ପ୍ରଥମ ଦେଖାରେ ଝିଅଙ୍କର ଏହି ୭ଟି କଥା ଉପରେ ନଜର ଦେଇଥା’ନ୍ତି ପୁଅ

Advertisment
ପ୍ରଥମ ଦେଖାରେ ଝିଅଙ୍କର ଏହି ୭ଟି କଥା ଉପରେ ନଜର ଦେଇଥା’ନ୍ତି ପୁଅ

photo-thumbs.dreamstime.com_

ପୁଅ ଓ ଝିଅଙ୍କର ପ୍ରଥମ ଭେଟରେ ହିଁ ପୁଅମାନେ ଝିଅଙ୍କର ଏହି ୭ଟି କଥା ଉପରେ ବିଶେଷ ଭାବରେ ଧ୍ୟାନ ଦଅନ୍ତି,ଯେଉଁଥିରୁ ସେମାନଙ୍କ ସଂପର୍କ କିଭଳି ହୋଇଥାଏ ତାହାର ସୂଚନା ମିଳିଥାଏ।
ଆସନ୍ତୁ ଜାଣିବା ସେହି ୭ଟି କଥା.......
୧-ସାଧାରଣତଃ ପୁଅମାନେ ସେମାନଙ୍କ ପ୍ରଥମ ଦେଖାରେ ଝିଅଙ୍କର ଓଠକୁ ପ୍ରଥମେ ଲକ୍ଷ୍ୟ କରନ୍ତି। ଯଦି ଝିଅଟି ହୃଦୟରୁ ହସୁଥାଏ,ତାହାର ଅର୍ଥ ଏଇଆ ହୋଇଥାଏ ଯେ ,ଝିଅଜଣକ ସେହି ପୁଅଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି । ହେଲେ ଝିଅ ଜଣକ ଯଦି ଖିଲିଖିଲି ହୋଇ ହସୁଥାଏ ତେବେ ଜାଣନ୍ତୁ କି ସେ ସେହି ପୁଅଙ୍କର କଥା କହିବାର ଶୈଳୀକୁ ମଜାରେ ନେଉଛନ୍ତି। ହେଲେ ଯଦି ଆପଣ ଦେଖୁଛନ୍ତି ଯେ ଝିଅ ଜଣଙ୍କ ହସିବା ପାଇଁ ଅଧିକରୁ ଅଧିକ କଷ୍ଟ କରୁଛନ୍ତି ତ,ତେବେ ଏହାର ଅର୍ଥ ଝିଅଜଣକର ଆପଣଙ୍କ ପ୍ରତି ଟିକେ ହେଲେ ବି ରୁଚି ନାହିଁ ବୋଲି ହିଁ ଜାଣନ୍ତୁ।
୨-ସାଧାରଣତଃ କୁହାଯାଏ କି ବ୍ୟକ୍ତିର ଆଖି ହିଁ ତାହା ବିଷୟରେ ସବୁ କିଛି ଜଣାଇ ଦେଇଥାଏ, ଯାହା ସାହଯ୍ୟରେ କି ଆପଣ କିଛି ନ କହି ବି ସବୁ କହ ିପକାଇଥା’ନ୍ତି।ତେଣୁ ପ୍ରଥମ ଭେଟରେ ଝିଅଙ୍କର ଆଖିକୁ ଲକ୍ଷ୍ୟ କରିଥା’ନ୍ତି ପୁଅ।
୩-ତେବେ କନ୍‌ଫିଡ଼େନ୍ସରେ ପରିପୂର୍ଣ୍ଣ ଝିଅଙ୍କୁ ପୁଅମାନେ ଅଧିକ ପସନ୍ଦ କରନ୍ତି।କାହିଁକିନା ସେମାନଙ୍କୁ ଆତ୍ମବିଶ୍ୱାସରେ ଭରପୁର ଝିଅମାନେ ଅଧିକ ଆକର୍ଷିତ କରିଥା’ନ୍ତି।
୪-ଏହାବ୍ୟତୀତ ଝିଅମାନଙ୍କର ଷ୍ଟାଇଲ ସେନ୍‌ସକୁ ମଧ୍ୟ ନଜର ରଖିଥାନ୍ତି ପୁଅ। ତେଣିକି ଭଲରେ ହିଁ ପୁଅଙ୍କୁ ଝିଅଙ୍କର ଷ୍ଟାଇଲ ବିଷୟରେ କିଛି ହେଲେ ବି ଜଣାନଥାଉ ପଛକେ,ହେଲେ ଏହାକୁ ସେମାନେ ନିଶ୍ଚୟ ଦେଖନ୍ତି କି ଝିଅଟି କେଉଁ ଡ୍ରେସ୍‌ ପରିଧାନ କରିଛି ଓ ଏହା ତାକୁ ମାନୁଛି ନା ନାହିଁ?ଏହାକୁ ସେମାନେ ଭଲରେ ହିଁ ଧ୍ୟାନ ଦିଅନ୍ତି।

publive-image photo--youtube

୫-ହେଲେ ପ୍ରକୃତିକ ରୂପରେ କହିବାକୁ ଗଲେ ପୁଅମାନେ ସାଧାରଣତଃ ଝିଅଙ୍କର ଶାରୀରିକ ଗଠନଶୈଳୀକୁ ବି ଅଧିକ ମାତ୍ରାରେ ନଜରରେ ରଖିଥାଆନ୍ତି।
୬-କୁହାଯାଏ କି ଯଦି ଆପଣ କାହାକୁ ବୁଝିବାକୁ ଚାହୁଁଛନ୍ତି ତ, ତାଙ୍କର ବନ୍ଧୁଙ୍କୁ ହାତ କରନ୍ତୁ, ଯେଉଁ କାରଣକୁ ନେଇ ପୁଅମାନେ ଝିଅଙ୍କର ବନ୍ଧୁଙ୍କୁ ମଧ୍ୟ ନଜର ରଖିଥାନ୍ତି।
୭-ଏତଦ୍‌ବ୍ୟତୀତ ଝିଅଙ୍କ ଶରୀରରୁ ଆସୁଥିବା କୃତି୍ରମ ହେଉକି ପ୍ରାକୃତିକ ବାସ୍ନାକୁ ମଧ୍ୟ ପୁଅମାନେ ନୋଟିସ୍‌ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe