ଏହି ୪ଟି ଶାରୀରିକ ସମସ୍ୟା ଦୂର କରିବା ପାଇଁ ଦୈନିକ ଖାଆନ୍ତୁ କେବଳ ୪ଟି ଆଲମଣ୍ଡ

Advertisment
ଏହି ୪ଟି ଶାରୀରିକ ସମସ୍ୟା ଦୂର କରିବା ପାଇଁ ଦୈନିକ ଖାଆନ୍ତୁ କେବଳ ୪ଟି ଆଲମଣ୍ଡ

timesofindia

ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ସକାଳୁ ଉଠି ଖାଲି ପେଟରେ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ସହଜରେ ଦୂର ହୋଇ ଯାଇଥାଏ । ସବୁଠାରୁ ବଡ଼ କଥା ହେଲା ଆଲମଣ୍ଡ ଖାଇବା ଦ୍ୱାରା ମସ୍ତିଷ୍କ ସକ୍ରିୟ ଭାବେ କାମ କରିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ...

୧. କୋଲେଷ୍ଟ୍ରଲ ଶରୀର ପାଇଁ ଜରୁରୀ । କିନ୍ତୁ ଏହାର ମାତ୍ରା ଅଧିକ ହେବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏଭଳି ପରିସ୍ଥିତିରେ ଆଲମଣ୍ଡ ଖାଇବା ଦ୍ୱାରା ସେଥିରେ ଥିବା ଭିଟାମିନ ଏବଂ ମୋନୋ ସାଚୁରେଟେଡ୍‌ ଫ୍ୟାଟ୍‌ସ ଖରାପ କୋଲେଷ୍ଟ୍ରଲକୁ କମ କରି ଶରୀରକୁ ସୁସ୍ଥ ରଖିଥାଏ ।

୨. ଯଦି ଆପଣ ନିଜର କେଶକୁ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ସବୁବେଳେ ଆଲମଣ୍ଡ ଖାଇବା ଆରମ୍ଭ କରନ୍ତୁ । ଏହା କେଶ ଝଡ଼ିବା ରୋକିବା ସହ ଶକ୍ତ କରିଥାଏ । ଆଲମଣ୍ଡ ଖାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇ ନଥାଏ ।

8 benefits of eating almonds during pregnancy asianetnews

୩. ଯଦି ଆପଣ ସକାଳ ସମୟରେ ପାଣିରେ ବତୁରା ଯାଇଥିବା ଆଲମଣ୍ଡକୁ ଖାଉଛନ୍ତି, ତେବେ ଆପଣଙ୍କ ଚର୍ବି କମ ହୋଇଯିବ । କାରଣ ଆଲମଣ୍ଡ ଖାଇବା ଦ୍ୱାରା ଏଥିରେ ଥିବା ମନୋସାଚୁରେଟେଡ୍‌ ଫ୍ୟାଟ୍‌ ଭୋକ ଲାଗିବାକୁ ଦେଇ ନଥାଏ ।

୪. ଆଲମଣ୍ଡରେ ଅଧିକ ମାତ୍ରାରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ । ଯାହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe