ଏହି ସବୁ ଶାରୀରିକ ସମସ୍ୟା ଥିଲେ ରସୁଣ ଖାଆନ୍ତୁ ନାହିଁ, ଅସୁବିଧାରେ ପଡ଼ି ପାରନ୍ତି

ଏହି ସବୁ ଶାରୀରିକ ସମସ୍ୟା ଥିଲେ ରସୁଣ ଖାଆନ୍ତୁ ନାହିଁ, ଅସୁବିଧାରେ ପଡ଼ି ପାରନ୍ତି

ଖାଇବାର ସ୍ୱାଦ ବଢ଼ାଇବା ସଙ୍ଗେ ସଙ୍ଗେ ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ରସୁଣ ଖିଆଯାଇଥାଏ। ରସୁଣ କାନରେ ହେଉଥିବା ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ଦୂର କରିଥାଏ । ଏହା ସହ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ କମ ହେବା ସହ ରୋଗ ପ୍ରତିରୋଧକୁ ଶକ୍ତି ମଧ୍ୟ ବଢ଼ିଥାଏା କିନ୍ତୁ କିଛି ଲୋକ ରସୁଣ ଖାଇବା ଉଚିତ ନୁହେଁ ବୋଲି ଏକ ପରୀକ୍ଷାରୁ ଜଣାପଡ଼ିଛି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ରସୁଣ ଖାଇଲେ ସେମାନଙ୍କ ଶରୀରର ଭଲ ହେବା ପରିବର୍ତ୍ତେ ତାହାର ଖରାପ ପ୍ରଭାବ ପଡ଼ିଥାଏ । ଆସନ୍ତୁ ଜାଣିବା କେଉଁ ଭଳି ସ୍ୱାସ୍ଥ୍ୟବସ୍ଥାରେ ରସୁଣ ଖାଇବା ଅନୁଚିତ୍‌....

୧.ରସୁଣ ସେବନ କରିବା ଦ୍ୱାରା ରକ୍ତଚାପ କମ ହୋଇଥାଏ । ସେଥିପାଇଁ ନିମ୍ନ ରକ୍ତଚାପ ଥିଲେ ରସୁଣ ଖାଆନ୍ତୁ ନାହିଁ ।

publive-image punjabkesari.in

୨.ରସୁଣ ରକ୍ତକୁ ପତଳା କରିଥାଏ । ସେଥିପାଇଁ ଯଦି ଆପଣ କିଛି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଓଷଧ ଖାଉଛନ୍ତି ତା’ ହେଲେ ରସୁଣ ଖାଆନ୍ତୁ ନାହିଁ । କାରଣ ଏପରି ପରିସ୍ଥିତିରେ ରକ୍ତସ୍ରାବ ହେବାର ଆଶଙ୍କା ରହିଥାଏ ।
୩.ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ପାଇଁ ରସୁଣ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । କିନ୍ତୁ ଯଦି ଆପଣଙ୍କର ଯକୃତଜନିତ ସମସ୍ୟା ରହିଛି ତେବେ ରସୁଣ ଖାଇବା କଥା ଭାବନ୍ତୁ ନାହିଁ । ଯଦି ଆପଣ ସେଭଳି ପରିସ୍ଥିତିରେ ରସୁଣ ଖାଉଛନ୍ତି ତେବେ ଯକୃତ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ବଢ଼ି ଯାଇଥାଏ ।

publive-image biosom.com.br

୪.ଗର୍ଭବତୀ ଥିବା ମହିଳା ରସୁଣ ଖାଇବା ଅନୁଚିତ୍‌ । କାରଣ ରସୁଣ ଖାଇବା ଦ୍ୱାରା ପିଲା ନଷ୍ଟ ହେବାର ଆଶଙ୍କା ବଢ଼ି ଯାଇଥାଏ ।

publive-image punjabkesari.in

୫.ଯଦି ଆଗକୁ ଆପଣଙ୍କର ଅସ୍ତ୍ରୋପଚାର ହେବାକୁ ଅଛି ତେବେ ରସୁଣ ସେବନ କରନ୍ତୁ ନାହିଁ । ରସୁଣ ଖାଇବା ଦ୍ୱାରା ଅସ୍ତ୍ରୋପଚାର ସମୟରେ ରକ୍ତସ୍ରାବ ଅଧିକ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe