ଆପଣଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

Advertisment
ଆପଣଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର

Narayana Health

ଗ୍ୟାସ୍‌ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା। ଗ୍ୟାସ୍‌ ସମସ୍ୟା ହେଲେ ଆମର ହଜମ ପ୍ରକ୍ରିୟା ଏକଦମ୍‌ ଦୁର୍ବଳ ହୋଇଯାଏ। ଫଳରେ ନାନା ରୋଗ ଶରୀରକୁ କବଳିତ କରି ବସେ। ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଥିଲେ ରକ୍ତସ୍ରାବ, କୋଷ୍ଠକାଠିନ୍ୟ, ଡାଇରିଆ, ବାନ୍ତି, ପେଟ ଯନ୍ତ୍ରଣା ଆଦି ବିଭିନ୍ନ ସମସ୍ୟା ହୋଇଥାଏ।

ଗ୍ୟାସ୍‌କୁ ଦୂରେଇ ଦେବାକୁ କୌଣସି ଔଷଧଠାରୁ ବେଶୀ ଉପକାରୀ ହେଉଛି ଘରୋଇ ଉପଚାର। ତେବେ ଚାଲନ୍ତୁ ଜାଣିବା କ’ଣ ସବୁ ଉପାୟ ଆପଣେଇବା ଦ୍ବାରା ଗ୍ୟାସ୍‌ ସମସ୍ୟାକୁ ଦୂର କରାଯାଇପାରେ।

ପ୍ରଚୁର ପରିମାଣରେ ପାଣି ପିଇବା ଦ୍ବାରା ଗ୍ୟା‌ସ୍‌ଷ୍ଟ୍ରିକ୍‌ ସମସ୍ୟାକୁ ନିୟନ୍ତ୍ରଣରେ ରଖାଯାଇପାରେ। ଆପଣ ଦିନକୁ ଅତି କମ୍‌ରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ। ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ।

ତଳକୁ ମୁହୁଁ କରି ଶୁଅନ୍ତୁ ନାହିଁ। ପେଟେଇକି ଶୋଇବା ଦ୍ବାରା ବି ଗ୍ୟାସ୍‌ ସମସ୍ୟା ବୃଦ୍ଧି ପାଇଥାଏ। ଆପଣ ସେପରି ଶୂୁଅନ୍ତୁ ନାହିଁ। କଡ଼େଇକି ଶୋଇବା ଗ୍ୟାସ୍‌ଷ୍ଟ୍ରିକ୍‌ ରୋଗୀଙ୍କ ପାଇଁ ବହୁତ ଭଲ।

ତେବେ ଗ୍ୟାସ୍‌ ସମସ୍ୟାକୁ ଦୂରେଇବାକୁ ଆପଣଙ୍କୁ ଅଦା ଖାଇବାକୁ ପଡ଼ିବ। ଅଦା ଖାଇଲେ ପେଟ୍‌ ଯନ୍ତ୍ରଣା କମ୍‌ ହୋଇଥାଏ। ଆପଣ ସକାଳୁ ଗରମ ପାଣିରେ ଅଦା ଘୋରି ମଧ୍ୟ ପିଇପାରିବେ।

ତେବେ ଆପଣଙ୍କ ଧୂମପାନ ଓ ମଦ୍ୟପାନଠାରୁ ନିଜକୁ ଦୂରେଇବାକୁ ପଡ଼ିବ।

ତେବେ କାଗିଜି ଲେମ୍ବୁ ଖାଇବା ଗ୍ୟାସ୍‌ ପେଟ ପାଇଁ ବହୁତ ଭଲ। ଏହ ଛଡ଼ା ଆପଣ ଦହି ଓ ପଇଡ଼ ପାଣି ମଧ୍ୟ ପିଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe