ଉପକାରୀ ପରିବା ସଜନା ଛୁଇଁ: ଏହାକୁ ଖାଇଲେ ଆପଣ ଦି‌ଶିବେ ଯୁବା

Advertisment
ଉପକାରୀ ପରିବା ସଜନା ଛୁଇଁ: ଏହାକୁ ଖାଇଲେ ଆପଣ ଦି‌ଶିବେ ଯୁବା

Amazon.in

ସଜନା ଗଛ ଏକ ଉପକାରୀ ଗଛ। ଏହାର ପତ୍ରଠୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ସବୁକିଛି ସ୍ବାସ୍ଥ୍ୟ ପାଇଁ ଭାରି ଭଲ। ସଜନା ଶାଗରେ ଯେପେରି ଅନେକ ଔଷଧୀୟ ଗୁଣ ରହିଛି, ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ସଜନା ଛୁଇଁକୁ ଆପଣ ତରକାରୀ, ଭଜା କିମ୍ବା ସୁପ୍‌ରେ ବ୍ୟବହାର କରି ଖାଇପାରିବେ। ତେବେ ଚାଲନ୍ତୁ ଜାଣିବା ସଜନା ଛୁଇଁ ଖାଇବା ଦ୍ବାରା ଆମକୁ କ’ଣ ସବୁ ଲାଭ ମିଳିଥାଏ।

: ସଜନା ଛୁଇଁ ଖାଇବା ଦ୍ବାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଭଲ।

: ସଜନା ଛୁଇଁ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

: ସଜନା ଛୁଇଁ ଆମ ଶରୀରର ହାଡ଼କୁ ମଜବୁତ୍‌ କରିଥାଏ। ଫଳରେ ଗଣ୍ଠିବିନ୍ଧା ପରି ସମସ୍ୟା ବିଶେଷ ହୋଇନଥାଏ।

: ଏହାକୁ ଖାଇବା ଦ୍ବାରା ନିଶ୍ବାସଜନିତ ସମସ୍ୟା ଦୂର ହୋଇଥାଏ।

: ସଜନା ଛୁଇଁ ଖାଇବା ଦ୍ବାରା କେଶ ମଜବୁତ ହୋଇଥାଏ। କେଶ ଝଡ଼ିବ‌ା ସମସ୍ୟା ହ୍ରାସ ପାଇଥାଏ।

: ତେବେ ସବୁ ପରିବା ପାଇଁ ଯେପରି ସୀମା ରହିଛି, ସଜନା ଛୁଇଁ ଖାଇବାର ବି ଗୋଟେ ସୀମା ଅଛି। ଏହାକୁ ଅତ୍ୟଧିକ ପରିମାଣରେ ଖାଇଲେ ଗ୍ୟାସ୍‌ ହୋଇ ପେଟ ଦରଜ ପରି ସମସ୍ୟା ହୋଇଥାଏ।

: ସଜନା ଛୁଇଁରେ ଥିବା ଭିଟାମିନ୍‌ ସି ତ୍ବଚାକୁ ମଧ୍ୟ ଯୁବା ଦିଶିବାରେ ସାହାଯ୍ୟ କରେ। ସଜନ ଛୁଇଁ ଖାଇଲେ ତ୍ବଚାର ରୁକ୍ଷପଣ କମ୍‌ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe