ଅତ୍ୟଧିକ ମୋବାଇଲ୍‌ ଦେଖିବା ହେତୁ ‘ଟେକ୍ସଟ୍‌ ନେକ୍‌’ର ଶିକାର ହୋଇଛନ୍ତି କି? ଆପଣାନ୍ତୁ ଏହି ସରଳ ଉପାୟ

Advertisment
ଅତ୍ୟଧିକ ମୋବାଇଲ୍‌ ଦେଖିବା ହେତୁ ‘ଟେକ୍ସଟ୍‌ ନେକ୍‌’ର ଶିକାର ହୋଇଛନ୍ତି କି? ଆପଣାନ୍ତୁ ଏହି ସରଳ ଉପାୟ

ଆଜିକାଲି ମୋବାଇଲ୍‌ର ବ୍ୟବହାର ବହୁଳ ହୋଇଥିବା ହେତୁ ବେକ ଅଧିକାଂଶ ସମୟରେ ତଳକୁ କରି ରଖିବାକୁ ପଡୁଛି। ଫଳରେ ମୋବାଇଲ୍‌ ବ୍ୟବହାରକାରୀମାନେ ‘ଟେକ୍ସଟ୍‌ ନେକ୍‌’ ନାମକ ଏକ ନୂତନ ରୋଗର ଶିକାର ହେଉଛନ୍ତି। ଆମେରିକାର ଡକ୍ଟର ଡି.ଏଲ୍‌ ଫିସ୍‌ମ୍ୟାନ୍‌ ରୋଗର ନାମକାରଣ ଏପରି କରିଛନ୍ତି। ଲଗାତର ଭାବେ ବେକ ବିନ୍ଧିବା, ମୁଣ୍ଡ ବିନ୍ଧିବା, କାନ୍ଧବିନ୍ଧିବା ଓ ମାଇଗ୍ରେନ୍‌ ଆଦି ଅନୁଭୂୂତ ହେଲେ ଆପଣ ଏହି ରୋଗର ଶିକାର ହୋଇଛନ୍ତି ବୋଲି ଜାଣି ରଖନ୍ତୁ। ଖାଲି ସେତିକି ନୁହେଁ, ଦୁର୍ବଳ ଲାଗିବା, ମାସଂପେଶୀରେ କମଜୋର୍‌ ଅନୁଭୂତ ହେବା ଭଳି ଲାଗିଲେ ବି ଏହି ରୋଗର ଶିକାର ହୋଇଛନ୍ତି ବୋଲି ଧରିନିଅନ୍ତୁ। ବିଶେଷ କରି ପିଲାମାନେ ଅଧିକମାତ୍ରାରେ ଏହି ରୋକରେ ଆକ୍ରାନ୍ତ ହେଉଛନ୍ତି।

publive-image

ଏହି ସମସ୍ୟାର ସମାଧାନ ବାଟ ବି ରହିଛି। ଆପଣ ସାମାନ୍ୟ କେତାଟି ସତର୍କତା ଅବଲମ୍ବନ କଲେ ଏପରି ଏକ ରୋଗରୁ ରକ୍ଷା ପାଇପାରିବେ।

:ଫୋନ୍‌କୁ ନିଜ ଆଖି ସାମ୍ନାରେ ରଖନ୍ତୁ। ଫଳରେ ଆପଣଙ୍କୁ ଫୋନ୍‌କୁ ଦେଖିବା ପାଇଁ ବିଶେଷ ବେକ ଭାଙ୍ଗିବା ଦରକାର ପଡ଼ିବ ନାହିଁ।
:ଫୋନ୍‌ ବ୍ୟବହାର ସମୟରେ ମଝିରେ ମଝିରେ ଦୀର୍ଘ ନିଶ୍ୱାସ ନିଅନ୍ତୁ। ବସିବା ବଦଳାଇ ଏପଟ ସେପଟ ହୁଅନ୍ତୁ।
: କାନ୍ଧକୁ ପଛ କରି ବସନ୍ତୁ। ଆଗକୁ ଅଣେଇ ହୋଇ ବସନ୍ତୁ ନାହିଁ। ଶରୀରକୁ ଠିକ୍‌ ଭାବେ ରଖିଲେ ଏପରି ସମସ୍ୟାକୁ ଦୂରେଇ ଦେଇ ହେବ।
:ନିଜର ବାହୁ ଓ ଉପର ପିଠିକୁ ବାରମ୍ବାର ସରାଭିଡ଼ା କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe