ନିୟମିତ ଚଲାବୁଲା କରିବା ସହ ଏ ସବୁ ଖାଦ୍ୟ ଖାଇବା ଅଭ୍ୟାସ କଲେ ଆପଣଙ୍କ ରକ୍ତ ସଞ୍ଚାଳନ ଠିକ୍ ରହିବା ସହ ହୃଦ୍ପିଣ୍ଡ ରୋଗରୁ ମୁକ୍ତି ପାଇ ପାରିବେ। ଏଥିରୁ ପେଟ ଜନିତ ରୋଗ, କେଶ ଝଡ଼ିବା ସମସ୍ୟା, ଅବସାଦ ଆଦିରୁ ମଧ୍ୟ ମୁକ୍ତି ମିଳିପାରେ ଓ ଶରୀରକୁ ଆହୁରି ଅନେକ ପ୍ରକାର ଫାଇଦା ମିଳିଥାଏ। ଜାଣନ୍ତୁ କ’ଣ ସବୁ କରିବେ...
/sambad/media/post_attachments/wp-content/uploads/2018/03/Food-for-Good-Health_Slide_2.jpg)
ମର୍ଣ୍ଣିଂ ଓ୍ଵାକ୍ କରନ୍ତୁ: ପ୍ରତିଦିନ ୨-୩ କି. ମି. ପର୍ଯ୍ୟନ୍ତ ମର୍ଣ୍ଣିଂ ଓ୍ଵାକ୍ (ସକାଳବୁଲା) ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ସହିତ ହୃଦ୍ରୋଗ ହେବାର ସମ୍ଭାବନା କମିଯାଏ।
/sambad/media/post_attachments/wp-content/uploads/2018/03/Food-for-Good-Health_Slide_3.jpg)
ଦହି ଖାଆନ୍ତୁ: ଦିନକୁ ଅନ୍ତତଃ ଥରେ ଦହି ଖାଆନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଗ୍ଲାସେ କ୍ଷୀର ମଧ୍ୟ ପିଇବା ଅଭ୍ୟାସ କରନ୍ତୁ। ଏହି ଅଭ୍ୟାସ ଦ୍ୱାରା ଶରୀରକୁ ଠିକ୍ ପରିମାଣରେ କ୍ୟାଲ୍ସିୟମ ମିଳିଥାଏ ଓ ହାଡ ଟାଣ ହୋଇଥାଏ।
/sambad/media/post_attachments/wp-content/uploads/2018/03/Food-for-Good-Health_Slide_4.jpg)
ତମ୍ବା ବାସନରେ ପାଣି ପିଅନ୍ତୁ: ପ୍ରତିଦିନ ସକାଳୁ ତମ୍ବା ବାସନରେ ପାଣି ପିଇଲେ ଧୀରେ ଧୀରେ ପେଟଜନିତ ପ୍ରାୟ ସମସ୍ତ ରୋଗ ଦୂର ହୋଇଯିବ।
/sambad/media/post_attachments/wp-content/uploads/2018/03/Food-for-Good-Health_Slide_5.jpg)
ଗଜା ମୁଗ ଓ ସୋଲା ଖାଆନ୍ତୁ: ସପ୍ତାହରେ ଦୁଇଥର ଗଜା ମୁଗ ଓ ସୋଲା ଖାଇାବ ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣରେ ପୁଷ୍ଟିସାର ମିଳିଥାଏ। କେଶ ଝଡ଼ିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।
/sambad/media/post_attachments/wp-content/uploads/2018/03/Food-for-Good-Health_Slide_6.jpg)
କାଜୁ, କିସ୍ମିସ୍ ଓ ପିସ୍ତା ବାଦାମ ଖାଆନ୍ତୁ: ପ୍ରତିଦିନ କାଜୁ, କିସ୍ମିସ୍ ଓ ପିସ୍ତା ବାଦାମ ଖାଇଲେ ପ୍ରୋଟିନ୍ ଓ ନ୍ୟୁଟ୍ରିସନ୍ ପ୍ରଚୁର ମାତ୍ରାରେ ଶରୀରକୁ ମିଳିଥାଏ।
/sambad/media/post_attachments/wp-content/uploads/2018/03/Food-for-Good-Health_Slide_7.jpg)
ସବୁଜ ପନିପରିବା ଖାଆନ୍ତୁ: ପ୍ରତିଦିନ ଠିକ୍ ପରିମାଣର ସବୁଜ ପନିପରିବା ଖାଇଲେ ଶରୀରକୁ ଆଇରନ୍, ଭିଟାମିନ୍ସ ଓ ମିନେରାଲ୍ ମିଳିବା ସହ ହଜମ କ୍ରିୟା ମଧ୍ୟ ଠିକ୍ ରହିଥାଏ।
/sambad/media/post_attachments/wp-content/uploads/2018/03/Food-for-Good-Health_Slide_8.jpg)
ଗ୍ରିନ୍ ଟି ପିଅନ୍ତୁ: ଆଲ୍କହଲ୍ ଓ ସିଗାରେଟ୍ ପିଇବା ଅଭ୍ୟାସ ଛାଡ଼ି ଦିନକୁ ୨-୩ ଥର ଗ୍ରିନ୍ ଟି ପିଅନ୍ତୁ। ଗ୍ରିନ୍ ଟି ପିଇବା ଦ୍ୱାରା ମସ୍ତିଷ୍କ ଓ ହୃତ୍ପିଣ୍ଡ ସୁସ୍ଥ ରହେ ଓ ଶରୀରକୁ ଆଣ୍ଟି ଅକ୍ସିଡେଣ୍ଟ୍ ମିଳିଥାଏ।
  
 Follow Us