ଶୋଇବା ପୂର୍ବରୁ ଏସବୁ ପିଇଲେ ଭଲ ନିଦ ହୁଏ, ଆଉ ଶରୀରର ଓଜନ ବି କମିଥାଏ

Advertisment
ଶୋଇବା ପୂର୍ବରୁ ଏସବୁ ପିଇଲେ ଭଲ ନିଦ ହୁଏ, ଆଉ ଶରୀରର ଓଜନ ବି କମିଥାଏ

image source--the telegraph

ବିଳମ୍ବିତ ରାତ୍ରିରେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। କିନ୍ତୁ ଏମିତି କିଛି ପାନୀୟ ଅଛି,ଯାହାକୁ ଶୋଇବା ପୂର୍ବରୁ ପିଇଲେ ଓଜନ ବୃଦ୍ଧି ପାଇବ ନାହିଁ।

publive-image image source-usatoday

ପ୍ରଥମଟି ହେଲା ଦୁଗ୍ଧପାନ।ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍‌ ଭଲ ନିଦ ଆସେ।ତା’ ଛଡ଼ା ଶରୀରରେ ଯେତେ ଚାପ ଥିଲେ ତାହା କମିବା ସହିତ ଶରୀରରେ ଓଜନ ମଧ୍ୟ କମିଥାଏ।
ଠିକ୍‌ ସେହିପରି ଲୋ କାଲୋରି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ। ଏଥିରେ ଆଦୌ କାଲୋରି ନ ଥାଏ।
ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍‌ନେସ କମିଥାଏ।

publive-image image source-express.co.uk

କେମୋମାଇଲ୍‌ ଟି ସେବନ କରିଲେ ମଧ୍ୟ ଓଜନ କମିଥାଏ।ଏହି ଚା’ ପିଇଲେ ଗ୍ଲିସିନର ସ୍ତରରେ ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।
ଶୋଇବା ପୂର୍ବରୁ ଏକ ଗ୍ଲାସ ବାତାପିର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ। ଖାଲି ସେତିକି ନୁହେଁ ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe