ଓଜନ କମ୍‌ କରିବା ପାଇଁ ଆଜିଠାରୁ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ

ଓଜନ କମ୍‌ କରିବା ପାଇଁ ଆଜିଠାରୁ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ

MOM

ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ, ସ୍ୱାସ୍ଥ୍ୟକର ଫ୍ୟାଟ୍‌, ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ। ଏହା ଶରୀରକୁ ଶକ୍ତି ଦେବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ନିଜ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ସେମାନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରିବା ଦରକାର । କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଭରି ରହିଥାଏ । ଏହାଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ । ଆସନ୍ତୁ ଜାଣିବା ସେ ବିଷୟରେ...

୧. ଓଜନ କମ୍‌ କରିବା ପାଇଁ କମ୍‌ କ୍ୟାଲୋରି ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଅଣ୍ଡାରେ କମ୍‌ କ୍ୟାଲୋରୀ ଥିବାରୁ ଆପଣ ଏହାକୁ ପ୍ରତିଦିନର ଖାଦ୍ୟରେ ଖାଇ ପାରିବେ । ଗୋଟେ ଅଣ୍ଡାରେ ମାତ୍ର ୭୮କ୍ୟାଲୋରୀ ରହିବା ସହ ଅଧିକ ପୋଷକ ତତ୍ତ୍ୱ ରହିଥାଏ । ଗୋଟେ ଦିନରେ ଆପଣମାନେ ୨-୩ ଅଣ୍ଡା ଖାଇ ପାରିବେ ।

publive-image healthyeating.sfgate.com

୨. ଏମିତି ଅନେକ ଖାଇବା ଜିନିଷ ରହିଛି, ଯାହାକୁ ଯେତେ ଖାଇଲେ ବି ପେଟ ଭରି ନଥାଏ । କାରଣ ସେ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା କମ ରହିଥାଏ । ଏଭଳି ପରିସ୍ଥିତିରେ ଆପଣ ଅଣ୍ଡା ଖାଇ ପାରିବେ । ଯାହାଦ୍ୱାରା ଆପଣଙ୍କ ପେଟ ଭରି ରହିବା ସହ ଓଜନ କମ ହେବ ।

୩. ଅଣ୍ଡା ଶରୀରର ମେଟାବଲିଜିମ୍‌କୁ ନିୟନ୍ତ୍ରିତ କରିଥାଏ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀରରୁ ୮୦-୧୦୦କ୍ୟାଲୋରି କମ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe