ଜାଣନ୍ତି କି ! ପରିବା ଓ ଫଳ ଜରିଆରେ ହେପାଟାଇଟିସ୍‌ର ଭୂତାଣୁ ଶରୀରରେ ପ୍ରବେଶ କରିଥାଏ

Advertisment
ଜାଣନ୍ତି କି ! ପରିବା  ଓ ଫଳ ଜରିଆରେ ହେପାଟାଇଟିସ୍‌ର ଭୂତାଣୁ ଶରୀରରେ ପ୍ରବେଶ କରିଥାଏ

photo- deccan chronicle

ଆମ ସମାଜରେ ଆଜି ବି ଅନେକ ଲୋକ ହେପାଟାଇଟିସର ନାଆଁ ଶୁଣିଲେ ଡରନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ହେପାଟାଇଟିସ୍‌ଦ୍ୱାରା ସଂକ୍ରମିତ ହେଉଛି। ଏଥିମାନଙ୍କ ମଧ୍ୟରୁ ବହୁ ଲୋକ ମୃତ୍ୟୁ ମୁଖରେ ପଡନ୍ତି। ହେପାଟାଇଟିସର ଭୂତାଣୁ ୫ ପ୍ରକାରର। ଏଗୁଡ଼ିକ ହେଲା ହେପାଟାଇଟସ ଏ,ବି,ସି,ଡି ଓ ଇ। ଏହି ରୋଗରେ ସଂକ୍ରମଣ ହେଲେ ଯକୃତରେ ଜଳନ ଓ ସଂକ୍ରମଣ ହୋଇଥାଏ।

ଏବେ ଜାଣନ୍ତୁ କାହିଁକି ଏହି ରୋଗର ସଂକ୍ରମଣ ହୋଇଥାଏ। ପ୍ରଥମତଃ ପରିବା ଓ ଫଳ ଜରିଆରେ ହେପାଟାଇଟିସ୍‌ର ଭୂତାଣୁ ଶରୀରରେ ପ୍ରବେଶ କରିଥାଏ। ଏଣୁ ସେଗୁଡିକୁ ଭଲଭାବେ ଧୋଇବା ପରେ ଖାଆନ୍ତି। ହାତମଧ୍ୟରେ ବି ସଂକ୍ରମଣ ହୋଇପାରେ।

publive-image photo-youtube

ଏଣୁ ଖାଦ୍ୟଗ୍ରହଣ ପୂର୍ବରୁ ନିଜ ହାତକୁ ଭଲଭାବେ ସଫା କରନ୍ତି। କଞ୍ଚା ମାଛ ଜରିଆରେ ବି ଏହା ସଂକ୍ରମିତ ହୋଇଥାଏ। ଏଣୁ କେବେ ବି କଞ୍ଚା ମାଛ ଖାଆନ୍ତୁ ନାହିଁ। ମାଛକୁ ଭାଜି ଖାଇବା ଉଚିତ। ମେକଅପ୍‌ ପ୍ରଡକ୍ଟ ଜରିଆରେ ବି ଏହି ସଂକ୍ରମଣ ହୋଇଥାଏ। ଏଣୁ ନିଜର ମେକଅପ୍‌ ସାମଗ୍ରୀ ଅନ୍ୟକୁ ସେଆର କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe