ସାବଧାନ! ତ୍ବଚାକୁ ନଷ୍ଟ କରିଦେବ ଏହି ସବୁ ପାନୀୟ

ସାବଧାନ! ତ୍ବଚାକୁ ନଷ୍ଟ କରିଦେବ ଏହି ସବୁ ପାନୀୟ

Verified Businesses

ଆମେ ଦୈନନ୍ଦିନ ଜୀବନରେ ଏମିତି ଗୁଡ଼ାଏ ଖାଦ୍ୟ ଖାଇଥାଉ ଯାହାକି ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। ଏମିତି ଅନେକ ଖାଦ୍ୟ ରହିଛି ଯାହା ଆମର ତ୍ୱଚାକୁ ରୁକ୍ଷ କରିଥାଏ। ଖାଦ୍ୟ ଖାଇବା ନେଇ ସତର୍କତା ଅବଲମ୍ବନ କଲେ ଆମେ କିଛି ମାତ୍ରାରେ ଆମ ତ୍ୱଚାର ଚମକ ବଜାୟ ରଖିପାରିବା।

ଅନେକ ଲୋକ ଭାବନ୍ତି ଜୁସ୍‌ ପିଇବା ଦ୍ୱାରା ତ୍ୱଚାର ଚମକ ବଢ଼ିଥାଏ। ଚମରେ ଉଜ୍ଜ୍ୱଳତା ଆସିଥାଏ। ମାତ୍ର ମନେ ରଖନ୍ତୁ ସିଧା ଫଳକୁ ରସ କରି ପିଇଲେ ଲାଭପ୍ରଦ ହୋଇଥାଏ। ମାତ୍ର ବଜାରରେ ଯେଉଁ ପ୍ୟାକେଟ ଜୁସ୍‌ ସବୁ ମିଳୁଛି ସେଥିରେ ଅତିରିକ୍ତ ପରିମାଣର ମିଠା ଭାଗ ରହିଥିବା ହେତୁ ତାହା ତ୍ୱଚା ପାଇଁ ହିତକାରକ ହୋଇନଥାଏ।

ସେହିପରି ଗାଈ ଛେନା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ତାହାକୁ ଲୋକେ ବିଭିନ୍ନ ଖାଦ୍ୟରେ ଖାଇଥାନ୍ତି। ମାତ୍ର ମନେ ରଖନ୍ତୁ ଏଥିରେ ତୈଳ ଭାଗ ରହୁଥିବା ହେତୁ ଏହା ବ୍ରଣର ବାହାରିବାର ପ୍ରମୁଖ କାରଣ ପାଲଟିଥାଏ।

କଫି ଶରୀର ପାଇଁ ଅନେକ ଭଲ ହୋଇଥାଏ। ମାତ୍ର ଅତ୍ୟଧିକ କଫି ପିଇବା ଦ୍ୱାରା ଶରୀରୁ ଜଳ ଅଂଶ ହ୍ରାସ ପାଇଥାଏ। ଫଳରେ ତ୍ୱଚା ଉପରେ କୁପ୍ରଭାବ ପକାଇଥାଏ।

ଆପଣ ଯେତେ ବି ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ପଛେ ଯଦି ଆପଣ ବାରମ୍ବାର ଥଣ୍ଡା ପାନୀୟ ପିଉଛନ୍ତି ତେବେ ଏହା ତାହାର ପ୍ରଭାବ କମ୍‌ କରିଥାଏ। ସେହିପରି ମଦ୍ୟପାନ ରୁକ୍ଷ ତ୍ୱଚାର କାରଣ ହୋଇଥାଏ। ଏହା ଆପଣ ଜାଣିଥିବେ ନିଶ୍ଚୟ। ଆପଣ ନିଜ ଶରୀରର ଯେତେ ବି ଯତ୍ନ ନିଅନ୍ତୁ ପଛେ ଯଦି ଆଲ୍‌କହଲ ନେଉଛନ୍ତି ତେବେ ସବୁ ବୃଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe