ଏହି ସବୁ ପୁଷ୍ପ ଚା’ ପିଇ ରୋଗକୁ କରନ୍ତୁ ବାୟ ବାୟ

Advertisment
ଏହି ସବୁ ପୁଷ୍ପ ଚା’ ପିଇ ରୋଗକୁ କରନ୍ତୁ ବାୟ ବାୟ

ଆପଣ ଯଦି ଜଣେ ଚା’ ପ୍ରେମୀ ତେବେ ଏହି ଖବରଟି ଆପଣଙ୍କୁ ଖୁସି କରାଇଦେବ। କାରଣ ଏବେ ଗୋଟାଏ ଗୁଳିରେ କରିହେବ ଦୁଇଟି ଶିକାର। ଆମେ ଆପଣଙ୍କୁ କହିବୁ କିପରି ଭାବେ ଚା’ର ମଜା ନେବା ସହ ଆପଣ ନିଜର ଓଜନ ବି ହ୍ରାସ କରିପାରିବେ।

କେବଳ ଓଜନ ହ୍ରାସ ନୁହେଁ, ଏମିତି ଗୁଡ଼ିଏ ପୁଷ୍ପ ଚା’ ଅଛି ଯାହାକୁ ପିଇବା ଦ୍ୱାରା ଓଜନ ହ୍ରାସ ବ୍ୟତୀତ, ଚିନ୍ତା ଦୂର ହେବ, ହଜମ ଶକ୍ତି ବଢ଼ିବ ଓ ମହିଳାମାନଙ୍କ ମାସିକଧର୍ମ ସଂପର୍କିତ ସମସ୍ୟା ବି ଦୂର ହେବ।

ରୋଜ୍‌ ବଡ୍‌ସ: ଏହି ଫୁଲର ସ୍ୱାଦ ଖୁବ୍‌ ଭଲ ଓ ମାସିକଧର୍ମ ସଂପର୍କିତ ସମସ୍ୟାକୁ ଦୂର କରିବା ପାଇଁ ଏହା ଔଷଧ ପରି କାମ କରେ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ଅଛି। ଏହି ଫୁଲର ଚା’ ପିଇବା ଦ୍ୱାରା ତ୍ୱଚା ଓ କେଶ ମଧ୍ୟ ଭଲ ରହିଥାଏ। ଏହା ହଜମ ବଢ଼ାଇବା ସହ ପରିଶ୍ରାଗତ ସମସ୍ୟା ବି ଦୂର କରେ।

publive-image

ଲାଭେଣ୍ଡର: ଏହି ଫୁଲ ତା’ର ବାସ୍ନା ପାଇଁ ବେଶ୍‌ ପ୍ରସିଦ୍ଧ। ଏହି ଫୁଲରେ ଅତର ମଧ୍ୟ ତିଆରି କରାଯାଏ। ଏହାର ଚା’ ପିଇଲେ ଉତ୍ତମ ହଜମ ହେବା ସହ ଆବେଗ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଜାସ୍‌ମିନ୍‌: ଏହାକୁ ଆମେ ଗାଁଗହଳୀରେ ମଲ୍ଲିଫୁଲ ବୋଲି କହିଥାନ୍ତି। ଏହି ଫୁଲର ଚା’ ପିଇଲେ ମଧୁମେହ ଆୟତ୍ତରେ ରହିଥାଏ। ହୃଦ୍‌ଘାତ ସମ୍ଭାବନାକୁ କମ୍‌ କରାଏ। ହଜମ ଭଲ କରାଇବା ସହ ଉଚିତ ସମୟରେ ଭୋକ ହୋଇଥାଏ ଏହାର ଚା’ ପିଇଲେ।

ବଟରଫ୍ଲାଏ ପି: ଏହି ଫୁଲର ଚା’ ଓଜନ ହ୍ରାସ ପାଇଁ ଖୁବ୍‌ ଭଲ। କୋଲେଷ୍ଟ୍ରେଲ୍‌ ସ୍ତରକୁ କମ୍‌ କରିଥାଏ। ଏହି ଚା’ ତ୍ୱଚାକୁ ବୟସ୍କ ଦିଶିବାରୁ ବଞ୍ଚାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe