ହୋଲି ରଙ୍ଗ ଛଡାଇବା ପାଇଁ ଉପଯୋଗ କରନ୍ତୁ ଏହି ୫ ହର୍ବାଲ ଉପାୟ

Advertisment
ହୋଲି ରଙ୍ଗ ଛଡାଇବା ପାଇଁ ଉପଯୋଗ କରନ୍ତୁ ଏହି ୫ ହର୍ବାଲ ଉପାୟ

Image Courtsy: Ajjtak

ନୂଆଦିଲ୍ଲୀ: ହୋଲି ଖେଳିବା ପରେ ରଙ୍ଗ ନ ଛାଡିଲେ ତାହା ବିରକ୍ତିକର ହୋଇଥାଏ। ଅନେକ ସମୟରେ ଦେଖାଯାଏ ଯେ ସାବୁନ ଇତ୍ୟାଦି ବ୍ୟବହାର କଲେ ମଧ୍ୟ ହୋଲିର ରଙ୍ଗ ଛାଡି ନଥାଏ। ଏଠାରେ ହୋଲି ରଙ୍ଗକୁ ଛଡାଇବା ପାଇଁ କେତେକ ହର୍ବାଲ ଟିପ୍ସ ଦିଆଯାଇଛି ଯାହାକୁ ଉପଯୋଗ କରି ଆପଣମାନେ ଗାଢ ରଙ୍ଗକୁ ଛଡାଇ ପାରିବେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ବିନା।

କାକୁଡି: ଆମେ ଖାଦ୍ୟ ଭାବରେ ଖାଉଥିବା କାକୁଡିକୁ ରଙ୍ଗା ଛଡାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ରଙ୍ଗ ଛଡାଇବା ପାଇଁ କାକୁଡିର ରସରେ ଅଳ୍ପ ଗୋଲାପ ଜଳ ଓ ଏକ ଚାମଚ ଭିନେଗାର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଲଗାନ୍ତୁ। କିଛି ସମୟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ, ରଙ୍ଗ ବି ଛାଡିଯିବ ଓ ତ୍ଵଚା ବି ଉଜ୍ଜ୍ଵଳ ଦେଖାଯିବ।

ଲେମ୍ବୁ: ଲେମ୍ବୁ ଓ ବେସନର ପ୍ରୟୋଗ କରି ଆପଣମାନେ ସହଜରେ ଶରୀରର ରଙ୍ଗକୁ ସଫା କରି ପାରିବେ। ଚେହେରାରୁ ହୋଲିର ରଙ୍ଗ ଛଡାଇବା ପାଇଁ ବେସନରେ ଲେମ୍ବୁ କ୍ଷୀର ମିଶାଇ ଏହାର ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ଚେହେରାରେ ଲଗାଇ ରଖନ୍ତୁ। କିଛି ସମୟ ପରେ ଚେହେରାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

publive-image Image Courtsy: Ajjtak

ବାଦାମ: ବାର୍ଲିର ଅଟା ଓ ବାଦାମର ତେଲକୁ ଶରୀରରେ ଲାଗିଥିବା ଗାଢ ରଙ୍ଗକୁ ଛଡାଇବା ପାଇଁ ବ୍ୟବହାର କରାଯାଇଥାଏ। ଏହି ତେଲକୁ ଚର୍ମ ଉପରେ ଲଗାଇ ହୋଲିର ରଙ୍ଗକୁ ସଫା କରାଯାଇପାରିବ। ଏହା ବ୍ୟତୀତ କ୍ଷୀରରେ ଅଳ୍ପ କଞ୍ଚା ଅମୃତଭଣ୍ଡା, ମୁଲତାନି ମାଟି ଓ ଅଳ୍ପ ପରିମାଣରେ ବାଦାମ ତେଲ ଭଲ ଭାବରେ ମିଶେଇ ଲଗାନ୍ତୁ। ୩୦ ମିନିଟ ପରେ ଚେହେରାକୁ ଧୋଇ ଦିଅନ୍ତୁ।

publive-image Image Courtsy: Ajjtak

ମୂଳା: ମୂଳାର ରସ ବାହାର କରି ସେଥିରେ କ୍ଷୀର, ବେସନ ଓ ମଇଦା ମିଶାଇ ମିଶ୍ରଣ ତିଆରି କରନ୍ତୁ। ଏହି ମିଶ୍ରଣକୁ ଚେହେରାରେ ଲଗାଇଲେ ଚେହେରା ସଫା ହୋଇଯାଇଥାଏ। କେବଳ ଚେହେରା ନୁହଁ ଶରୀରର ଯେକୌଣସି ଅଙ୍ଗରେ ଲାଗିଥିବା ରଙ୍ଗକୁ ଛଡାଇବା ପାଇଁ ଏହି ମିଶ୍ରଣକୁ ଉପଯୋଗ କରାଯାଇ ପାରିବ।

କମଳା ଚୋପା: ଚେହେରାରେ ଯଦି ଗୁଣ୍ଡ ଓ ରଙ୍ଗ ଜମି ଯାଇଛି ତେବେ କମଳା ଚୋପା ସହିତ ମଶୁରି ଡାଲି ଓ ବାଦାମକୁ କ୍ଷୀରରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିନିଅନ୍ତୁ। ଏହା ଦ୍ଵାରା ଆପଣଙ୍କ ଚର୍ମରୁ ରଙ୍ଗ ଛାଡିବା ସହ ଚର୍ମ ଉଜ୍ଜ୍ଵଳ ଦେଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe