ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ରୋଗ ବି ଦୂର ହେବ

Advertisment
ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ରୋଗ ବି ଦୂର ହେବ

mirror.co.uk

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଶରୀର ଭିତରୁ ଦୁର୍ବଳ ରହିବେ, ତେବେ ଶରୀର ଉପରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ ସେଥିରେ ଶରୀର ଗରମ ହେବ ନାହିଁ । ତେବେ ଶୀତ ଦିନେ ଶରୀରକୁ କିଭଳି ଭାବରେ ଭିତରୁ ଶକ୍ତ ଏବଂ ଗରମ ରଖିବେ, ଆସନ୍ତୁ ଜାଣିବା ।

୧. ଶୀତ ଦିନେ ଫାଇବର, ପ୍ରୋଟିନ୍‌, କ୍ୟାଲ୍‌ସିୟମ, ପୋଟାସିୟମ୍‌, ଜିଙ୍କ, ଆଇରନ, ଫସ୍‌ଫରସ୍‌ ଏବଂ ଥିୟାମିନ୍‌ ଥିବା ଖାଦ୍ୟ ଭରପୂର ମାତ୍ରାରେ ଖାଇବା ଦରକାର ।
୨. ଶୀତ ଦିନେ ଶୁଖିଲା ଖାଦ୍ୟ ସେବନ କରନ୍ତୁ । ଏଥିରେ ଭିଟାମିନ୍‌ ଇ, ବି-କମ୍ପ୍ଲେକ୍ସ, ଓମେଗା ଏସ୍‌, ଜିଙ୍କ୍‌, ଫ୍ଲୋରିଡ୍‌, କ୍ୟାଲସିୟମ ଏବଂ ସୁସ୍ଥକର ପ୍ରୋଟିନ୍‌ ରହିଥାଏ । ଯାହାକି ଶରୀରକୁ ଗରମ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଶୀତ ଦିନେ ଆପଣ କାଜୁ ବାଦାମ୍‌, ଅଖ୍‌ରୋଟ୍‌ ଇତ୍ୟାଦି ଖାଇ ପାରିବେ ।

Image result for kaju and akhrot Daraz.pk

୩. ଶୀତ ଦିନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । ଏହା ଶରୀରକୁ ଗରମ ରଖିଥାଏ । ଏଥିରେ ଭିଟାମିନ୍‌ ଏ, ବି-୧୨, ବି-୬, କ୍ୟାଲ୍‌ସିୟମ୍‌, ଆଇରନ୍‌, ପଟାସିୟମ୍‌, ସେଲେନିୟମ୍‌, ଫ୍ୟାଟି ଏସିଡ୍‌ ଏବଂ ପ୍ରୋଟିନ୍‌ ରହିଥାଏ, ଯାହା ଶରୀରକୁ ଗରମ ରଖିବା ସହ ରୋଗମୁକ୍ତ ରଖିଥାଏ ।
୪.ଏହି ଋତୁରେ ରସାଳ ଫଳ ଖାଇବା ଦେହ ପ୍ରତି ହିତକର । ଲେମ୍ବୁ, କମଳା, ମୌସୁମୀ, ଅଙ୍ଗୁର ଇତ୍ୟାଦି ଏହି ଦିନେ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ରହିବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe