ଏହି ଖାଦ୍ୟକୁ ଅରନ୍ଧା ଖାଆନ୍ତୁ; ମିଳିବ ଅଧିକ ପୋଷକ

Advertisment
ଏହି ଖାଦ୍ୟକୁ ଅରନ୍ଧା ଖାଆନ୍ତୁ; ମିଳିବ ଅଧିକ ପୋଷକ

iStock

ନୂଆଦିଲ୍ଲୀ : ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ସାଧାରଣତଃ ଲୋକ ଅନେକ ଅସୁବିଧାର ସମ୍ମୁଖୀନ କରିଥାନ୍ତି । ଆଜିକାଲି ଯୁବପିଢ଼ି ନିଜ ଓଜନ କମ କରିବା ପାଇଁ ଡ଼ାଏଟିଂ କରିବା , ଜିମ୍‌ ଯାଇ ବ୍ୟାୟାମ କରିବା ଆଦି ଅନେକ ଉପାୟ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଆମେ ଦୈନନ୍ଦିନ ଖାଦ୍ୟ ମଧ୍ୟରେ କିଛି ଏପରି ଜିନିଷ ଅଛି, ଯାହାକୁ କଞ୍ଚା ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ ମିଳିଥାଏ ଅଧିକ ପୋଷକ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାରରେ....

ବ୍ରୋକଲିରେ ଭରପୂର ମାତ୍ରାରେ ରହିଥାଏ ପ୍ରୋଟିନ, ଭିଟାମିନ ସି ଓ ପୋଟାସିୟମ । ଏହା ଶରୀର ଲାଗି ଉପକାରୀ ହେବା ସହ ବହୁତ ଲାଭଦାୟକ ମଧ୍ୟ । ଏହାକୁ ନିୟମିତ ଖାଇବା ଦ୍ୱାରା ଥାଏରଏଡ଼ର ସମସ୍ୟା ଦୂର ଦେବା ସହ ଓଜନ ବୃଦ୍ଧି ମଧ୍ୟ ହୋଇ ନ ଥାଏ । ତେବେ ଏହାକୁ ରୋଷେଇ କରି ଖାଇବା ଅପେକ୍ଷା କଞ୍ଚା ଖାଇଲେ ଅଧିକ ଲାଭ ମିଳିଥାଏ । ଏହାକୁ ସାଲାଡ ଭାବେ ମଧ୍ୟ ଆପଣ ଖାଇପାରିବେ ।

publive-image Times of India

ଉଭୟ ବନ୍ଧା ଏବଂ ଫୁଲ କୋବିରେ ଅତ୍ୟଧିକ ମାତ୍ରାର ପୋଷକ ଦ୍ରବ୍ୟ ରହିଥାଏ ।ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ , ମିନେରାଲ , ପ୍ରୋଟିନ ରୋଷେଇ କରି ଖାଇବା ଦ୍ୱାରା କମ୍‌ ହୋଇଯାଇଥାଏ । ଏଣୁ ଏହାକୁ କଞ୍ଚା ସାଲାଡ଼ ଭାବେ ଟିକେ କଳାଲୁଣ ପକାଇ ଖାଇବା ଉଚିତ, ଏହା ଦ୍ୱାରା ଅଧିକ ପୋଷକ ମିଳିଥାଏ । ଏହା ଶରୀରକୁ କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

publive-image FoodsForBetterHealth

ଡ଼୍ର।ଏ ନଟ୍ସ ସବୁବେଳେ ଶରୀର ପାଇଁ ଲାଭଦାୟକ ରହିଥାଏ । କିନ୍ତୁ କିଛି ଲୋକ ଏହାକୁ ରୋଷେଇ କରି ବାଟି ଖାଇଥାନ୍ତି। ଏହା ଶରୀର ପାଇଁ ବହୁତ ଖରାପ । ଏହା ଦ୍ୱାରା ଓଜନ ବଢ଼ିଥାଏ । ଏହାକୁ ସର୍ବଦା କଞ୍ଚା ଖାଇବା ଆବଶ୍ୟକ। ଏହା ଦ୍ୱାରା ଓଜନ କମ ହେବା ସହ ଅଧିକ ମାତ୍ରାର ପ୍ରୋଟିନ୍‌ ମିଳିଥାଏ ।

publive-image Buggtimes

ସେହିଭଳି ଶୁଖିଲା ଲଙ୍କା ଏବଂ ନଡ଼ିଆକୁ ଖାଇବା ଦ୍ୱାରା ଅଧିକ ମାତ୍ରାର ପୋଷକ ମିଳିଥାଏ। ଶୁଖିଲା ଲଙ୍କାକୁ ସାଧାରଣତଃ ତରକାରୀ ଏବଂ ଛୁଙ୍କ କରିବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ପ୍ରକୃତରେ ଏହାକୁ ବିନା ରୋଷେଇରେ ଖାଇବା ଦ୍ୱାରା କେରୋଟୋନାଇଟ୍ସ ଏବଂ ପୋଟାସିୟମ ମିଳିଥାଏ । ଠିକ ସେହିପରି ଅଧିକ କସରତ କରୁଥିବା ବ୍ୟକ୍ତି କଞ୍ଚା ନଡ଼ିଆ ଖାଇବା ଦ୍ୱାରା ତୁରନ୍ତ ଏନର୍ଜି ମିଳିଥାଏ । ଏହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

publive-image Shutterstock

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe