ପ୍ରଥମ ଡେଟ୍‌ରେ କେଉଁ କଥା ପଚାରିଲେ ବିରକ୍ତ ହୁଅନ୍ତି ଯୁବକ/ ଯୁବତୀ ?

Advertisment
ପ୍ରଥମ ଡେଟ୍‌ରେ କେଉଁ କଥା ପଚାରିଲେ ବିରକ୍ତ ହୁଅନ୍ତି ଯୁବକ/ ଯୁବତୀ ?

photo-huffingtonpost

ଯଦି କୌଣସି ସିଙ୍ଗଲ୍‌ ଯୁବକଙ୍କ ସହ ଜଣେ ଯୁବତୀ ଅଥବା ଜଣେ ଯୁବତୀଙ୍କ ସହ ଜଣେ ଯୁବକ ପ୍ରଥମ ଡେଟ୍‌ରେ ଯାଉଥାଆନ୍ତି ତେବେ କେତେକ କଥା ଉପରେ ଧ୍ୟାନ ଦେବା ଉଚିତ। ଏହି ସମୟରେ କେଉଁ କଥା କହିବା ଉଚିତ ଅଥବା କେଉଁ କଥା ଅନୁଚିତ ତାହା ଜାଣି ରଖିବା ଭଲ। ହଦି କାହା ସହ ପ୍ରେମ ସଂପର୍କ ପାଇଁ ଆଗ୍ରହୀ ଅଛନ୍ତି, ତେବେ କେତେକ ପ୍ରଶ୍ନ ତାଙ୍କୁ ନ ପଚାରିବା ଭଲ ।

ଏଭଳି ପ୍ରସଙ୍ଗରେ ପ୍ରଥମ ପ୍ରଶ୍ନ ହେଲା, ‘ ତୁମେ ଏଯାଏଁ କାହିଁକି ସିଙ୍ଗଲ୍‌ ଅଛ? ଯଦି ବିବାହ ବୟସ ଅତିକ୍ରାନ୍ତ ହୋଇଥାଏ, ତେବେ ସେ ଏହାର ଉତ୍ତର ଦେବା ପାଇଁ ସଙ୍କୋଚ ବୋଧ କରନ୍ତି ।
ପ୍ରଥମ ସାକ୍ଷାତରେ କୌଣସି ଯୁବତୀକୁ ଆମେ କ’ଣ କଫି ପିଇବାକୁ ଯିବା ? ବୋଲି ମଧ୍ୟ ପଚାରନ୍ତୁ ନାହିଁ । ଏଭଳି ପ୍ରଶ୍ନ କଲେ, ହୁଏତ ଯୁବତୀଜଣକ ଭାବିବେ ଯୁବକଠୁଁ ଦୂରେଇ ରହିବା ଉଚିତ ।
ଏଯାଏଁ ତୁମର କେହି ପସନ୍ଦ ହୋଇ ନାହାନ୍ତି କାହିଁକି? ଏହି ପ୍ରଶ୍ନ ବି ପଚାରନ୍ତୁ ନାହିଁ । ମନେ ରଖନ୍ତୁ ଏହି ପ୍ରଶ୍ନରେ ତତ୍‌କ୍ଷଣାତ୍‌ ଯୁବକ /ଯୁବତୀ ଉତ୍ୟକ୍ତ ହୋଇ ଉଠନ୍ତି । ଏଣୁ ଆପଣ ସେ ବିଷୟରେ ଜାଣିବା ଲାଗି ଯେତେ ଉତ୍କଣ୍ଠିତ ଥିଲେ ମଧ୍ୟ ପଚାରନ୍ତୁ ନାହିଁ ।

publive-image photo--supportiveguru

କେଉଁ ଠି ରହୁଛ? ଘରେ ବା ହଷ୍ଟେଲରେ ଛାଡି ଦେବି କି? ଏ ପ୍ରଶ୍ନ ବି କରାଯିବା ସମୁଚିତ ନୁହେଁ । ଯଦି ଯୁବତୀଜଣକ ଆପଣଙ୍କ ସହ କଂଫର୍ଟେବଲ୍‌ , ତେବେ ଉତ୍ତର ହଁ ବା ନା ରେ ଦେଇ ଥାଆନ୍ତି । କିନ୍ତୁ ପ୍ରଥମ ସାକ୍ଷାତ ବା ଡେଟ୍‌ରେ ଏକଥା ପଚାରିଲେ ଯୁବତୀ ଜଣକ ବିରକ୍ତ ହୋଇପାରନ୍ତି । କାରଣ ଏହା ତାଙ୍କୁ ଘରେ ବିପଦରେ ପକାଇପାରେ ବୋଲି ଯୁବତୀ ମନେ କରନ୍ତି । ଠିକ୍‌ ସେହିପରିପ୍ରଥମ ଡେଟରେ ପରିବାର କଥା ପଚାରିଲେ ଯୁବକ ବିରକ୍ତ ହୋଇଥାନ୍ତି। ସେ ଭାବନ୍ତି ଏଠି ପ୍ରେମା ଆରମ୍ଭ କରିବାକୁ ଆସିଛି ନା ପରିବାର କଥା ଜାଣିବାକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe