ହ୍ରିତିକ୍‌ ରୋଶନଙ୍କ ଫିଟ୍‌ନେସ୍‌ ଟ୍ରେନର୍‌ କହିଲେ ଦିନକୁ ଏତିକି ପାଦ ଚାଲିବା ଭଲ

ହ୍ରିତିକ୍‌ ରୋଶନଙ୍କ ଫିଟ୍‌ନେସ୍‌ ଟ୍ରେନର୍‌ କହିଲେ ଦିନକୁ ଏତିକି ପାଦ ଚାଲିବା ଭଲ

MensXP

ମୁମ୍ବାଇ: ଓଜନ ବୃଦ୍ଧି ଆଜିକାଲି ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏବେ ସମସ୍ତେ ନିଜକୁ ଫିଟ୍‌ ରଖିବାକୁ ଚାହାନ୍ତି। ଏକଥା ସମ‌ସ୍ତେ ଜାଣନ୍ତି ଯେ ନିଜକୁ ଫିଟ୍‌ କିମ୍ବା ସକ୍ରିୟ ରଖିବାର ସବୁଠାରୁ ଭଲ ମାଧ୍ୟମ ହେଉଛି ଚାଲିବା। ନିଜର କାର୍ଯ୍ୟକଳାପକୁ ଟ୍ରାକ୍‌ କରିବା ପାଇଁ ଆଜିକାଲି ସ୍ମାର୍ଟୱାଚ୍‌, ଫିଟ୍‌ନେସ୍‌ ଟ୍ରାକର ଏବଂ ମୋବାଇଲ୍‌ ଖୁବ୍‌ ସାହାଯ୍ୟ କରୁଛି।

ଅନେକ ଲୋକଙ୍କ ମନରେ ବେଳେ ବେଳେ ଏହି ଭାବନା ଆସେ ଯେ ଓଜନ କମ୍‌ କରିବା ପାଇଁ ଅତି କମ୍‌ରେ କେତେ ପାଦ ଚାଲିବା ଉଚିତ। ଏକ ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ମୁତାବକ, ଦିନକୁ ୧୦ ହଜାର ପାଦ ଚାଲିବା ଓଜନ ହ୍ରାସ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ସେଥିରୁ ୩୫୦୦ ପାଦ ଏକାଥରକେ ଚାଲିବା ଉଚିତ, ଯାହାଫଳରେ କ୍ୟାଲୋରି ଏବଂ ଫ୍ୟାଟ୍‌ ବର୍ଣ୍ଣ ହୋଇଥାଏ।

ତେବେ ବଲିଉଡ୍‌ର ମୋଷ୍ଟ୍‌ ହ୍ୟାଣ୍ଡ୍‌ସମ୍‌ ଅଭିନେତା ହ୍ରିତିକ ରୋଶନଙ୍କ ବ୍ୟକ୍ତିଗତ ଫିଟ୍‌ନେସ୍‌ ଟ୍ରେନର୍‌ କୋଚ୍‌ ପ୍ରସାଦ ନନ୍ଦକିଶୋର ସିର୍କେଙ୍କ କହିବା ଅନଯାୟୀ କାହାକୁ କେତେ ପାଦ ଚାଲିବା ଆବଶ୍ୟକ ତାହା ଭିନ୍ନ ‌ଲୋକ ଅନୁସାରେ ଭିନ୍ନ ମାପଦଣ୍ଡ ରହିଛି।

କୋଚ୍‌ ସିର୍କେ ଆହୁରି ବି କହନ୍ତି ଯେ ଓଜନ କମ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଗୁ ପ୍ରତି ୧ ଘଣ୍ଟା ମଧ୍ୟରେ ୫ ମିନିଟ୍‌ ଚାଲିବା ଆବଶ୍ୟକ। ମାନେ ଯଦି ଜଣେ ବ୍ୟକ୍ତି ୮ ଘଣ୍ଟା ଶୋଉଛନ୍ତି ତ ଆଉ ୧୬ ଘଣ୍ଟା ମଧ୍ୟରେ ତାଙ୍କୁ ୮୦ ମିନିଟ୍‌ ଚାଲିବା ଆବଶ୍ୟକ। ଏହି ସମୟ ଭିତରେ କିଏ କେତେ ପାଦ ଚାଲିବ, କାହାର ଗତି କେତେ ତାହା ସେ ବ୍ୟକ୍ତିର ଫିଟ୍‌ନେସ୍‌ ସ୍ତର ଉପରେ ନିର୍ଭର କରେ ବୋଲି ସେ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe