ନିଦରୁ ଉଠିବାମାତ୍ରେ କରନ୍ତୁ ନାହିଁ ଏହି ସବୁ କାମ

Advertisment
ନିଦରୁ ଉଠିବାମାତ୍ରେ କରନ୍ତୁ ନାହିଁ ଏହି ସବୁ କାମ

photo-amarujala

ରାତିରେ ଭଲ ନିଦ ହୋଇଥାଉ କି ନା ତାହା ଉପରେ କେହି ଗୁରୁତ୍ୱ ନ ଦେଇ ସକାଳେ ଧଡ଼ପଡ଼ ହୋଇ ଉଠିବା ଅନେକଙ୍କର ଅଭ୍ୟାସ। କିନ୍ତୁ ଏହା ଠିକ୍‌ ନୁହେଁ। କାରଣ ରାତିରେ ଶୋଇଥବା ବେଳେ ହୃଦୟକୁ ରକ୍ତ ସଞ୍ଚାଳନ ପ୍ରକ୍ରିୟା ଧିମା ହୋଇଥାଏ। କିନ୍ତୁ ଏହା ସ୍ୱାଭାବିକ ହେବା ଲାଗି କିଛି ସମୟ ଦରକାର ହୋଇଥାଏ। ହେଲେ ଆମେ ଯଦି ହଠାତ୍‌ ନିଦରୁ ଉଠିବା ତେବେ ସେହି ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ୍ୱାଭାବିକ ହେବା ପରିବର୍ତ୍ତେ ସିଧାସଳଖ ହୃଦୟ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି। ଏପରିକି ହୃଦଘାତ ବି ହୋଇପାରେ। ଏଣୁ ସକାଳେ ନିଦ ଭାଙ୍ଗିବାମାତ୍ରେ ହଠାତ୍‌ ନ ଉଠିବା ଭଲ। ବରଂ ଆଖି ଖୋଲିବାର କିଛି ସମୟ ଯାଏଁ ଖଟରେ ପଡ଼ି ରହିବା ଭଲ। ଟିକେ ବଡ଼ପଡ଼ ହେବା ଆହୁରି ଭଲ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରକ୍ରିୟା ସ୍ୱାଭାବିକ ହେବା ସହ ଏହାର ସୁପ୍ରଭାବ ହୃଦୟ ଉପରେ ପଡ଼ିବ।

publive-image photo-amarujala

ସକାଳେ ଉଠିବାମାତ୍ରେ କିଛି ଲୋକଙ୍କର ବଦଭ୍ୟାସ ହେଲା ସିଗାରେଟ୍‌ ଟାଣିବା। ସେମାନେ ସକାଳଟା ସିଗାରେଟରୁ ଆରମ୍ଭ କରିବାରେ ଭଲ ମଣନ୍ତି। କିନ୍ତୁ ସେମାନେ ଭୁଲି ଯାଆନ୍ତି ଏପରି କରିବା ହେତୁ ଶରୀରରେ କ୍ୟାନସରର ଆଶଙ୍କା ବହୁଗୁଣିତ ହୋଇଥାଏ। ଆଉ କିଛି ଲୋକଙ୍କର ଅଭ୍ୟାସ ହେଲା ଶେଯରେ ଗରମ କଫି ବା ବେଡ ଟି ପିଇ ଉଠିବେ। ଏହା ବି ଠିକ୍‌ ନୁହେଁ। ବରଂ ସକାଳେ ଉଠିବାପରେ ପ୍ରଥମେ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ। ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ପଦାକୁ ଆସିଥାଏ।

publive-image photo-amarujala

ଅପରପକ୍ଷରେ ସକାଳେ ଉଠିବାମାତ୍ରେ ମଦ ଭଳି ନିଶାଦ୍ରବ୍ୟ ବି ସେବନ କରିବା ଅନୁଚିତ। କାରଣ ଏହା ମଣିଷକୁ ଅକାଳ ମୃତ୍ୟୁ ଆଡକୁ ଠେଲି ଦେଇଥାଏ। ଆଉ ଏକ ଗୁରତ୍ୱପୂର୍ଣ୍ଣ କଥା ହେଲା ଯେ ନିଦରୁ ଉଠିବାମାତ୍ରେ ଆଦୌ ରାଗନ୍ତୁ ନାହିଁ। କାରଣ ଏଭଳି କଲେ ମାନସିକ ଅସନ୍ତୁଳନ ଦେଖା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe