ଏହି ସବୁ ଖାଦ୍ୟ, ପାନୀୟ ସକାଳୁ ଗ୍ରହଣ କଲେ ଦୂର ହେବ ସ୍ବାସ୍ଥ୍ୟଗତ ସମସ୍ୟା

ଏହି ସବୁ ଖାଦ୍ୟ, ପାନୀୟ ସକାଳୁ ଗ୍ରହଣ କଲେ ଦୂର ହେବ ସ୍ବାସ୍ଥ୍ୟଗତ ସମସ୍ୟା

Slurrp

ସୁସ୍ଥ ରହିବାକୁ ଚାହୁଁଥିଲେ ନିଜର ଖାଦ୍ୟ, ପାନୀୟ ଓ ଶୟନକୁ ଗୁୁରୁତ୍ବ ଦିଅନ୍ତୁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ଜଳଖିଆ। ଆଜିକାଲିର କାର୍ଯ୍ୟବ୍ୟସ୍ତତା ହେତୁ ସକାଳ ଜଳଖିଆ ପ୍ରତି ଆମେ ଟିକେ ଟିକେ ଯତ୍ନଶୂନ୍ୟ ହୋଇପଡୁ। ମାତ୍ର ମନେରଖନ୍ତୁ ଦିନ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ଖାଦ୍ୟ। ସକାଳୁ ପେଟ ପୂରା ଖାଇଲେ ହିଁ ଆପଣଙ୍କ ଶରୀର ସୁସ୍ଥ ରହିବ। ସକାଳୁ ଯଦି ଆପଣ କିଛି ଆଡୁସାଡୁ ଖାଦ୍ୟ ଖାଇ ଦଉଛନ୍ତି ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବ ପକାଇବ ଓ ଯେଉଁ କାରଣରୁ ଆପଣଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ହେବ। ସକାଳ ଖାଇବାକୁ ନେଇ ଯତ୍ନବାନ ରହିଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ, ଯାହାକି ବ୍ୟକ୍ତିକୁ ନିରୋଗୀ ରଖେ। ସକାଳୁ ଉଚିତ ଖାଦ୍ୟ ଖାଇଲେ ଶରୀରରେ ପିଏଚ୍‌ ‌ସ୍ତର ନିୟନ୍ତ୍ରଣରେ ରହେ। ତେବେ ଚ‌ାଲନ୍ତୁ ଜାଣିବା ସକାଳୁ ସକାଳୁ କ’ଣ ସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ସୁସ୍ଥକର ହୋଇଥା‌ଏ।

କିଛି ଲୋକ ସକାଳୁ ଉଠିବା ମାତ୍ରା ଚା ପିଇଥାନ୍ତି। ମାତ୍ର ମନେରଖନ୍ତୁ, ଖାଲି ପେଟରେ ଚା’ ପିଇଲେ ନାନା ରୋଗ ହୋଇଥାଏ। ଏଥିପାଇଁ ଆପଣଙ୍କୁ ସକାଳ ଜଳଖିଆ ପରେ ହିଁ ଚା’ ପିଇବାକୁ ହେବ। ଆଗ ପେଟପୂରା ଜଳଖିଆ ଖାଆନ୍ତୁ, ତାପରେ ଚା ପିଇବେ।

ସକାଳୁ ଉଠି ଆପଣ ମାଣ୍ଡିଆ, ଶାଗୁ ପରି ପେଟ ଥଣ୍ଡା କଲା ଭଳି ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାକୁ ଦୂରେଇ ଦେଇ ହେବ। ଗ୍ୟାସ୍‌ଷ୍ଟ୍ରିକ୍‌ ପରି ରୋଗ ପାଖ ପଶିବନି। ସକାଳୁ ଆପଣ ଖିର କିମ୍ବା ଅମୂଲ ଚା’ ବଦଳରେ ଗ୍ରୀନ୍‌ ଟି ଓ ଲେମନ୍‌ ଟି ଆଦି ପିଇପାରିବେ। ଏହା ଶରୀର ପାଇଁ ଖୁବ୍ ଉପକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe