ଗରମ ପାଣି ସହ କଦଳୀ ଖାଇଲେ ଓଜନ କମିବା ସହ ମିଳିବ ଆହୁରି ଅନେକ ଫାଇଦା

ଗରମ ପାଣି ସହ କଦଳୀ ଖାଇଲେ ଓଜନ କମିବା ସହ ମିଳିବ ଆହୁରି ଅନେକ ଫାଇଦା

ଦିନକୁ ୭ରୁ ୮ ଗ୍ଲାସ୍‌ ଗରମ ପାଣି ପିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଗରମ ପାଣି ଯେମିତି ସୁସ୍ଥକର ସେପରି କଦଳୀ ବି ଦେହ ପାଇଁ ଭଲ ହୋଇଥାଏ। ଅନେକ କିନ୍ତୁ ବିଶ୍ୱାସ କରନ୍ତି ଯେ କଦଳୀ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ। ଏହା ପୂରାପୂରି ଭାବେ ଆପଣଙ୍କ ଭ୍ରାନ୍ତ ଧାରଣା। କଦଳୀକୁ ଠିକ୍‌ ସମୟରେ, ଠିକ୍‌ ଭାବେ ଖାଇପାରିଲେ ଆଦୌ ବି ଓଜନ ବୃଦ୍ଧି ହୋଇନଥାଏ। ତେବେ, ଚାଲନ୍ତୁ ଜାଣିବା ଗରମପାଣି ସହ କଦଳୀ ଖାଇଲେ କି କି ସୁବିଧା ସବୁ ମିଳେ।

ସକାଳୁ ଉଠି ଅଧା କିମ୍ବା ଗୋଟାଏ ଗ୍ଲାସ ଗରମ ପାଣି ପିଅନ୍ତୁ। ଗରମ ପାଣି ପିଇବା ଦ୍ୱାରା ଶରୀରରେ ଚୟପଚୟ ବୃଦ୍ଧି ପାଇଥାଏ। ଏହା ପରେ କଦଳୀ ଖାଇଲେ ଶରୀରକୁ ଉପଯୁକ୍ତ ଶକ୍ତି ମିଳେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଦେହ ଭଲ ରହିଥାଏ।

କଦଳୀରେ ଭିଟାମିନ୍‌ ସି, ବି୬ ରହିଛି। ଫଳରେ ଗରମ ପାଣି ସହ କଦଳୀ ଖାଇବା ଦ୍ୱାରା ଓଜନ ତ ବଢ଼ିବ ନାହିଁ ବରଂ ତ୍ୱଚାର ଚମକ ବଢ଼ିବା ସହ ମୁହଁରେ ଯୁବାପଣ ଆସିଥାଏ।

publive-image

କଦଳୀରେ ଖୁବ୍‌ ବେଶୀ ଶକ୍ତି ମିଳିଥାଏ। ରୀତିମତ ଗରମ ପାଣିରେ କଦଳୀ ଖାଇବା ଦ୍ୱାରା ରକ୍ତ ଚାପକୁ ଆୟତ୍ତରେ ରଖିହୁଏ।

ଗରମ ପାଣି ସହ କଦଳୀ ଖାଇବା ଦ୍ୱାରା ଶରୀରରେ ସୋଡିୟମ୍‌ ସ୍ଥର ଆୟତ୍ତରେ ରହେ। ସୋଡିୟମ୍‌ ହିଁ ଶରୀରରେ ରକ୍ତଚାପକୁ ଆୟତ୍ତ କରିଥାଏ।

ଗରମ ପାଣି ସହ କଦଳୀ ଖାଇବା ଦ୍ୱାରା ହଜମ ଭଲ ହୋଇଥାଏ। ଏହା ଗ୍ୟାସ୍‌, ଏସିଡିଟି, କୋଷ୍ଠକାଠିନ୍ୟ କମ୍‌ କରିଥାଏ।

କଦଳୀରେ ପଟାସିୟମ୍‌, କ୍ୟାଲ୍‌ସିୟମ୍‌, ଭିଟାମିନ୍‌ସି ଏବଂ ବି୬ ରହିଛି। ତେଣୁ ଗରମ ପାଣିରେ କଦଳୀ ଖାଇବା ଦ୍ୱାରା କିଡ୍‌ନୀ ରୋଗ ବି ହୋଇନଥାଏ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe