image source--the telegraph
ଅଧିକାଂଶ ଲୋକ ସକାଳେ ଉଠିବା ମାତ୍ରେ ପାଣି ପିଇଥାନ୍ତି। କେହି କେହି ପୂର୍ବ ରାତିରୁ ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇଥାନ୍ତି ତ ପୁଣି ଆଉ କେହି କେହି ଅଳ୍ପ ଉଷୁମ ପାଣି ପିଇବାରେ ଅଭ୍ୟସ୍ତ। ତେବେ ସେ ଯାହା ହେଉନା କାହିଁକି ଏହା ଏକ ଭଲ ଅଭ୍ୟାସ ବୋଲି ବିଚାର କରାଯାଏ। କାରଣ, ଆମ ସମସ୍ତଙ୍କୁ ଜଣା ଯେ ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ହିତକାରକ।
କିନ୍ତୁ ଆପଣ ଜାଣନ୍ତି କି ସକାଳେ ଶୋଇବାରୁ ଉଠିବା ମାତ୍ରେ ମୁହଁ ଧୋଇବା ପୂର୍ବରୁ ପାଣି ପିଇଲେ ବି ଫାଇଦା ମିଳିଥାଏ। ଆପଣ ଏକଥା ଶୁଣି ଭାବୁଥିବେ ଯେ, ବ୍ରସ୍ ନ କରି ପାଣି ପିଇବା କେମିତି ଶରୀର ପାଇଁ ଠିକ୍?
image source-healthlineସକାଳେ ଉଠିବା ମାତ୍ରେ ବାସି ମୁହଁରେ ପାଣି ପିଇଲେ ଆମ ଶରୀରର ହଜମ କ୍ରିୟା ଅଧିକ ମଜଭୁତ୍ ହୋଇଥାଏ ଓ ଖାଇବାର ଡିକଂପୋଜିସନ୍ ବଢ଼ିଥାଏ। ରାତିରେ ଶୋଇବା ସମୟରେ ମୁହଁରେ ଲାଳ ଥାଏ। ସକାଳୁ ଉଠି ପାଣି ପିଇଲେ ସେହି ଲାଳ ଶରୀରକୁ ଚାଲିଯାଇଥାଏ। ଏହାଫଳରେ ପେଟର କିଛି ସମସ୍ୟା ଥିଲେ, ତାହା ଦୂର ହୋଇଥାଏ।
ଯଦି ଆପଣ ପ୍ରତିଦିନ ସକାଳେ ଉଠି ଦାନ୍ତ ଘଷିବା ପୂର୍ବରୁ ମୁହଁରେ ପାଣି ପିଇବେ, ତେବେ ପେଟ ସଫା ହୋଇଯିବ। ତା’ ଛଡ଼ା ପେଟରେ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ବି ରହିବ ନାହିଁ। ସକାଳେ ଉଷୁମ ପାଣି ପିଇଲେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ।
Follow Us