ନିଜକୁ ଫିଟ୍‌ ରଖିବାକୁ ପ୍ରତିଦିନ କରୀନା କପୁର ଆପଣାନ୍ତି ଏହି ସବୁ ଉପାୟ

ଏମିତି ଅନ୍ଦାଜରେ ବିରିୟାନୀ ଓ ହଲୱାକୁ ବାୟ କଲେ କରୀନା

PeepingMoon.com

ମୁମ୍ବାଇ: ଓଜନ ହ୍ରାସ କରିବାର ନିଶା ଆଜିକାଲି ପ୍ରାୟ ସମସ୍ତଙ୍କ ଭିତରେ ଦେଖିବାକୁ ମିଳୁଛି। ପତଳା ଓ ଫିଟ୍‌ ଦିଶିବା ପାଇଁ କାହାକୁ ବା ଭଲ ଲାଗେନା? ମାତ୍ର ମନେରଖନ୍ତୁ ଓଜନ ହ୍ରାସ ପାଇଁ ଭୁଲ୍‌ରେ ବି କେବେ ପେଟ ଖାଲି ରଖି ଖାଇବେ ନାହିଁ। ଓଜନ ହ୍ରାସ କରିବା ପାଇଁ ଆପଣ ଏକ ଡାଏଟ୍‌ ତାଲିକା ପ୍ରସ୍ତୁତ କରି ସେହି ହିସାବରେ ଚଳିଲେ ଆପଣ ସବୁବେଳେ ଫିଟ୍‌ ରହିବେ। ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ‌ ଦେଖୁଛନ୍ତି ତ, ସେ କିପରି ନିଜକୁ ଫିଟ୍‌ ରଖିବାରେ ସମର୍ଥ ହୋଇଛନ୍ତି?

କରୀନା ଦେଇଥିବା ଏକ ସାକ୍ଷାତ୍‌କାରରୁ ଜାଣିବାକୁ ମିଳିଛି ଯେ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ସେ ଲହୁଣୀ ଖାଇଥାନ୍ତି। ଆପଣ ଜାଣିରଖନ୍ତୁ ଯେ ଲହୁଣୀ ଖାଇଲେ ତ୍ବଚା ଚିକ୍କଣ ରହିବା ସହ ଶରୀର ଫିଟ୍‌ ରହିଥାଏ। ଲହୁଣୀରେ ଥିବା ମ୍ୟାଗ୍‌ନେସିୟମ୍‌ ହୃଦ୍‌ପିଣ୍ଡ ପାଇଁ ମଧ୍ୟ ଖୁବ୍ ଭଲ ହୋଇଥାଏ। ଏହାକୁ ଖାଇଲେ ଶରୀରରେ ସହଜରେ ବୟସର ଛାପ ଦିଶେ ନାହିଁ।

publive-image

କେବଳ ଖାଇବା ପିଇବା ଉପରେ ଧ୍ୟାନ ଦେଲେ ଯେ ଆପଣ ଫିଟ୍‌ ରହିଯିବେ ସେପରି କିଛି ନାହିଁ। ଆପଣଙ୍କୁ ସେଥିପାଇଁ ଶାରୀରିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ। କରୀନା ପ୍ରତିଦନ ସକାଳୁ ସିଡ଼ିରେ ଉପର ତଳ ହୋଇଥାନ୍ତି। ଦିନକୁ ଅତି କମ୍‌ରେ ୧୦୦ ପାହାଚ ଚଢ଼ି ଉହ୍ଲାଇଲେ ଆପଣ ନିଶ୍ଚୟ ଫିଟ୍‌ ରହିବେ। କରୀନାଙ୍କ କହିବା କଥା ହେଲା ଉପଯୁକ୍ତ ଖାଦ୍ୟ ସହ ସାମାନ୍ୟ ଶାରୀରିକ ପରିଶ୍ରମ କଲେ ଆପଣ ନିଜକୁ ଫିଟ୍‌ ରଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe