ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌

ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌

Hindustan News Hub

ଆପଣ ଜାଣନ୍ତି ଯେ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଭଲ। ବିଶେଷ କରି କ୍ଷୀରରୁ ମିଳୁଥିବା ପ୍ରୋଟିନ୍‌ ଓ ଏମିନୋ ଏସିଡ୍‌ ରାତିରେ ଭଲ ନିଦ୍ରା କରାଏ ବୋଲି ଆମର ବିଶ୍ବାସ ରହିଛି।ପ୍ରତ୍ୟେକ ଦିନ ୧ ଗ୍ଲାସ୍‌ କ୍ଷୀର ପିଇବା ଦ୍ବାରା ଶରୀର ନିରୋଗ ରହିଥାଏ ବୋଲି ଆମେ ଜାଣନ୍ତି। ଆପଣ ଏକଥା ବି ଜାଣନ୍ତି ଯେ କ୍ଷୀରରେ ଭିଟାମିନ୍‌ ଏ, ବି୨ ଏବଂ ବି୧୨ ଥାଏ। ମାତ୍ର କିଛି ଲୋକ କ୍ଷୀର ପିିଇବା ପରେ ନାନା ପ୍ରକାରର ସମସ୍ୟାକୁ ସାମ୍ନା କରିଥାନ୍ତି।

ସାଧାରଣତଃ ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇ ଶୋଇଥାନ୍ତି। ଶୋଇବା ପୂର୍ବରୁ ଗରମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ ବୋଲି ଆମେ ଜାଣନ୍ତି। ମାତ୍ର ମନେ ରଖନ୍ତୁ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଉଛି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଅନୁଚିତ।

ହେଲେ କାର୍ଲିଫର୍ଣ୍ଣିଆସ୍ଥିତ ଗ୍ୟାସ୍‌ଷ୍ଟ୍ରୋଲୋଜି ଡାକ୍ତର ପଲିନଅପ୍ପନ ମଣିକ୍କମ୍‌ ସୋସିଆଲ୍‌ ମିଡିଆରେ ପୂର୍ବରୁ ସେୟାର୍‌ କରିଥିବା ଏକ ଭିଡିଓ ଦେଖିଲେ ଆପଣ ଆଉ ରାତିରେ କ୍ଷୀର ପିଇବାକୁ ଉଚିତ ମଣିବେ ନାହିଁ।

ସେ ସେୟାର କରିଥିବା ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି ‌ଯେ ୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍‌ ଏନ୍‌ଜାଇମ୍‌ ହ୍ରାସ ପାଇବାକୁ ଲାଗେ। ଫଳରେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗେ। ରାତିରେ କ୍ଷୀର ପିଇ ଶୋଇଲେ ଶରୀର ପକ୍ଷେ ତାହାକୁ ହଜମ କରିବା ଆହୁରି କଷ୍ଟକର ହୋଇପଡ଼େ।

ଯଦି ଆପଣଙ୍କ ପାଚକ ପ୍ରକ୍ରିୟାରେ କୌଣସି ଅସୁବିଧା ଥାଏ ତ ଆପଣ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ବାରା ଅସୁବିଧା ଆହୁରି ବଢ଼ିଯାଏ। ଏହି କାରଣରୁ ଅତି କମ୍‌ରେ ଶୋଇବାର ୧ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe