ଏଇ ୧୦ଟି ସମସ୍ୟା ଥିଲେ ପିଅନ୍ତୁ କାଗେଜି ଲେମ୍ବୁ ପାଣି

Advertisment
ଏଇ ୧୦ଟି ସମସ୍ୟା ଥିଲେ ପିଅନ୍ତୁ କାଗେଜି ଲେମ୍ବୁ ପାଣି

Image Courtesy of The Speaking Tree

ଛୋଟିଆ ଫଳ କାଗେଜି ଲେମ୍ବୁରେ ଭରପୂର ହୋଇ ରହିଛି ପ୍ରଚୁର ଆଣ୍ଟି ଅକ୍ସଡାଣ୍ଟ୍‌। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍‌ ଉପକାରୀ। ଶରୀର ପାଇଁ ଆବଶ୍ୟକ ଭିଟାମିନ୍‌ ସି ଛଡ଼ା କାଗେଜି ଲେମ୍ବୁରେ ପ୍ରାକୃତିକ ଅବସ୍ଥାରେ ରହିଥିବା ଅନେକ ଶକ୍ତିଶାଳୀ ଫଟୋକେମିକାଲ୍‌ ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ। ଦୈନିକ ନିୟମିତ ଗିଲାସେ କାଗେଜି ଲେମ୍ବୁ ପାଣି ପିଇଲେ ମଧ୍ୟ ବହୁ ରୋଗ ଏଡ଼ାଇ ହେବ।

publive-image Image Courtesy of The Speaking Tree

୧. ମୁଖ ବ୍ରଣ: ମୁଖବ୍ରଣ ଉପସମ ପାଇଁ କାଗେଜି ଲେମ୍ବୁ ଖୁବ୍‌ ଫଳପ୍ରଦ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଉପାଦାନ ଥିବାରୁ ଏହା ବ୍ରଣ ସୃଷ୍ଟିକାରୀ ବ୍ୟାକ୍ଟେରିଆଙ୍କ ସହ ଲଢ଼େଇ କରିଥାଏ। କାଗେଜି ଲେମ୍ବୁ ପାଣିକୁ ଫେସ୍‌ଓ୍ଵାସ୍‌ ଭାବେ ବ୍ୟବହାର କଲେ ଏହା ଚର୍ମରୁ ମୃତ କୋଷିକା ବାହାର କରିଦେବା ସହ ମୁହଁରୁ ତୈଳାକ୍ତ ଅଂଶ କାଟି ଦିଏ।

publive-image Image Courtesy of The Speaking Tree

୨. ଅରୁଚି: ନିୟମିତ କାଗେଜି ଲେମ୍ବୁ ପାଣି ପିଇଲେ ପାଚନ ଶକ୍ତି ବୃଦ୍ଧି ପାଏ। ତେଣୁ ସବୁବେଳେ ସାଦା ପାଣିରେ କେତେ ବୁନ୍ଦା କାଗେଜି ଲେମ୍ବୁ ପାଣି ପିଇଲେ ଅରୁଚି କଟିବା ସହ କ୍ଷୁଧା ବଢ଼ିଥାଏ।

publive-image Image Courtesy of The Speaking Tree

୩. ବୃକ୍କ ପଥୁରୀ: ବୃକ୍କରେ ପଥର ହୋଇଥିଲେ କାଗେଜି ଲେମ୍ବୁ ପାଣି ପଇବା ଉଚିତ। କାଗେଜି ଲେମ୍ବୁ ପାଣିରେ ଥିବା ପ୍ରାକୃତିକ ସାଇଟ୍ରେଟ୍‌ ବୃକ୍କରେ ହୋଇଥିବା ପଥୁରିକୁ ନଷ୍ଟ କରି ପକାଏ ଏବଂ ପଥୁରି ହେଉଥିଲେ ତାହାକୁ କରାଇ ଦିଏ ନାହିଁ।

publive-image Image Courtesy of The Speaking Tree

୪. ରୋଗ ପ୍ରତିରୋଧକ ଶକ୍ତି ହ୍ରାସ: ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ଖୁବ୍‌ ଶୀଘ୍ର ଥଣ୍ଡା ଧରି ପକାଏ। କାଗେଜି ଲେମ୍ବୁ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏଥିରେ ଥିବା ଭିଟାମିନ୍‌ ସି ହିଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଅତ୍ୟଧିକ ଚାପଗ୍ରସ୍ତ ଥିବା ବ୍ୟକ୍ତି ଶରୀରୁ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମି ଯାଏ। ତେଣୁ ସେମାନେ କାଗେଜି ଲେମ୍ବୁ ପାଣି ପିଇବା ଆବଶ୍ୟକ।

publive-image Image Courtesy of The Speaking Tree

୫. ସର୍ଦ୍ଦି ଥଣ୍ଡା: ଥଣ୍ଡା ଧରି ନାକରୁ ପାଣି ଗଡୁଥିଲେ କାଗେଜି ଲେମ୍ବୁ ପାଣି ପିଇବା ଆବଶ୍ୟକ। ଏହା ଶରୀରରୁ ଜଳୀୟ ଅଂଶ କମାଇ ଦିଏ ନାହିଁ। ଏଥିରେ ଟିକେ ମହୁ ମିଶାଇ ପିଇଲେ ଜଲ୍‌ଦି ଉପସମ ମିଳିବ।

publive-image Image Courtesy of The Speaking Tree

୬. ପ୍ରଦାହ: ଆଜ୍‌ମା ଏବଂ ଅନ୍ୟାନ୍ୟ ଶ୍ୱାସନଳୀ ସଂକ୍ରାନ୍ତ ବେମାରି ଭୋଗୁ ଥିବା ବ୍ୟକ୍ତିମାନେ କାଗେଜି ଲେମ୍ବୁ ପାଣି ପିଇବା ଜରୁରି। ଏଥିରେ ଥିବା ଭିଟାମିନ୍‌ ସି’ରେ ପ୍ରଦାହ ନିରୋଧୀ ପ୍ରଭାବ ରହିଛି। ଗଣ୍ଠିରୁ ୟୁରିକ୍‌ ଏସିଡ୍‌ ଜମିବା କମାଇ ଦେଇ ଏହା ଗଣ୍ଠି ପ୍ରଦାହ କମାଇ ଦିଏ।

publive-image Image Courtesy of The Speaking Tree

୭. ମସ୍ତିଷ୍କ ଯନ୍ତ୍ରଣା: ମାତ୍ରାଧିକ ମଦ୍ୟପାନ ଯୋଗୁଁ ହେଉଥିବା ମସ୍ତିଷ୍କ ଯନ୍ତ୍ରଣା ଉପସମ ପାଇଁ କାଗେଜି ଲେମ୍ବୁ ପାଣି ଖୁବ ଫଳପ୍ରଦ। ଶରୀରରୁ ବିଷକ୍ରିୟା ସୃଷ୍ଟିକାରୀ ପଦାର୍ଥ କାଟି ଏହା ଲିଭର୍‌କୁ ଉତ୍ତମ ରୂପେ କାମ କରାଇବାରେ ସହାୟକ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଗିଲାସେ ପାଣିରେ ଫାଳେ କାଗେଜି ଲେମ୍ବୁ ଚିପୁଡ଼ି ପିଅନ୍ତୁ।

publive-image Image Courtesy of The Speaking Tree

୮. ପେଶୀ ଦରଜ: କାଗେଜି ଲେମ୍ବୁ ପାଣି ପିଇବା ଦ୍ୱାରା ମାଂସପେଶୀ ଉତ୍ତମ ରୂପେ କାର୍ଯ୍ୟ କରେ। କାଗେଜି ରସ ଶରୀରରେ ଜମୁଥିବା ଲାକ୍‌ଟିକ୍‌ ଏସିଡ୍‌କୁ କମାଇ ଦିଏ।

publive-image Image Courtesy of The Speaking Tree

୯. ଖାଦ୍ୟ ବିଷକ୍ରିୟା: କାଗେଜି ଲେମ୍ବୁ ପାଣି ଶରୀରରେ ଥିବା ବ୍ୟାକ୍‌ଟେରିଆ ଏବଂ ଜୀବାଣୁ ମାରି ପକାଏ। ବାରମ୍ବାର ଖାଦ୍ୟ ବିଷକ୍ରିୟା ଭୋଗୁ ଥିବା ଲୋକେ ଏହା ପିଇବା ଉଚିତ। ଏଥିରେ ଥିବା ଏସିଡ୍‌ ଖାଦ୍ୟର ବିଷକ୍ରିୟା କାଟି ପକାଏ।

publive-image Image Courtesy of The Speaking Tree

୧୦. ପେଟଫମ୍ପା: ପେଟ ଫାମ୍ପିବା ସମସ୍ୟା ଥିଲେ କାଗେଜି ଲେମ୍ବୁ ପାଣି ପିଇବା ଭଲ। ଛାତି ପୋଡ଼ିବା ଠାରୁ ଆରମ୍ଭ କରି ଅମ୍ଳ ଯାଏଁ ସବୁ ବିକାର ଦୂର କରେ କାଗେଜି ପାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe