ସୁସ୍ଥ ରହିବା ପାଇଁ ଖାଇବା ସମୟରେ ଏସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ

Advertisment
ସୁସ୍ଥ ରହିବା ପାଇଁ ଖାଇବା ସମୟରେ ଏସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ

ମନୁଷ୍ୟ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ତେବେ ଅନେକ ସମୟରେ ଦେଖାଯାଏ ଆମେ ଖାଦ୍ୟ ଗ୍ରହଣ ସମୟରେ ଏମିତି କିଛି ଭୁଲ କରିଥାଉ ଯାହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣର ସଠିକ୍‌ ଉପାୟ...

publive-image

୧. ଯେ ପର୍ଯ୍ୟନ୍ତ ଭୋକ ହୋଇ ନାହିଁ ସେ ପର୍ଯ୍ୟନ୍ତ ଖାଆନ୍ତୁ ନାହିଁ। ଖାଇବା ବେଳେ ଏକାଥରକେ ପେଟ ଭର୍ତ୍ତି କରି ଖାଆନ୍ତୁ ନାହିଁ। ଏହି ନିୟମ ଉପରେ ମଧୁମେହ ରୋଗୀମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ମଧୁମେହ ରୋଗୀମାନଙ୍କୁ ପ୍ରତି ଦୁଇଘଣ୍ଟା ଅନ୍ତରରେ ଥରେ ଖାଦ୍ୟ ଗ୍ରହଣ କରିବା ଉଚିତ।

୨. ଖାଦ୍ୟ ଗ୍ରହଣର ଅଧାଘଣ୍ଟା ପୂର୍ବରୁ ପାଣି ପିଅନ୍ତୁ। ସେହିପରି ଖାଦ୍ୟ ଖାଇବା ସମୟରେ ଯଦି ଆବଶ୍ୟକ ହେଉଛି ତେବେ ପାଣି ପିଅନ୍ତୁ। ଖାଦ୍ୟ ଗ୍ରହଣ କରିସାରିବା ପରର ଏକ ଘଣ୍ଟା ଯାଏଁ ଆଦୌ ପାଣି ପିଅନ୍ତୁ ନାହିଁ।

୩. ଖାଦ୍ୟରେ ନିଶ୍ଚିତ ଭାବେ ସାଲାଡ ସାମିଲ କରନ୍ତୁ। ଏଥିରେ ଫାଇବର ଥିବାରୁ ଖାଦ୍ୟ ପାଚନରେ ସାହାଯ୍ୟ କରିଥାଏ।

୪. ଖାଇବା ସମୟରେ ଯେତେ ସମ୍ଭବ ତଳେ ବସି ଖାଆନ୍ତୁ। ଏତଦ୍‌ବ୍ୟତୀତ ଖାଇବା ବେଳେ ଟିଭି ଦେଖନ୍ତୁ ନାହିଁ, ବହି ପଢ଼ନ୍ତୁ ନାହିଁ କିମ୍ବା କଥା ହୁଅନ୍ତୁ ନାହିଁ। ସମ୍ପୂର୍ଣ୍ଣ ଧ୍ୟାନ ଖାଇବା ଉପରେ ହିଁ ରଖନ୍ତୁ।

publive-image

୫. ଦୁଗ୍ଧ କିମ୍ବା ଦୁଗ୍ଧଜାତ ଖାଦ୍ୟ ସହିତ କୌଣସି ଫଳ କିମ୍ବା ପନିପରିବା ମିଶାଇ ଖାଆନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଖାଦ୍ୟ ହଜମ ହେବା ବଦଳରେ ପଚିଯିବା ଭଳି ପରିସ୍ଥିତି ଉପୁଜିଥାଏ। ଏତ୍‌ଦ୍‌ବ୍ୟତୀତ କୌଣସି ଖାଦ୍ୟର ସଠିକ୍‌ ଭିଟାମିନ୍‌ ଶରୀରରେ ପହଞ୍ଚି ପାରି ନଥାଏ।

୬. ସର୍ବଦା ନଖ ଉଷୁମ ପାଣି ପିଇବା ଅଭ୍ୟାସ ରଖନ୍ତୁ। ଖରାଦିନେ ଯଦି ନଖ ଉଷୁମ ପାଣି ପିଇବାରେ ସନ୍ତୁଷ୍ଟି ଲାଗୁ ନାହିଁ ତେବେ ଫ୍ରିଜ୍‌ ପାଣି ନ ପିଇ ମାଠିଆରେ ପାଣି ରଖି ପିଅନ୍ତୁ।

୭.ଖାଦ୍ୟରେ ଲୁଣ ପରିମାଣ କମ୍‌ କରନ୍ତୁ। ଗୋଟିଏ ଚାମଚ ଲୁଣ ଶରୀରରେ ୩-୪ଲିଟର ପାଣିକୁ କମ କରି ଦେଇଥାଏ। ଯଦ୍ୱାରା ଉଚ୍ଚରକ୍ତଚାପ ହୋଇଥାଏ। ରାତି ୮ପୂର୍ବରୁ ଖାଦ୍ୟ ଗ୍ରହଣ କରି ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe