ପ୍ରତିଦିନ କଦଳୀ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଏସବୁ ଲାଭ

Advertisment
ପ୍ରତିଦିନ କଦଳୀ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଏସବୁ ଲାଭ

Eat This, Not That

କଦଳୀକୁ ସବୁଠୁ ସ୍ବାସ୍ଥ୍ୟକର ଫଳ ଭାବେ ଗଣାଯାଇଥାଏ । ଓଜନ ବୃଦ୍ଧି ପାଇଁ କଦଳୀ ଖାଇବା କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ବି କଦଳୀ ଖାଇ ପାରିବେ।

ଗୋଟିଏ କଦଳୀରେ ୩ଗ୍ରାମ୍ ଫାଇବର ଏବଂ ୧୦୦କ୍ୟାଲୋରୀ ରହିଥାଏ । ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ ଭାବେ ଗ୍ରହଣ କରାଯାଇପାରେ। କଦଳୀ ଖାଇବା ଦ୍ବାରା ଶୀଘ୍ର ଭୋକ ଲାଗି ନ ଥାଏ ଏବଂ ଏହା ଭୋକକୁ ନିୟନ୍ତ୍ରଣରେ ରଖିଥାଏ।

ମାନସିକ ସ୍ବାସ୍ଥ୍ୟ ପାଇଁ ଏବଂ ଅବସାଦରୁ ମୁକ୍ତି ପାଇବା ପାଇଁ କଦଳୀ ଖାଇବା ଉଚିତ୍। କେବଳ ଏତିକି ନୁହେଁ, କଦଳୀରେ ପୋଟାସିୟମ୍ ଏବଂ ମାଗ୍ନେସିୟମ୍ ପ୍ରଚୁର ମାତ୍ରାରେ ରହିଥାଏ। କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

Why you should eat a banana everyday - HealthifyMe Blog Healthifyme

କଦଳୀ ଶରୀରରେ କ୍ୟାଲସିୟମକୁ ଶୋଷିତ କରିବାରେ ସାହାଯ୍ୟ କରିଥାଏ। କ୍ୟାଲସିୟମ୍ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ।

ଶରୀରରେ ଜରୁରୀ ପୋଷକ ତତ୍ତ୍ବ ଏବଂ ଫାଇବରର ସ୍ଥାନ ପୂରଣ କରିବା ପାଇଁ ଦିନକୁ ଗୋଟିଏ କଦଳୀ ନିୟମିତ ଖାଇବା ଉଚିତ୍। ଆପଣ ବ୍ୟାୟାମ କରିବା ପୂର୍ବରୁ କିମ୍ବା ବ୍ୟାୟାମ କରିବା ପରେ କଦଳୀ ଖାଇପାରିବେ।

ପ୍ରତିଦିନ କଦଳୀ ଖାଇବା ଦ୍ବାରା ଚର୍ମ ଲୋଚାକୋଚା ହୋଇ ନଥାଏ। ଏଥିସହିତ ଚର୍ମର ଔଜ୍ବଲ୍ୟ ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe