ସ୍ନାନ ବେଳେ ଏସବୁ ଅଭ୍ୟାସ ପରିତ୍ୟାଗ କରନ୍ତୁ!

Advertisment
ସ୍ନାନ ବେଳେ ଏସବୁ ଅଭ୍ୟାସ ପରିତ୍ୟାଗ କରନ୍ତୁ!

Nova 969

ଗ୍ରୀଷ୍ମ ହେଉ କି ଶୀତ, ବର୍ଷା ହେଉ କି ବସନ୍ତ ପ୍ରତ୍ୟେକ ଋତୁରେ ମଣିଷ ନିତିଦିନ ସ୍ନାନ କରିଥାଏ। ନିଜ ଶରୀରକୁ ସ୍ୱଚ୍ଛ ରଖିବା ଲାଗି ସ୍ନାନ ଜରୁରୀ। କିନ୍ତୁ କ’ଣ ଆପଣ ଜାଣନ୍ତି କି ବେଶୀ ସମୟ ଧରି ସ୍ନାନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏଣୁ ସ୍ନାନ ସମୟରେ କ’ଣ ନ କରିବା ଉଚିତ୍‌, ତାହା ଜାଣନ୍ତୁ:

ଆପଣଙ୍କୁ ଗାଧୋଇବା ଲାଗି ବହୁତ ଭଲ ଲାଗୁଥିଲେ ବି ବେଶୀ ସମୟ ଧରି ସାଓ୍ଵାର୍‌ ତଳେ ଓ୍ଵାଟର ଟବ୍‌ରେ ରହନ୍ତୁ ନାହିଁ। ବେଶି ସମୟ ଧରି ଗାଧୋଇଲେ ଶରୀରରେ ଥିବା ଲବଣ ଅଂଶ କମିଯାଇଥାଏ।ଏଣୁ ଅତିବେଶିରେ ୧୦ରୁ ୧୫ ମିନିଟ୍‌ ଗାଧୋଇବା କାମ ଶେଷ କରିବା ଉଚିତ।

publive-image TheHealthSite.com

କିଛି ଲୋକଙ୍କର ଉଷ୍ମଜଳରେ ସ୍ନାନ କରିବାର ଅଭ୍ୟାସ ରହିଛି।ସେମାନେ କେବଳ ଶୀତ ଦିନେ ନୁହେଁ,ବରଂ ଖରାଦିନେ ବି ଏଥିରେ ଅଭ୍ୟସ୍ତ ରହିଥା’ନ୍ତି। କିନ୍ତୁ ମନେ ରଖନ୍ତୁ ଅଧିକ ଗରମ ଜଳରେ ଗାଧୋଇବା କ୍ଷତିକାରକ। ଏହାଦ୍ୱାରା ଶରୀରରେ ଥିବା ପ୍ରାକୃତିକ ତୈଳ ଅଂଶ ହ୍ରାସ ପାଇବାର ଆଶଙ୍କା ରହିଛି।ଏଣୁ ହାଲୁକା ଗରମ ପାଣିରେ ସ୍ନାନ କରିବା ବିଧେୟ।

ଲୋକେ ଭାବନ୍ତି ଯେ,ଯେଉଁ ସାବୁନରୁ ବେଶି ଫେଣ ବାହାରେ ସେହି ସାବୁନ ଲଗାଇ ଗାଧୋଇବା ଭଲ। କିନ୍ତୁ ତ୍ୱଚା ବିଶେଷଜ୍ଞଙ୍କ ମତ ଭିନ୍ନ। ଏହାଫଳରେ ଆପଣଙ୍କର ତ୍ୱଚା ଶୁଷ୍କ ହେବାର ଆଶଙ୍କା ରହିଛି।ତେବେ ଶରୀରର କାଖ, ଗୁପ୍ତାଙ୍ଗ ଓ ମୁହଁରେ ସାବୁନ୍‌ ଭଲ ଭାବେ ଲଗାଇ ଧୋଇବା ଜରୁରୀ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିଦିନ କେଶ ଧୋଇବା ଅନୁଚିତ। ସ୍ନାନ ପରେ ତ୍ୱଚାରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe