ଏମାନେ ଭୁଲ୍‌ରେ ବି ବାଦାମ ଖାଇବା ଉଚିତ ନୁହେଁ!

Advertisment
ଏମାନେ ଭୁଲ୍‌ରେ ବି ବାଦାମ ଖାଇବା ଉଚିତ ନୁହେଁ!

ପିଲାମାନଙ୍କୁ ସକାଳେ ମାଆମାନେ ବାଦାମ ଖାଇବାକୁ ଦେଇ ଥାଆନ୍ତି। କୁୁହାଯାଏ ଯେ,ଏପରି କଲେ ମସ୍ତିଷ୍କ ସୁସ୍ଥ ରହିଥାଏ। ଖାଲି ସେତିକି ନୁହେଁ ଏହା ମସ୍ତିଷ୍କର କ୍ଷମତାକୁ ବି ବଢ଼ାଇଥାଏ।

ବାଦାମରେ ପ୍ରୋଟିନ୍‌,ଭିଟାମିନ୍‌ ଓ ମିନେରାଲ୍‌ ଆଦି ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ।ଏହାକୁ ଖାଇଲେ ତ୍ୱଚା ବି ସୁସ୍ଥ ଓ ସତେଜ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ........

ପ୍ରଥମତଃ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ରୋଗ ରହିଛି,ସେମାନଙ୍କୁ ବାଦାମ ଖାଇବା ମନା,କାରଣ ରକ୍ତଚାପ ଔଷଧ ସେବନ କରୁଥିବା ହେତୁ ଏହାର ଖରାପ ପ୍ରତିକ୍ରିୟା ପଡ଼ିଥାଏ ଶରୀର ଉପରେ।

ଯଦି ଆପଣଙ୍କର କିଡ଼୍‍ନିରେ ଷ୍ଟୋନ୍‌ ହୋଇଛି ବା ଗଲବ୍ଲଡ଼ର୍‌ ସଂପର୍କୀତ କୌଣସି ସମସ୍ୟା ରହିଛି ,ତେବେ ବାଦାମ ଖାଇବା ଠିକ୍‌ ନୁହେଁ , କାରଣ ଏଥିରେ ଅକ୍ସଲେଟ୍‌ର ମାତ୍ରା ଅଧିକ ରହିଥାଏ।

publive-image

ଯଦି ଆପଣଙ୍କର ହଜମ ସମସ୍ୟା ଥାଏ,ତେବେ ବାଦାମ ଖାଇବାରୁ ମଧ୍ୟ ନିବୃତ୍ତ ହେବା ଉଚିତ। ଠିକ୍‌ ସେହିପରି ଯଦି ଏସିଡ଼ିଟି ସମସ୍ୟା ଅଛି,ତେବେ ବାଦାମ ନ ଖାଇବା ଭଲ।

ଯେଉଁମାନେ ମୋଟାପଣର ଶିକାର ହୋଇଛନ୍ତି, ସେମାନେ ମଧ୍ୟ ବାଦାମ ନ ଖାଇବା ଭଲ। କାରଣ ଏଥିରେ କ୍ୟାଲୋରିରର ମାତ୍ରା ଅଧିକ।

ଯଦି ଆପଣ ଅସୁସ୍ଥ ଅଛନ୍ତି ଏବଂ ଆଣ୍ଟିବାୟୋଟିକ୍‌ ସେବନ କରୁଥା’ନ୍ତି, ତେବେ ବାଦାମ ଖାଇବା ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe