ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ଙ୍କ ପ୍ରେମରେ ପଡ଼ିଛନ୍ତି କି? ସାବଧାନ୍‌ , ନ ହେଲେ ଆପଣ ବି ଠକାମିର ଶିକାର ହୋଇପାରନ୍ତି!

Advertisment
ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ଙ୍କ ପ୍ରେମରେ ପଡ଼ିଛନ୍ତି କି? ସାବଧାନ୍‌ , ନ ହେଲେ ଆପଣ ବି ଠକାମିର ଶିକାର ହୋଇପାରନ୍ତି!

photo-youtube

ସାଧାରଣତଃ ଆଜିକାଲି ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜକୁ କେଉଁଥିରେ ହେଲେ ବି ଆକ୍ଟିଭ୍‌ ରଖନ୍ତୁ କି ନାହିଁ ପଛକେ ,ସୋସିଆଲ୍‌ ମିଡ଼ିଆରେ ଯଥା-ଫେସ୍‌ବୁକ୍‌ ,ମେସେଞ୍ଜର୍‌ ,ହ୍ଵାଟ୍‌ସ ଆପ୍‌,ଟ୍ଵିଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ସର୍ବଦା ହିଁ ନିଜକୁ ସାମିଲ୍‌ ରଖୁଛନ୍ତି।ତେବେ ଏଥିମଧ୍ୟରୁ ସବୁଠୁଁ ଅଧିକା ଏବେ ଫେସ୍‌ବୁକ୍‌ର ଉପଯୋଗ କରାଯାଉଥିବା ଦେଖାଯାଉଛି।କାହିଁକିନା ଫେସ୍‌ବୁକ୍‌ ମାଧ୍ୟମରେ ଆମେ ଆମର ପୁରୁଣା ବନ୍ଧୁଙ୍କ ସହିତ କିଛି ଜଣାଶୁଣା ବ୍ୟକ୍ତିଙ୍କୁ ବି ସର୍ଚ୍ଚ କରି ପାଇଥାଉ ଏବଂ ତାଙ୍କ ସହିତ ମଧ୍ୟ ଯୋଗାଯୋଗ କରିପାଉ। ହେଲେ ବେଳେବେଳେ ଦେଖାଯାଇଥାଏ ଯେ କିଛି ବ୍ୟକ୍ତି ଏହି ଫେସ୍‌ବୁକ୍‌ର ଅପବ୍ୟବହାର କରିଥା’ନ୍ତି। ଅର୍ଥାତ୍‌ ସଂକ୍ଷେପରେ କହିବାକୁ ଗଲେ ଫେସ୍‌ବୁକ୍‌ରେ କିଛି ବ୍ୟକ୍ତି ସେମାନଙ୍କର ଫେକ୍‌ ଆକାଉଣ୍ଟ୍‌ ଖୋଲିବା ସହିତ ଝିଅମାନଙ୍କୁ ଫ୍ରେଣ୍ଡ୍‌ ରିକ୍ୟେଷ୍ଟ୍‍ ପଠାଇଥାଆନ୍ତି।ଆଉ ଯେତେବେଳେ ଉକ୍ତ ଯୁବତୀ ଜଣଙ୍କ ତାଙ୍କ ଫ୍ରେଣ୍ଡ୍‌ସିପ୍‌କୁ ଆକ୍‌ସେପ୍ଟ୍‌ କରନ୍ତି ତ,ତାହା ପରେ ସେମାନେ ତାଙ୍କ ସହିତ କିଛିିଦିନର ଚାଟିଙ୍ଗ୍‌ କରିବା ପରେ ପ୍ରେମ ନିବେଦନ କରନ୍ତି।

ଏମିତି କହିବାକୁ ଗଲେ ଝିଅମାନେ ବହୁତ ସରଳ ଓ ସେମାନଙ୍କ ହୃଦୟ ମଧ୍ୟ କୋମଳ। ତେଣୁ ସହଜରେ ସେମାନେ ପୁଅଙ୍କର ମିଠାମିଠା କଥାରେ ଭାସିଯା’ନ୍ତି।ଆଉ ଏହାପରେ ଯାହା ହୁଏ ଆପଣଙ୍କୁ ଉଣା ଅଧିକେ ଜଣାଥିବ ନିଶ୍ଚୟ। ତେଣୁ ଯଦି ଆପଣଙ୍କୁ ବି କେହି ଫେସ୍‌ବୁକ୍‌ ଜରିଆରେ ତାଙ୍କର ପ୍ରେମ ନିବେଦନ କରିଛନ୍ତି ,ତେବେ ଆପଣ ତାଙ୍କୁ ହଁ କରିବା ପୂର୍ବରୁ ଟିକିଏ ସାବଧାନ ହୋଇ ଯାଆନ୍ତୁ। କାହିଁକିନା ଆପଣଠକାମିର ଶିକାର ହୋଇପାରେ!ଯେଉଁ କାରଣକୁ ନେଇ ଆଜି ଆମେ ଆପଣଙ୍କୁ ଏଥିରୁ ନିବୃତ୍ତ ରହିବାକୁ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବା ବିଷୟରେ କହିବୁ
ଆସନ୍ତୁ ଜାଣିବା ଏହି ବିଷୟରେ....
୧-ପ୍ରଥମତଃ ଆପଣଙ୍କୁ ଯଦି କେହି ଅଜଣା ବ୍ୟକ୍ତି ଫ୍ରେଣ୍ଡ୍‌ ରିକ୍ୟେଷ୍ଟ୍‍ ପଠାଇଛନ୍ତି,ତେବେ ତାଙ୍କୁ ଆସେପ୍ଟ୍‌ କରିବା ପୂର୍ବରୁ ତାଙ୍କର ପ୍ରୋଫାଇଲ୍‌କୁ ଭଲ ଭାବରେ ଚେକ୍‌ କରନ୍ତୁ କି ସେ ତାଙ୍କର ପୋଫାଇଲ୍‌ ପିକ୍‌ଚର୍‌ରେ ନିଜ ଫଟୋ ରଖିଛନ୍ତି କି ନାହିଁ।

publive-image photo-Online chatogo.com

୨-ଦ୍ୱିତୀୟତଃ ତାଙ୍କ ମ୍ୟୁଚିଆଲ୍‌ ଫ୍ରେଣ୍ଡ୍‌ସ କିଏ କିଏ ଅଛନ୍ତି ଯିଏକି ଆପଣଙ୍କର ଚିହ୍ନା,ସେ ସବୁ ପ୍ରତି ମଧ୍ୟ ଆପଣଙ୍କର ଧ୍ୟାନ ରଖିବା ଉଚିତ୍‌।
୩-ଏତଦ୍‌ବ୍ୟତୀତ ଆପଣଙ୍କୁ ଯଦି ଉକ୍ତ ବ୍ୟକ୍ତିଜଣଙ୍କ କିଛି ଦିନର ଚାଟିଂ ପରେ କଣ୍ଟାକ୍ଟ ନମ୍ବର ମାଗୁଛନ୍ତି ,ତେବେ ଆପଣ ତାଙ୍କ ବିଷୟରେ ସଂପୂର୍ଣ୍ଣ ତର୍ଜମା କରିଲା ପରେ ହିଁ ନମ୍ବର ଦିଅନ୍ତୁ।
୪-ଏଥିସହିତ ଆପଣଙ୍କୁ ଯେବେ ସେ କେଉଁଠାକୁ ଦେଖା କରିବାକୁ ଡ଼ାକନ୍ତି ତ,ତେବେ ଆପଣ ଏକୁଟିଆ ସେଠାକୁ ଯାଆନ୍ତୁ ନାହିଁ ବରଂ କାହାରିକୁ ସାଙ୍ଗରେ ଧରି ଯାଆନ୍ତୁ।
୫-ଏହାସହିତ ଆପଣଙ୍କୁ ଯଦି ସେ ତାଙ୍କଆଡ଼ୁ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ନ କୁହନ୍ତି ,ଆଉ ବାହାନା ବନାନ୍ତି;ତାହାଲେ ଜାଣନ୍ତୁ କି ସେ ଆପଣଙ୍କ ସହିତ ଫ୍ଲର୍ଟ୍‌ କରିବାକୁ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe