ଜଙ୍ଘ ଚର୍ବି ଖସାଇବାକୁ ଚାହାନ୍ତି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଜଙ୍ଘ ଚର୍ବି ଖସାଇବାକୁ ଚାହାନ୍ତି? ଆପଣାନ୍ତୁ ଏହି ସବୁ ଉପାୟ

ଓଜନ ବଢ଼ିବା ଯେତେ ସହଜ ହୋଇଥାଏ ଓଜନ କମିବା କିନ୍ତୁ ସେତେ ସହଜ ହୋଇନଥାଏ। କୌଣସି ନିର୍ଦ୍ଦିଷ୍ଟ ଅଙ୍ଗରୁ ମାଂସ କମାଇବାର ଇଚ୍ଛା ତ ନିହାତି ଅସମ୍ଭବ ବୋଲି କହିଲେ ଚଳିବ। ଏଥିପାରି ଜିମ୍‌ ଯିବାକୁ ପଡ଼ିଥାଏ। ମାତ୍ର ସେ ସମସ୍ୟାର ବି ସମାଧାନ ରହିଛି। ଆଜିକାଲି ଅଧିକାଂଶ ଲୋକଙ୍କ ଚର୍ବି ପ୍ରଥମେ ଜଙ୍ଘରେ ଲାଗିବା ଆରମ୍ଭ ହେଉଛି। ଫଳରେ ଚାଲିବାରେ ଅସୁବିଧା ହେଉଥିବାରୁ ନେଇ ଆଳସ୍ୟ ବି ଲାଗିଥାଏ। ଚାଲନ୍ତୁ ଜାଣିବା ଜଙ୍ଘ ଚର୍ବିକୁ କେମିତି ଚୁଟ୍‌କିରେ କମ୍‌ କରିପାରିବା।

ଯଥାସମ୍ଭବ ଅଧିକରୁ ଅଧିକ ପାଣି ପିଅନ୍ତୁ। ପାଣି ପଇିଲେ ବ୍ୟକ୍ତି ଚଳଚଞ୍ଚଳ ରହେ। ଜଙ୍ଘରୁ ଚର୍ବି ଖସାଇବା ପାଇଁ ଚଳଚଞ୍ଚଳ ରହିବା ନିହାତି ଦରକାର। ଆପଣ ଅନୁମାନ କରିଥିବେ ବିଶେଷ କରି ଅଳସୁଆ ଲୋକଙ୍କର ହିଁ ଜଙ୍ଘ ଚର୍ବି ବୃଦ୍ଧି ପାଇଥାଏ।

publive-image

ଯେତେ ପାରୁଛନ୍ତି ସେତେ କାମ କରନ୍ତୁ। ବିଶ୍ରାମ ନେବା ସମୟ ବେତିରେକ ଅନ୍ୟ ଯେଉଁ ସମୟରେ ପାରୁଛନ୍ତିି ସେ ସମୟରେ ବିଛଣାରେ ପଡ଼ି ରୁହନ୍ତୁ ନାହିଁ। ଏପରି କରିବା ଦ୍ୱାରା କେବଳ ଜଙ୍ଘ ଚର୍ବି ବଢ଼ିବା ନୁହେଁ ବରଂ ଆହୁରି ଗୁଡ଼ାଏ ସମସ୍ୟା ଉପୁଜିଥାଏ।

ତୈଳଯୁକ୍ତ ଖାଦ୍ୟ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଲହୁଣୀ, ଘିଅ, ଛେନା ଆଦି ଖାଇବା ଦ୍ୱାରା ପ୍ରଥମେ ଚର୍ବି ଜଙ୍ଘରୁ ଲାଗିବା ଆରମ୍ଭ ହୋଇଥାଏ। ଯେତେ ପାରୁଛନ୍ତିି ଏହି ସବୁ ଖାଦ୍ୟକୁ କମ୍‌ ଖାଇବାକୁ ଚେଷ୍ଟା କରନ୍ତୁ।

ଯଦି ବ୍ୟାୟାମ କରିବାକୁ ଚାହାନ୍ତି ତେବେ ମନେ ରଖନ୍ତୁ ଜଙ୍ଘ ଖସାଇବା ପାଇଁ ଦୌଡ଼ିବା ବା ଚାଲିବା ହେଉଛି ସବୁଠାରୁ ଭଲ ବ୍ୟାୟାମ। ଲଗାତର ମାସେ ଦୌଡ଼ିଲେ ବା ଚାଲିଲେ ଆଶାତୀତ ଚର୍ବି କମ୍‌ ହୋଇଥାଏ। ଆପଣ ପରୀକ୍ଷା କରି ଦେଖିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe