ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

Advertisment
ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

medicinenet.com

ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ । ଆସନ୍ତୁ ଜାଣିବା ଶୀତ ଦିନେ ମାଛ ଖାଇବାର ୭ଟି ଫାଇଦା ବିଷୟରେ...

୧.ମାଛର ଚର୍ମ ଗରମ ହୋଇଥିବାରୁ ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଗରମ ରହିଥାଏ। ଏହା ଦ୍ୱାରା ଥଣ୍ଡା ହେବାର ସମସ୍ୟା ହୋଇ ନଥାଏ ।
୨.୧୦୦ଗ୍ରାମ୍‌ ମାଛରେ ୧୧୬କ୍ୟାଲୋରୀ ଓ ୨୦ଗ୍ରାମ ପ୍ରୋଟିନ୍‌ ରହିଥାଏ । ଏହା ସହ କୌଣସି ପ୍ରକାରର ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍‍ ଏବଂ ଭିଟାମିନ୍‌ ଡି ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।
୩.ମାଛକୁ ସକାଳ ସମୟରେ ବା ମଧ୍ୟାହ୍ନ ସମୟରେ ଖାଇବା ଦରକାର । ଯାହାଦ୍ୱାରା ମାଛ ସହଜରେ ହଜମ ହୋଇ ପାରିଥାଏ । ମାଛର ସେବନ ଦିନରେ ଥରେ ଏବଂ ସପ୍ତାହକୁ ଦୁଇ ଥର କରିବା ଦରକାର ।

Image result for eating fish Times of India

୪.ଏକ ଗବେଷଣା ଅନୁଯାୟୀ, ଯେଉଁମାନେ ସପ୍ତାହକୁ ଥରେ ମାଛ ଖାଇଥାନ୍ତି,ସେମାନଙ୍କ ପାଖରେ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ୍‌ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
୫.ମାଛର ସେବନ କରିବା ଦ୍ୱାରା ମସ୍ତିଷ୍କ ଚଞ୍ଚଳ ହୋଇଥାଏ । ଏହା ସହ ମାନସିକ ବିକାର ହେବା ଆଶଙ୍କା କମ ହୋଇଥାଏ । ମାଛରେ ଥିବା ପ୍ରୋଟିନ୍‌ ପାଇଁ ମସ୍ତିଷ୍କରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହାଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ ।
୬.ଏଥିରେ କମ୍‌ କ୍ୟାଲୋରୀ ଥିବାରୁ ଏହା ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ଦେଖାଯାଇ ନ ଥାଏ ।
୭.ମାଛରେ ଫ୍ୟାଟ୍‌ କମ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe