ଯୁବକଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଫିଲ୍ମ ନିର୍ମାତା-ଅଭିନେତା ମହେଶ ମାଞ୍ଜ୍ରେକରଙ୍କ ବିରୋଧରେ ମାମଲା ରୁଜୁ

ଯୁବକଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଫିଲ୍ମ ନିର୍ମାତା-ଅଭିନେତା ମହେଶ ମାଞ୍ଜ୍ରେକରଙ୍କ ବିରୋଧରେ ମାମଲା ରୁଜୁ

ABP Live - ABP News

ମୁମ୍ବାଇ: ଯୁବକଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଫିଲ୍ମ ନିର୍ମାତା-ଅଭିନେତା ମହେଶ ମାଞ୍ଜ୍ରେକରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଣେରେ ସେ ଜଣେ ଯୁବକଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ, ଏହି ଘଟଣା ଶୁକ୍ରବାର ରାତିରେ ପୁଣେ-ସୋଲାପୁର ରାଜପଥରେ ଥିବା ୟାଭତ ଗ୍ରାମ ନିକଟରେ ଘଟିଥିଲା।

ପୀଡ଼ିତ କୈଲାଶ ସତପୁତେଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାତା-ଅଭିନେତା ମହେଶ ଚଳାଉଥିବା କାରର ହଠାତ ବ୍ରେକ ମାରିବାରୁ ପଛରେ ଥିବା କୈଲାଶଙ୍କ ଗାଡ଼ି ତାଙ୍କ ଗାଡ଼ିରେ ଧକ୍କା ଖାଇଥିଲା। ଏହା ପରେ ମହେଶ ବାହାରକୁ ଆସି କୈଲାଶଙ୍କ ସହ ଝଗଡ଼ା କରିଥିଲେ। ଏ ମଧ୍ୟରେ ମହେଶ କୈଲାଶଙ୍କୁ ଚାପୁଡ଼ା ମାରି ଅଶ୍ଲୀଳ ଭାଷ‌ାରେ ଗାଳି କରିଥିଲେ। ଏହା ପରେ କୈଲାଶ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି।ଅଭିଯୋଗ ପରେ ପୁଲିସ ବର୍ତ୍ତମାନ ମାମଲା ରୁଜୁ କରିଛି। ଏହି ଖବର ଆସିବା ପରେ ମହେଶଙ୍କ ଏଭଳି କାମକୁ ଲୋକେ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

 indiatoday

ମହେଶ ମାଞ୍ଜ୍ରେକର ହିନ୍ଦି ବ୍ୟତିତ କନ୍ନଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ଅଭିନୟ ସହ ନିର୍ଦ୍ଦେଶନା, ପ୍ରଯୋଜନା ଏବଂ ଲେଖାଲେଖି ମଧ୍ୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe