ଏକ ନୂତନ ଗବେଷଣାରୁ ଜଣାଯାଇଛି ଯେ,କଞ୍ଚା ଫଳ ଓ ପନିପରିବା ଖାଇଲେ ମାନସିକ ଅବସାଦଠାରୁ ମଣିଷ ଦୂରରେ ରହିଥାଏ। ନିଉଜିଲାଣ୍ଡରେ ପ୍ରାୟ ୪୦୦ ବ୍ୟକ୍ତିଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଯେଉଁମାନେ ମାନସିକ ଅବସାଦ ଭିତରେ ଗତି କରୁଥିଲେ,ସେମାନଙ୍କୁ ନିଆଯାଇ ଏହି ଗବେଷଣା ହୋଇଥିଲା।
ଓଟାପୋ ବିଶ୍ୱ ବିଦ୍ୟାଳୟର ଗବେଷକ ଡ଼ ତାମଲିନ୍ କୋନର୍ କହିଛନ୍ତି ଯେ,ତାଙ୍କ ଟିମ୍ ଉକ୍ତ ମାନସିକ ଅବସାଦଗ୍ରସ୍ତ ଲୋକଙ୍କର ପରିବର୍ତ୍ତିତ ଜୀବନଶୈଳୀ ଉପରେ ଧ୍ୟାନ ଦେଇଥିଲେ। ସେମାନଙ୍କୁ ଗାଜର, କଦଳୀ, କାକୁଡ଼ି, ସେଓ , ପିଜୁଳି , ସପେଟା, କ୍ୱିଓ୍ଵି , ଲେଲିଟ୍ୟୁସ୍ ,ପାଳଙ୍ଗ ଓ ଅଙ୍ଗୁର ଆଦି ଖାଇବାକୁ ଦିଆ ଯାଇଥିଲା। ମାନସିକ ଅବସାଦଗ୍ରସ୍ତ ଲୋକେ ଏହି ତାଜା ଫଳ ଓ ପରିବା ଖାଇବାର ସପ୍ତାହକ ପରେ ସେମାନଙ୍କର ମାନସିକ ସ୍ଥିତି କ୍ରମଶଃ ବଦଳିବା ଲକ୍ଷ୍ୟ କରା ଯାଇଥିଲା।
photo-deccan chronicleଆହୁରି ମଧ୍ୟ ଜଣାଗଲା ଯେ ତାଜା ପନିପରିବା ଓ ଫଳ ସେବନ କରିବା ଫଳରେ ମାନସିକ ଅବସାଦ ସାଧାରଣତଃ ଦେଖା ଦେଇ ନ ଥାଏ। ଏଣୁ ଅଧିକ ମାତ୍ରାରେ କଞ୍ଚା ପରିବା ଓ ଫଳ ଖାଇବା ଉଚିତ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।
Follow Us