ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଅଧିକ ଜଳ ,କାରଣ ଜାଣନ୍ତୁ

Advertisment
ଶୋଇବା ସମୟରେ ଘର ଭିତରେ ଖୋଲାରେ ରଖାଯାଇଥିବା ପାଣି ପିଅନ୍ତୁ ନାହିଁ !

photo-media-exp2.licdn.com

ଶୋଇବା ପୂର୍ବରୁ ଅଧିକାଂଶ ଲୋକଙ୍କର ବିଭିନ୍ନ ଖରାପ ଅଭ୍ୟାସ ରହିଛି। କିଛି ଲୋକ ଶୋଇବା ପୂର୍ବରୁ ପ୍ରଚୁର ମାତ୍ରାରେ ଜଳ ପିଇଥାନ୍ତି। କାରଣ ସେମାନେ ଭାବନ୍ତି ଯେ ଅଧିକ ପାଣି ପିଇଲେ ରାତିରେ ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ ହେଲେ ଏହା ଭାବିବା ଠିକ୍‌ ନୁହେଁ। ଜାଣନ୍ତୁ କାହିଁକି ଶୟନ ଆଗରୁ ବେଶୀ ପାଣି ପିଇବା ଅନୁଚିତ। ଏହାର ପ୍ରଥମ କାରଣ ହେଲା ପ୍ରଚୁର ମାତ୍ରାରେ ଜଳ ପିଇଲେ ଶୀଘ୍ର ପରିସ୍ରା ମାଡ଼ିବ।  ଏକାଧିକବାର ବାଥରୁମ୍‌ ବି ଯିବାକୁ ପଡ଼ିପାରେ। ଫଳତଃ ଆପଣଙ୍କ ନିଦରେ ଏହା ବ୍ୟାଘାତ ସୃଷ୍ଟି କରିପାରେ।

publive-image photo-youtube

ଦ୍ୱିତୀୟ କଥା ହେଲା ଯେ ଶୋଇବା ପୂର୍ବରୁ ପ୍ରଚୁର ମାତ୍ରାରେ ଜଳ ପିଇବା ଫଳରେ ତାହାର କୁପ୍ରଭାବ କିଡନି ଉପରେ ପଡ଼ିଥାଏ। କାରଣ ଏହି ସମୟରେ ଶରୀର ଆଦୌ ସକ୍ରିୟ ନଥାଏ। ଏହା ଫଳରେ କିଡନି ବି ସକ୍ରିୟ ନଥାଏ। ଦିନ ସାରା କର୍ମଠ ରହିବା ଫଳରେ ବ୍ଲଡର୍‌ ନାଚୁରାଲ ସେପରେ ରହି ନଥାଏ। କିନ୍ତୁ ରାତିରେ ତାହା ପ୍ରକୃତ ସେଫକୁ ଆସିଯାଏ। ଶୋଇବା ପୂର୍ବରୁ ଅଧିକ ପାଣି ପିଇବା ହେତୁ ଯୁରିନ୍‌ ପାସ୍‌ କରି ନଥାଏ ଏବଂ ଯାହାର କୁପ୍ରଭାବ ବ୍ଲଡର ଉପରେ ପଡ଼ିଥାଏ। ସବୁଠୁ ବଡ଼ କଥା ହେଲା ପ୍ରଚୁର ଜଳ ପିଇବା ଫଳରେ ଶରୀରରେ ସୋଡିଅମ ମାତ୍ରା କମ୍‌ ହୋାଇଯାଏ। ଏଥିପାଇଁ ମସ୍ତିଷ୍କରେ ନର୍ଭସ୍‌ ସିଷ୍ଟମ୍‌ ମଧ୍ୟ ଖରାପ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe