bustle.com
କିଛି ଲୋକଙ୍କ ପାଖରେ ଏମିତି କଳା ରହିଛି ଯେ ସେମାନେ ମିଛକୁ ସତ ଭଳି ପ୍ରକାଶ କରିଥାନ୍ତି। ମିଛକୁ ଏମିତି ଶୈଳୀରେ କହନ୍ତି ଯେ ତାଙ୍କ ସାମ୍ନାରେ ଥିବା ଲୋକ ଏହାର ଟେର ପାଆନ୍ତି ନାହିଁ। ଆସନ୍ତୁ ଜାଣିବା ଏମିତି କୌଶଳ, ଯାହା ଦ୍ୱାରା ମିଛ ଧରିପାରିବା। ଆପଣ ଏକାଗ୍ରତାର ସହିତ ଜଣଙ୍କ ଭାବଭଙ୍ଗୀକୁ ସମୀକ୍ଷା କଲେ, ସେ ମନରେ କ’ଣ ଭାବୁଛି ତାହା ଜାଣିପାରିବେ।
ଯାହାଙ୍କ ଉପରେ ସନ୍ଦେହ ହେଉଛି ପ୍ରଥମେ ତାଙ୍କର ହାବଭାବ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କୁ ମନେ ହେଉଛି କି ସେ ମିଛ କହୁଛନ୍ତି,ତେବେ ସେହି ସମୟରେ ତା’ର ହାବଭାବ ଉପରେ ଦୃଷ୍ଟି ରଖନ୍ତୁ। ଯଦି କଥା ହେବା ସମୟରେ ଜଣେ ଶାନ୍ତ ମନରେ କଥା ହେଉଥାନ୍ତି, ତା’ହେଲେ ସେ ମିଛ କହୁ ନାହାନ୍ତି ବୋଲି ଧରି ନିଆଯାଇପାରେ। କିନ୍ତୁ ଯଦି ଆପଣଙ୍କ ସହିତ କଥା ହେଉଥିବା ସମୟରେ ହଠାତ୍ ପାଦ ଗୋଡ ହଲାନ୍ତି ଏବଂ ପକେଟ୍ ଭିତରେ ହାତ ରଖନ୍ତି, ତା’ହେଲେ ଜାଣିବେ ସେ କିଛି ଲୁଚାଉଛନ୍ତି। ମିଛ କହୁଥିବା ସମୟରେ ଧରାପଡ଼ିଯିବାର ଭୟ ଥିବାରୁ ଶରୀରରେ ଏମିତି ଭାବଭଙ୍ଗୀ ଆସିଥାଏ । ଯଦି କଥା ହେଉଥିବା ସମୟରେ ଜଣେ ଆପଣଙ୍କ ଆଖି ସହିତ ଆଖି ମିଶାଇ କଥା ହୋଇଥାଏ, ତା’ହେଲେ ଜାଣନ୍ତୁ ସେ ମିଛ କହୁନାହିଁ। ଯଦି ଜଣେ କଥା ହେବା ସମୟରେ ଆଖି ସହିତ ଆଖି ମିଶାଇ କଥା ହୋଇ ପାରୁନାହିଁ, ତା’ହେଲେ ଜାଣିବେ ଯେ ସେ ମିଛ କହୁଛନ୍ତି।
bustle.comକଥା ହେଉଥିବା ସମୟରେ ଯଦି ଜଣଙ୍କର କହିବାର ବେଗ ହଠାତ୍ ବଢିଯାଏ, ତେବେ ଜାଣନ୍ତୁ କିଛି ଲୁଚାଇବା ଉଦ୍ଦେଶ୍ୟରେ ଜଣେ ଜଲ୍ଦି ଜଲ୍ଦି କଥା ହେଉଛନ୍ତି । ସାଧାରଣ ଭାବରେ ଆପଣଙ୍କ ବନ୍ଧୁ ବା ଅନ୍ୟ କେହି କଥା ହେଉଥିବା ସମୟରେ ଯଦି ଭାବି ଭାବି କହୁଥାଆନ୍ତି, ତେବେ ଜାଣିବେ ଯେ ସେ କିଛି ଲୁଚାଉଛନ୍ତି। କଥା ହେଉଥିବା ସମୟରେ ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ କିଛି ପ୍ରଶ୍ନ ପଚାରିଲେ, ଯଦି ତାଙ୍କର କହିବାରେ ଶୈଳୀରେ ପରିବର୍ତ୍ତନ ଆସିଥାଏ, ତା’ହେଲେ ସେ ମିଛ କହୁଛନ୍ତି ବୋଲି ଅନୁମାନ କରିପାରିବେ।
Follow Us