ଏହି ୫ଟି ଉପାୟ କରନ୍ତୁ, ସର୍ବଦା ରହିବେ ଫିଟ୍‌ ଓ ନିରୋଗ

କ’ଣ କରିବେ ନିରୋଗ ଓ ସୁସ୍ଥ ରହିବା ପାଇଁ

ଏହି ୫ଟି ଉପାୟ କରନ୍ତୁ, ସର୍ବଦା ରହିବେ ଫିଟ୍‌ ଓ ନିରୋଗ

ଆଜିକାଲି ଯିଏ ପ୍ରତିଦିନ ବ୍ୟାୟାମ କରୁଛନ୍ତି ତାଙ୍କୁ ହିଁ ସୁସ୍ଥ ମଣିଷ ରୂପେ ଗଣା ଯାଉଛି। ସର୍ବଦା ଫିଟ୍‌ ରହିବା ପାଇଁ ପ୍ରତିଦିନ ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ସକାଳେ ଠିକ୍‌ ସମୟରେ ଉଠନ୍ତୁ ଓ ଦୀର୍ଘରାତ୍ରୀ ଯାଏଁ ନ ଚେଇଁ ଶୀଘ୍ର ଶୁଅନ୍ତୁ। ଦର୍ଶା ଯାଇଥିବା ଶୈଳୀକୁ ଯଦି ଠିକ୍‌ ଭାବେ ପ୍ରୟୋଗ କରନ୍ତି ତା’ହେଲେ ଆପଣ ମଧ୍ୟ ନିରୋଗ ଓ ସୁସ୍ଥ ରହି ପାରନ୍ତି।

publive-image

ପ୍ରତିଦିନ ଅଧ ଘଣ୍ଟାରୁ ଏକ ଘଣ୍ଟା ଓ୍ଵାର୍କଆଉଟ୍‌ କରନ୍ତୁ: ଓ୍ଵାର୍କଆଉଟ୍‌ରେ ଜିମ୍‌ ଯାଆନ୍ତୁ, ଯୋଗାସନ କରନ୍ତୁ। ଏଥିରେ ଡ୍ୟାନ୍ସ ମଧ୍ୟ କରିପାରିବେ। ଲିଫ୍ଟ ଉପରେ ନିର୍ଭର ନ କରି ଚାଲିବାରେ ଗୁରୁତ୍ୱ ଦିଅନ୍ତୁ।

publive-image

ଖାଦ୍ୟରେ ଲୁଣ ଓ ମିଠା କମ୍‌ ଖାଆନ୍ତୁ: ଚେଷ୍ଟା କରନ୍ତୁ ପ୍ରତିଦିନ ଖାଦ୍ୟରେ ମିଠା ଏବଂ ଲୁଣର ପରିମାଣ କମ୍‌ କରିବା ପାଇଁ। ଯଦି ସମ୍ଭବ ଏହାର ପରିମାଣକୁ ଅଧା କମାଇ ଦିଅନ୍ତୁ।

publive-image

ମସଲାଦିଆ ଖାଦ୍ୟ ଖାଆନ୍ତୁ ନାହିଁ: ମସଲା ଅଧିକ ଥିବା ଖାଦ୍ୟରୁ ଯେତିକି ଦୂରେଇ ରହି ପାରିବେ ସେତିକି ଭଲ। ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେବ। ମଇଦାରେ ତିଆରି ହୋଇଥିବା ଖାଦ୍ୟଠୁ ମଧ୍ୟ ଦୂରେଇ ରହନ୍ତୁ।

publive-image

ସବୁଜ ପନିପରିବା ଖାଆନ୍ତୁ: ଯେତେ ଅଧିକ ହୋଇପାରେ ସବୁଜ ପନିପରିବା ଖାଆନ୍ତୁ। ପ୍ରତିଦିନ ଖାଦ୍ୟରେ କମ୍‌ ପରିମାଣର ସାଲାଡ୍‌ ଟିକିଏ ଖାଇବା ମଧ୍ୟ ଭଲ।

publive-image

ରକ୍ତ ପରୀକ୍ଷା କରନ୍ତୁ: ଆପଣଙ୍କୁ ଯଦି ୩୫ ବର୍ଷ ବୟସ ହୋଇଗଲାଣି, ତା’ହେଲେ ଅସୁସ୍ଥ ହେଲେ ନିଶ୍ଚୟ ରକ୍ତ ପରୀକ୍ଷା କରାନ୍ତୁ। କିଛି ନ ହୋଇ ଥିଲେ ମଧ୍ୟ ବର୍ଷକୁ ଅନ୍ତତଃ ଥରେ ରକ୍ତ ପରୀକ୍ଷା କରିପାରିଲେ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe