ଉପବାସ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ , ଜାଣନ୍ତୁ କାହିଁକି !

Advertisment
ଉପବାସ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ , ଜାଣନ୍ତୁ କାହିଁକି !

ସାଧାରଣତଃ ଶରୀରରୁ ବିଷାକ୍ତ ବା ଅନାବଶ୍ୟକ ଦ୍ରବ୍ୟ ନିଷ୍କାସନରେ ଏକ ବଡ଼ ଉପାୟ ହେଲା‘ଉପବାସ’ ବୋଲି ବିଶ୍ୱାସ ରହିଛି। ଉପବାସର ସୁପ୍ରଭାବ ମନୁଷ୍ୟ ଶରୀର ଉପରେ ପଡ଼ିଥାଏ।
କିନ୍ତୁ ଆପଣ କ’ଣ ଜାଣନ୍ତି କି ଉପବାସ ଶରୀରର କେତେକ କ୍ଷତି ମଧ୍ୟ କରିଥାଏ। ରୁଷୀୟ ଚିକିତ୍ସା ବିଜ୍ଞାନୀ ବ୍ଲାନ୍ଦିମିର୍‌ ନିମିତ ଏ ସଂପର୍କରେ ଚିକିତ୍ସକୀୟ ବିବରଣୀ ପ୍ରଦାନ କରିଛନ୍ତି।
ତାଙ୍କ ଅନୁଯାୟୀ ଶରୀରରେ ଦୁଇ ପ୍ରକାରର ହରମୋନ୍‌ ରହିଛି, ଯାହା ସ୍ୱାସ୍ଥ୍ୟରକ୍ଷା ଦିଗରେ ସହାୟକ ହୋଇଥାଏ। ପକ୍ୱାଶୟ ଏକ ପ୍ରକାରର ହରମୋନ୍‌ ସୃଷ୍ଟି କରିଥାଏ। ଯାହା ପୋଷକତତ୍ତ୍ୱ ସଂପର୍କୀତ କୋଷଗୁଡ଼ିକର ସହାୟତା କରିଥା’ନ୍ତି। ବୟସ ବଢ଼ିବା ସାଙ୍ଗକୁ ଏହି କୋଷଗୁଡ଼ିକ ହ୍ରାସ ପାଇବାରେ ଲାଗିଥାଏ। କିନ୍ତୁ ବୃକକ୍‌ ଗ୍ରନ୍ଥି ଯେଉଁ ହରମୋନ୍‌ ତିଆରି କରିଥାନ୍ତି,ତାହା ଉପରେ ବୟସର କିଛି ପ୍ରଭାବ ପଡ଼ି ନଥଏ।

publive-image
ଏଭଳି ହରମୋନ୍‌ ଅସନ୍ତୁଳନ ଶରୀରପାଇଁ କ୍ଷତିକାରକ। ଉପବାସରେ ଏହି ଅସନ୍ତୁଳନକୁ ସମ୍ଭାଳିବା ଆବଶ୍ୟକ। ଶରୀରକୁ ଭୋଜନ ନ ମିଳିବା ଯୋଗୁଁ ଶରୀରରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏହା ଫଳରେ ସହଜରେ ଅସୁସ୍ଥ ପଡ଼ିବାର ଆଶଙ୍କା ମଧ୍ୟ ରହିଛି। ଏଥିପାଇଁ ଉପବାସ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe