ଆଖି ତଳ ଦାଗ ଉପଚାରରେ ‘ଫିଲର୍ସ’

Advertisment
ଆଖି ତଳ ଦାଗ ଉପଚାରରେ ‘ଫିଲର୍ସ’

ଅନେକଙ୍କର ଆଖି ତଳେ ଗାଢ଼ ରଙ୍ଗର ଦାଗ ଦେଖାଦେଇଥାଏ। ଏହା ଜଣଙ୍କୁ କ୍ଳାନ୍ତ ଅଥବା ବୟସ୍କ ହୋଇଥିବାର ଭାବନା ଆଣିଥାଏ। ଏପରି କଳା ଦାଗ ଲିଭାଇବା ପାଇଁ ପ୍ରଚୁର ସୁଖନିଦ୍ରା ସହ ଅଧିକ ପାନୀୟ ସେବନ ଓ ନାନା ପ୍ରକାର ରାସାୟନିକ ପ୍ରଲେପ ବୋଳିବା ପାଇଁ ପରାମର୍ଶ କରାଯାଇଥାଏ। ତେବେ ସେଗୁଡ଼ିକ କ୍ଷଣସ୍ଥାୟୀ ଉପଚାର କହିଲେ ଅତ୍ୟୁକ୍ତି ହେବନାହିଁ। ଅପରପକ୍ଷେ, ଏବେ ସେହି କଳାଦାଗ ଚିରଦିନ ପାଇଁ ଲିଭାଇବା ଲାଗି ଚର୍ମ ତଳେ ‘ଅଣ୍ଡର-ଆଇ ଫିଲର୍ସ’ ନାମକ ଏକ ପ୍ରକାର ତରଳ ପଦାର୍ଥର ଉପଯୋଗ ଲୋକପ୍ରିୟ ହେବାରେ ଲାଗିଛି। ଆମ ଶରୀରର ଚର୍ମକୁ ଚିକ୍କଣ ତଥା ଆର୍ଦ୍ର ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ହ୍ୟାଲୁରୋନିକ ଏସିଡ୍(ଏଚଏ) ପରି ପ୍ରାକୃତିକ ସାମଗ୍ରୀରୁ ସ୍ବତନ୍ତ୍ର ଭାବରେ ସୃଷ୍ଟ ଏହି ‘ଅଣ୍ଡର-ଆଇ ଫିଲର୍ସ’କୁ ସାଧାରଣତଃ ଇଞ୍ଜେକ୍ସନ ସାହାଯ୍ୟରେ ଉପଯୋଗ କରାଯାଇଥାଏ।

ଉଲ୍ଲେଖଯୋଗ୍ୟ, ଚର୍ମ ପତଳା ହୋଇଗଲେ କି ଚର୍ମତଳେ ଚର୍ବି ଅଂଶ କି କୋଲାଜେନ୍‌ ପରିମାଣ କମିଗଲେ ଆଖିତଳେ ଏପରି କଳାଦାଗ ଦେଖାଦେଇଥାଏ। ତେବେ ଅଣ୍ଡର-ଆଇ ଫିଲର୍ସ ଆଖି ତଳେ ପ୍ରବେଶ କରିବା ମାତ୍ରେ ତାହା ଧୀରେଧୀରେ ସଂପୃକ୍ତ ସ୍ଥାନକୁ ଉଜ୍ବଳ ତଥା ତାଜା କରିଦେବା ସହ ଚର୍ମର ଆର୍ଦ୍ରତା ଓ ନମନୀୟତା ବଢ଼ାଇ ତ୍ବଚାର ପୂର୍ବରୂପ ଫେରାଇ ଆଣିଥାଏ। ମାତ୍ର ୧୫ରୁ ୩୦ ମିନିଟ ଭିତରେ ସାଧିତ ହୋଇ ପାରୁଥିବା ଏହି ଫିଲର୍ସ ଉପଯୋଗ ପ୍ରକ୍ରିୟା ଏକ ଅଣ-ଅସ୍ତ୍ରୋପଚାର ପଦ୍ଧତି ହେବା ସହ ଏହାର ତତ୍କାଳ ଫଳାଫଳ ପାଇଁ ଏହାର ଚାହିଦା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe