ଏହି ସବୁ ଖାଦ୍ୟ ଏକ ସଙ୍ଗେ ଖାଇବା ଅନୁଚିତ, ହୋଇପାରେ କ୍ଷତିକାରକ

Advertisment
ଏହି ସବୁ ଖାଦ୍ୟ ଏକ ସଙ୍ଗେ ଖାଇବା ଅନୁଚିତ, ହୋଇପାରେ  କ୍ଷତିକାରକ

Free Press Journal

ଆୟୁର୍ବେଦରେ ଏମିତି କିଛି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଏକ ସଙ୍ଗେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ହୁଏତ ବହୁତ କମ୍‌ ଲୋକ ଏହି ବିଷୟରେ ଜାଣିଥିବେ । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା ଏକ ସଙ୍ଗେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

-କୋଲଡ୍ରିଙ୍କ୍‌ସ ପରେ କିମ୍ବା ପୂର୍ବରୁ କିଛି ବି ପେପରମିଣ୍ଟ୍‌ ଯୁକ୍ତ ପାନମସଲା ବା ଅନ୍ୟ କିଛି ଜିନିଷ ସେବନ କରିବା ଉଚିତ୍‌ ନୁହେଁ ।
-ଆଳୁ ଏବଂ ଭାତକୁ ଏକା ସାଙ୍ଗରେ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟର ସମସ୍ୟା ହୋଇଥାଏ ।

publive-image WordPress.com

- ପିଆଜ ଏବଂ କ୍ଷୀରକୁ ଏକା ସଙ୍ଗରେ ଖାଇବା ଅନୁଚିତ । ଏହା ଖାଇବା ଦ୍ୱାରା ତ୍ୱଚା ରୋଗ ହେବାର ଆଶଙ୍କା ରହିଥାଏ ।
- ଦହି ଏବଂ ମାଛ ଏକା ସହିତ ଖାଇବା ଉଚିତ୍‌ ନୁହେଁ । ଏମିତି ଖାଇବା ଦ୍ୱାରା ଗ୍ୟାସ୍‌, ଆଲର୍ଜି ଏବଂ ଚର୍ମ ରୋଗ ଆଦି ହେବାର ଆଶଙ୍କା ରହିଛି । ମହୁକୁ ମଧ୍ୟ ଗରମ ଜିନିଷ ସହିତ ଖାଇବା ଅନୁଚିତ ।
- ଖାଦ୍ୟ ସହିତ ଫଳ ଖାଇବା ଅନୁଚିତ । ଦୁଇଟି ଖାଦ୍ୟର କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ୍‌ର ପାଚନ ପ୍ରକ୍ରିୟା ଅଲଗା ହୋଇଥାଏ ।
- କ୍ଷୀର ସହ ଲେମ୍ବୁ ସେବନ କରିବା ଅନୁଚିତ । ଏମିତି ସେବନ କରିବା ଦ୍ୱାରା ଏସିଡିଟି ହୋଇଥାଏ ।

publive-image curehemorrhoidspiles.com

- କ୍ଷୀର ସହିତ ଦହି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।
-ଚିକେନ୍‌ ସହିତ ମିଠା ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇଥାଏ ।
-ଦହି ସହିତ ପରଟା ବା ଅନ୍ୟ ତେଲ ଜିନିଷ ଖଇବା ଦ୍ୱାରା ହଜମ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।
-କଫି, ଚା’ରେ ମହୁର ଉପଯୋଗ କରିବା ଅନୁଚିତ । ଏକା ସଙ୍ଗରେ ସେବନ କରିବା ଦ୍ୱାରା ବିଷ ସମାନ କାମ କରିଥାଏ ।
-ମାଛ, ମାଂସ ସହିତ ମହୁ ସେବନ କରିବା ଅନୁଚିତ ।
-ଚିନି ସହିତ ମହୁ ମିଶାଇବା ଯାହା ଅମୃତ ସହିତ ବିଷ ମିଶାଇବା ତାହା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe