ସର୍ବଦା ଚେହେରାରେ ହସ ଓ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ, ଏହି ୧୦ଟି ଜିନିଷ ଆପଣଙ୍କ ମନରେ ଆଣିବ ଫୂର୍ତ୍ତି

Advertisment
ସର୍ବଦା ଚେହେରାରେ ହସ ଓ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ, ଏହି ୧୦ଟି ଜିନିଷ ଆପଣଙ୍କ ମନରେ ଆଣିବ ଫୂର୍ତ୍ତି

ଆୟୁର୍ବେଦରେ କୁହାଯାଇଛି କି ଯେମିତି ଖାଦ୍ୟ ଆପଣ ଖାଇବେ ସେମିତି ହେବ ଆପଣଙ୍କ ମନ। ଏହି କଥା ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣିତ। ଫୁଡ୍‌ ଓ ନ୍ୟୁଟ୍ରିସନ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବାନୁସାରେ ଖାଦ୍ୟ ଆମର ମନକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଏମିତି ବହୁ ଖାଦ୍ୟ ଅଛି, ଯେଉଁଥିରେ ଆଣ୍ଟି ଅକ୍‌ସିଡେଣ୍ଟ୍‌ସ୍‌ ଓ ଭିଟାମିନ୍‌ ସିର ମାତ୍ରା ଅଧିକି, ଯାହାକୁ ପ୍ରତିଦିନ ଖାଇଲେ ମନ ଖୁସି ଓ ସୁସ୍ଥ ରହିବା ସହ ଚେହେରାରେ ହସ ଲାଗି ରହିଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଯାହାଦ୍ୱାରା ଆପଣଙ୍କ ମନ ସର୍ବଦା ଖୁସି ରହିବ ଓ ମୁହଁରୁ ଲିଭିବନି ହସ।

publive-image

publive-image

କଦଳୀ: ଏଥିରେ ଭିଟାମିନ୍ସ୍‌, ମିନେରାଲ୍ସ୍‌ ଓ ଫାଇବର୍ସ୍‌ ସହକାର୍ବୋହାଇଡ୍ରେଟ୍ସ୍‌ ଥାଏ। ଏହା ଶରୀରରେ ବ୍ଲଡ୍‌ ସୁଗର ଲେବଲ୍‌ ବଢ଼ାଇ ମନକୁ ଉଲ୍ଲସିତ ରଖାଇଥାଏ।

publive-image

ଅଖ୍‌ରୋଟ୍‌: ଏଥିରେ ହେଲ୍‌ଦି ମୋନୋସାଚୁରେଟେଡ୍‌ ଫ୍ୟାଟ୍‌ସ ଓ ପ୍ରୋଟିନ୍‌ ଥିବା ସହ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ସ ଥାଏ, ଯାହା ମନକୁ ଖୁସି କରିଥାଏ ଓ ଡିପ୍ରେସନ୍‌ ଦୂର କରିଥାଏ।

publive-image

ଅଡସୀ: ଏଥିରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ ଥାଏ। ଏହା ଡିପ୍ରେସନ୍‌କୁ ଦୂର କରେ, ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

publive-image

ଡାର୍କ ଚକଲେଟ୍‌: ଏହା ହେଉଛି ପ୍ରାକୃତିକ ଆଣ୍ଟିଡିପ୍ରେସାଣ୍ଟ୍‌। ଏହା ଶରୀରରେ ସେରୋଟୋନିନ୍‌ କ୍ଷରଣ କରି ମନ ହାଲୁକା କରିଥାଏ ଓ ଡିପ୍ରେସନ୍‌ ବଢ଼ାଉଥିବା କାର୍ଟିସୋଲ୍‌ ହର୍ମୋନ୍‌ର ସ୍ତର କମ୍‌ କରିଥାଏ।

publive-image

ମାଛ: ଏଥିରେ ମଧ୍ୟ ଓମେଗା-୩ ଫ୍ୟାଟି ଏସିଡ୍‌ ପ୍ରଚୁର ପରିମାଣରେ ଥାଏ। ଏଥିରେ ମସ୍ତିଷ୍କ ସୁସ୍ଥ ରହେ ଓ ମନ ସ୍ଥିର ରହିଥାଏ।

publive-image

ଭଲ କ୍ଷୀର: ଏଥିରେ କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ଡି ସହ ଟର୍ମେରାନ୍‌ସ ଓ କର୍କ୍ୟୁମିନାଡ୍‌ସ ରହିଥାଏ ଯାହା ମନକୁ ଖୁସ୍‌ କରିବାରେ ସହାୟକ ହୋଇଥାଏ।

publive-image

ଗ୍ରୀନ୍‌ ଟି: ଏଥିରେ ଥିବା ଆଣ୍ଟି ଅକ୍‌ସିଡେଣ୍ଟ୍‌ସ ଓ ଥିୟାନାଇନ୍‌ ନାମକ ଅମିନୋ ଏସିଡ୍‌ ଡିପ୍ରେସନ୍‌ ଓ ଷ୍ଟ୍ରେସ୍‌ ଦୂର କରିଥାଏ। ମନ ଖୁସି କରିଥାଏ। publive-image

ଓଟ୍‌ସ: ଏଥିରେ ଥିବା ହାର୍ଡ ଫାଇବର କାର୍ବୋହାଇଡ୍ରେଟ୍‌ସ ସୁସ୍ଥ ଓ ଆନନ୍ଦ ଅନୁଭବ କରିବାରେ ବହୁତ ସାହାଯ୍ୟକାରୀ।

publive-image

ଅଙ୍ଗୁର: ଏଥିରେ ବହୁ ପରିମାଣରେ ଆଣ୍ଟି ଅକ୍‌ସିଡେଣ୍ଟ୍‌ସ ଥାଏ। ତ୍ୱଚାକୁ ଏହା ଉଜ୍ଜ୍ୱଳ ରଖେ। ଏଥିରେ ଥିବା ନ୍ୟୁଟ୍ରିଆଣ୍ଟ୍‌ସ ମନକୁ ଖୁସି କରିଥାଏ।

publive-image

ପିଜୁଳି: ଏଥିରେ ଥିବା ପଟାସିୟମ, ଫୋଲେଟ୍‌ ଓ ଆଣ୍ଟିଅକ୍‌ସିଡେଣ୍ଟ୍‌ସ ମସ୍ତିଷ୍କରେ ରକ୍ତ ସଂଚାଳନକୁ ଭଲ ରଖିଥାଏ। ଭିଟାମିନ୍‌ ବି-୬ ମନକୁ ଭଲ କରିବାରେ ସାହାଯ୍ୟକାରୀ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe