୍ଣ୍ଣ ନିଦ ନ ଶୋଇବା:କେତେକ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ,ଯଦି ଆମେ ରାତି ମଧ୍ୟରେ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇନଥାଉ,ତେବେ ଏହା ଆମ ଶରୀରରେ ଷ୍ଟ୍ରେସ୍‌,ହାର୍ଟ ଡ଼ିଜିଜ୍‌ ଏବଂ ହାଇ ବିପିର ସମସ୍ୟା ଆଣିଦେଇଥାଏ, ଯାହାକି ଆମକୁ ସମୟ ପୂର୍ବରୁ ହିଁ ବୁଢ଼ା କରିଦିଏ।
୮-ଅସ୍ୱାସ୍ଥ୍ୟକର ଖାଦ୍ୟର ସେବନ: ଡ଼ାଏଟ୍‌ରେ ଯଦି ବ୍ୟକ୍ତି କ୍ଷୀର,ଦହି,ପନିର୍‌,ସବୁଜ ପନିପରିବା ବା ଅଣ୍ଡା,ମାଛ,ଚିକେନ୍‌,ମଟନ୍‌ ଭଳି ଖାଦ୍ୟକୁ ତାହାର ସେବନ ନ କରେ ଯାହାକି ଶରୀର ଲାଗି ଉପଯୋଗୀ ଅଟେ,ତେବେ ତାହାକୁ ନ୍ୟୁଟ୍ରିସନ୍‌ ମିଳେନାହିଁ। ଏହାଦ୍ୱାରା ମଧ୍ୟ ବ୍ୟକ୍ତି ତାହାର ବୟସ ତୁଳନାରେ ବୃଦ୍ଧ ଲାଗିଥାଏ।
୯-ସନ୍‌ସ୍କ୍ରିନ୍‌ ଲୋସନ୍‌ର ବ୍ୟବହାର ନ କରିବା:ସାଧାରଣତଃ ବାହାରକୁ ଯିବା ପୂର୍ବରୁ ଯଦି ବ୍ୟକ୍ତି ସନ୍‌ସ୍କ୍ରିନ୍‌ ଲୋସନ୍‌ର ବ୍ୟବହାର ନ କରେ ତ,ତେବେ ସୂର୍ଯ୍ୟଙ୍କ ପ୍ରଖର କିରଣର ପ୍ରଭାବ ସିଧା ହିଁ ତାହାର ତ୍ୱଚାରେ ପଡ଼ିଥାଏ।ଏହାଦ୍ୱାରା ତ୍ୱଚାର ରଂଗ ଏବଂ ନମନୀୟତା ଉଭୟ କମ୍‌ ହେବାକୁ ଲାଗିଥାଏ।
୧୦-ଏକ୍ସରସାଇଜ୍‌ ନ କରିବା : ଯଦି ବ୍ୟକ୍ତି ତାହାର ପ୍ରତ୍ୟେକ ଦିନର ରୁଟିନ୍‌ରେ ପ୍ରାତଃ କାଳରେ ତାହାର ଏକ୍ସରସାଇଜ୍‌କୁ ସାମିଲ୍‌ କରିନଥାଏ,ତେବେ ସେ ଫିଟ୍‌ ରହେନି।ସର୍ବଦା ମୋଟାପଣ,ବଦହଜମି,ଏସିଡ଼ିଟି ଏବଂ କବ୍ଜର ସମସ୍ୟା ତାକୁ ମାଡ଼ି ବସିଥାଏ।ଯାହାକି ସମୟ ପୂର୍ବରୁ ହିଁ ତାଙ୍କୁ ବୁଢ଼ା କରିଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe