Daily Mail
ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ବେଳେ ବେଳେ କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର ଉପରେ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ତା’ର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ ।
୧.ପୋଷକରେ ଭରପୂର ଥିବା କଦଳୀ ଶରୀର ପାଇଁ ବେଶ ଲାଭଦାୟକ । କିନ୍ତୁ ଖାଲି ପେଟରେ ଏହାକୁ ଖାଇଲେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ି ଯାଇଥାଏ । ଯାହା ଦ୍ୱାରା ରକ୍ତରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମର ମାତ୍ରାରେ ସନ୍ତୁଳନ ରହି ନ ଥାଏ ।
୨.ଟମାଟୋରେ ଅଧିକ ମାତ୍ରରେ ଏସିଡ୍ ରହିଥାଏ । ଖାଲି ପେଟରେ ଆଗରୁ ଏସିଡ୍ ଭରି ରହିଥିବା ବେଳେ ସେ ସମୟରେ ଟମାଟୋ ଖାଇବା ଦ୍ୱାରା ପେଟ ମଧ୍ୟରେ ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଥାଏ । ଫଳରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖାଯିବାର ଆଶଙ୍କା ବଢ଼ି ଯାଇଥାଏ ।
୩.ଖାଲି ପେଟରେ ଔଷଧର ସେବନ ଜମା ବି କରନ୍ତୁ ନାହିଁ । ଏପରି କଲେ ପେଟରେ ଏସିଡ୍ ହେବାର ସମସ୍ୟା ଦେଖା ଯାଇଥାଏ । ଔଷଧ ଖାଇବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନିହାତି ଭାବରେ ନିଅନ୍ତୁ ।
୪.କିଛି ଲୋକ ସକାଳୁ ଉଠୁ ଉଠୁ ମସଲା ଜାତୀୟ ଖାଦ୍ୟ ବା ଚଟ୍ପଟା ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏପରି ଖାଦ୍ୟ ଖାଇବା ଦ୍ୱାରା ପେଟଜନିତ ସମସ୍ୟା ଦେଖାଯିବା ସହ ଖାଦ୍ୟ ଠିକ୍ ଭାବରେ ହଜମ ହୋଇ ନଥାଏ।
Follow Us