କାକୁଡ଼ି ଜୁସ୍‌ ପିଅନ୍ତୁ; ୧ ମାସ ମଧ୍ୟରେ ପତଳା ହୁଅନ୍ତୁ

କାକୁଡ଼ି ଜୁସ୍‌ ପିଅନ୍ତୁ; ୧ ମାସ ମଧ୍ୟରେ ପତଳା ହୁଅନ୍ତୁ

କାକୁୁଡ଼ି ସଂପର୍କରେ ଆଗରୁ ଗୁଡ଼ାଏ କଥା ଆମେ ଆପଣଙ୍କୁ ଜଣାଇ ସାରିଛୁ। କାକୁଡ଼ି ଏକ ଏପରି ଖାଦ୍ୟ ଯାହା କେବଳ ସୁସ୍ୱାଦୁ ନୁହେଁ, ବରଂ ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ ଯେଉଁମାନେ ଡାଏଟ୍‌ରେ ରୁହନ୍ତି ସେମାନେ ନିଜର ଖାଦ୍ୟ ତାଲିକାରେ କକୁଡ଼ି ନିଶ୍ଚୟ ସାମିଲ୍‌ କରନ୍ତି। ଚର୍ବି ଖସାଇବା ପାଇଁ ଏହା ଖୁବ୍‌ ଭଲ ହୋଇଥାଏ।

କାକୁଡ଼ି ପରି କାକୁଡ଼ି ରସ(ଜୁସ୍‌) ବି ଭାରି ଉପକାରୀ। ଖାସ୍‌ କରି ଆପଣ ଯଦି ନିଜ ମୋଟାପଣକୁ ନେଇ ଚିନ୍ତିତ କିମ୍ବା ଚର୍ବି ଖସାଇବାକୁ ଚାହାନ୍ତି ତେବେ ଆପଣ କାକୁଡ଼ି ରସକୁ ପିଇବା ଆରମ୍ଭ କରି ପାରନ୍ତି। କାକୁଡ଼ି ରସ ସୁସ୍ଥକର ହେବା ସହ ପତଳା ଶରୀର ପାଇଁ ମଧ୍ୟ ସହାୟ ହୋଇଥାଏ।

publive-image

କାକୁଡ଼ି ଜୁସ୍‌ ପ୍ରସ୍ତୁତ କରିବା ପାଇଁ ଗୋଟିଏ କାକୁଡ଼ି, ଗୋଟିଏ ବିଡ଼ା ଧନିଆ ପତ୍ର, ଗୋଟିଏ ଲେମ୍ବୁ, ଗୋଟିଏ ଟେବୁଲ୍‌ ଚାମଚ ଅଦା ବଟା, ଗୋଟିଏ ଟେବୁଲ୍‌ ଚାମଚ ଆଲୋବେରା ରସ ଏବଂ ଗୋଟିଏ ଗ୍ଲାସ୍‌ ପାଣି ନିଅନ୍ତୁ।

ଏସବୁକୁ ମିଶାଇ ଗ୍ରାଇଣ୍ଡରେ ପେସି କରି ଜୁସ୍‌ ତିଆରି କରନ୍ତୁ। ଏହି ଜୁସ୍‌କୁ ରାତିରେ ଖଟକୁ ଯିବା ପୂର୍ବରୁ ପିଇକରି ଶୁଅନ୍ତୁ। ଆପଣ ଏହାକୁ ୧ ମାସ ରୀତିମତ ପିଇବା ପରେ ପ୍ରଭାବ ନିଜେ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe