ଆପଣ ହରମୋନ୍‌ ଅସନ୍ତୁଳନର ଶିକାର କି? ଖାଆନ୍ତୁ ସନ୍ତୁଳିତ ଖାଦ୍ୟ, ଦୂର କରନ୍ତୁ ଏହି ସମସ୍ୟା

Advertisment
ଆପଣ ହରମୋନ୍‌ ଅସନ୍ତୁଳନର ଶିକାର କି? ଖାଆନ୍ତୁ ସନ୍ତୁଳିତ ଖାଦ୍ୟ, ଦୂର କରନ୍ତୁ ଏହି ସମସ୍ୟା

ହରମୋନ୍‌ ଇମ୍‌ବାଲାନ୍ସ ବା ହରମୋନ୍‌ ଅସନ୍ତୁଳନ ଏକ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା, ଯାହା ଉଭୟ ମହିଳା ଓ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ। ଏହି ସମସ୍ୟା ହେତୁ ମହିଳାଙ୍କର ରଜୋନିବୃତ୍ତି, ଯୌନବୀତସ୍ପୃହତା, ଋତୁସ୍ରାବ ଅନିୟମିତତା ଆଦି ଦେଖା ଦେଇଥାଏ। ହରମୋନ ଅସନ୍ତୁଳନର ଲକ୍ଷଣଗୁଡ଼ିକ ହେଲା ବାରମ୍ବାର ମୁଣ୍ଡବନ୍ଧା, ପରିସ୍ରା ସଂକ୍ରମଣ, ଅଯଥାରେ ଓଜନ ବୃଦ୍ଧି ଘଟିବା, ଅବସନ୍ନତା ଓ କୋଷ୍ଠକାଠିନ୍ୟ ଇତ୍ୟାଦି। ଆସନ୍ତୁ ଜାଣିବା ଆମେ କିପରି ଭାବରେ ସନ୍ତୁଳିତ ଖାଦ୍ୟ ବା ବାଲାନ୍ସ ଡାଏଟ୍‌ ଜରିଆରେ ଏହାକୁ ନିୟନ୍ତ୍ରଣ କରିପାରିବା।

publive-image

ଭିଟାମିନ୍‌ ଡି ସମ୍ବଳିତ ଖାଦ୍ୟ: ଭିଟାମିନ୍‌ ଡି ଥିବା ଖାଦ୍ୟ ଯଥା ଅଣ୍ଡା, ମାଛ ଓ ଛତୁ ଆଦି ଖାଇବା ଦ୍ୱାରା ହରମୋନ୍‌ ବାଲାନ୍ସ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

publive-image

ପାଳୁଅ ଗୁଣ୍ଡ: ପାଳୁଅରେ ରହିଛି ହରମୋନ ସନ୍ତୁଳନକାରୀ ତତ୍ତ୍ୱ। ଏହା ମୁଡ୍‌ ସୁଇଙ୍ଗସ୍‌ ଓ ପ୍ରଜନନ କ୍ଷମତା ହ୍ରାସ ଆଦି ସମସ୍ୟାର ନିୟନ୍ତ୍ରଣ କରିଥାଏ। ଏକ କପ୍‌ ଉଷୁମ ପାଣି ସହିତ ୧/୪ ଚାମୁଚ ପାଳୁଅ ଗୁଣ୍ଡ ମିଶାଇ କିଛି ସପ୍ତାହ ପିଅନ୍ତୁହରମୋନ ସନ୍ତୁଳିତ ହେବ।

publive-image

ଓମେଗା-୩ ଫ୍ୟାଟି ଏସିଡ୍‌: ତେଲଯୁକ୍ତ ମାଛ ଯଥା ସାଲମନ୍‌, ଟୁନା ଏବଂ ସାରଡାନି, ଫ୍ଲାକ୍ସ ସିଡ୍‌ସ, ଚିଆ ସିଡ୍‌ସ ଏବଂ ଅଲିଭ ଅଏଲ୍‌ରେ ଏହି ଏସିଡ୍‌ ରହିଛି। ଖାଦ୍ୟରେ ଏସବୁ ସାମିଲ୍‌ ହେଲେ ହରମୋନ୍‌ ସନ୍ତୁଳନ ହୋଇଥାଏ ।

publive-image

ମେଥି: ଏକ କପ୍‌ ଉଷୁମ ପାଣିରେ ଏକ ଚାମଚ ମେଥି ମିଶାନ୍ତୁ ଏବଂ ଏହାକୁ ୧୫ ମିନିଟ୍‌ ଯାଏଁ ରଖନ୍ତୁ। ତା’ପରେ ଏହି ପାଣିକୁ ଦିନରେ ୨ରୁ ୩ ଥର ପିଅନ୍ତୁ। ଏହା ଶରୀରରେ ହରମୋନ୍‌ ସନ୍ତୁଳନ ରକ୍ଷା କରିବା ସହିତ ଇନ୍‌ସୁଲିନ୍‌ ପ୍ରତିରୋଧକୁ ନିୟନ୍ତ୍ରଣ କରିଥାଏ।

publive-image

ନଡିଆ ତେଲ: ଏହା ହେଉଛି ସବୁଠାରୁ ଉତ୍ତମ ପ୍ରାକୃତିକ ହରମୋନ୍‌ ସନ୍ତୁଳନକାରୀ। ପ୍ରତ୍ୟେକ ଦିନ ଦୁଇ ଚାମଚ ଶୁଦ୍ଧ ନଡିଆ ତେଲ ଆହାରରେ ସାମିଲ୍‌ କରନ୍ତୁ। ଏହାକୁ ସାଲାଡରେ ମିଶାଇ ଖାଆନ୍ତୁ କିମ୍ବା ରୋଷେଇରେ ବ୍ୟବହାର କରନ୍ତୁ।

publive-image

ତୁଳସୀ ପତ୍ର: ଏହା ୟୁଟେରିନ୍‌ ହରମୋନ୍‌ ବାଲାନ୍ସ କରିଥାଏ। ପ୍ରତ୍ୟେକ ଦିନ କିଛି ତୁଳସୀ ପତ୍ର ଚୋବାଇ ବା ତୁଳସୀ ପତ୍ର ଚା’ ଖାଆନ୍ତୁ।

publive-image

ଅଶ୍ୱଗନ୍ଧା: ଏହା ଏକ ଲୋକପ୍ରିୟ ଆର୍ୟୁବେଦୀୟ ଗୁଳ୍ମ। ଏହା ଦୁର୍ବଳ ଅନୁଭବ ହେବା, ଚାପଗ୍ରସ୍ତ ଲାଗିବା ଓ ଉଦବେଗ ସୃଷ୍ଟି ହେବା ସମସ୍ୟାର ଉପଚାର କରିଥାଏ। ଏହା ହରମୋନ୍‌ ସନ୍ତୁଳନ କରିବାରେ ସହାଯ୍ୟ କରିଥାଏ। ଥାଇରଏଡ୍‌ ଗ୍ଲାଣ୍ଡର କାର୍ଯ୍ୟକାରିତା କ୍ଷମତାକୁ ବୃଦ୍ଧି କରାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe