କେଉଁସବୁ ଶାରୀରିକ ସମସ୍ୟାରୁ ରକ୍ଷା କରିଥାଏ ଅଦା ?

Advertisment
କେଉଁସବୁ ଶାରୀରିକ ସମସ୍ୟାରୁ ରକ୍ଷା କରିଥାଏ ଅଦା ?

photo-medicalnewstoday

ଅଦା ଦୈନନ୍ଦିନ ଜୀବନରେ ଏକ ବହୁଳ ବ୍ୟବହୃତ ମସଲା । ଆସନ୍ତୁ ଜାଣିବା ଏହାର ପ୍ରୟୋଗରେ କିଭଳି ଆମେ କେତେକ ଶାରୀରିକ ସମସ୍ୟାରୁ ରକ୍ଷା ପାଇବା
ବିମାନ ଯାତ୍ରା ବା ଲମ୍ବା ବସ ଯାତ୍ରା ଯୋଗୁଁ ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଅଦା ଖଣ୍ଡେ ଚୋବାଇ ଖାଇଲେ, ତାହା ତୁରନ୍ତ ଦୂରୀଭୂତ ହୋଇଥାଏ । ଠିକ୍‌ ସେହପରିି ଗର୍ଭବତୀ ମହିଳାମାନେ ଯଦି ସେଭଳି ଅନୁଭବ କରନ୍ତି, ତେବେ ସେମାନଙ୍କ ପାଇଁ ବି ଏହା ମହୌଷଧି ସଦୃଶ। ମାତ୍ର ୧ ରୁ ୨ ଗ୍ରାମ୍‌ ଅଦା ସେବନ ଦ୍ୱାରା ଏହା ସମ୍ଭବ ହେବ ବୋଲି ଜଣାଯାଇଛି ।
ଯଦି ଆପଣଙ୍କର ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେଉଥିବ, ସେହି ଜାଗାରେ ଅଦା ମିଶା ତେଲ ଲଗାଇଲେ ଉପଶମ ହୋଇଥାଏ । ଅନ୍ୟଥା ଆପଣ ସ୍ନାନ ମଧ୍ୟରେ ତେଲମିଶା ଅଦାକୁ ପାଣିରେ ପକାଇ ସେଥିରେ ଗାଧୋଇଲେ ଏଥିରୁ ମୁକ୍ତି ମିଳିଥାଏ । ନିୟମିତଭାବେ ଖାଦ୍ୟ ପରେ ଅଦା ଚୋବାଇ ଖାଇଲେ ବଦହଜମୀର ଶିକାର ହେବେ ନାହିଁ । ଠିକ୍‌ ସେହିପରି ଅଦା ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ । ଯଦି ନାକ ବନ୍ଦ ହୋଇଯାଇଛି ବା ଛାତିରେ କଫ ଭର୍ତ୍ତି ଅଛି ବା ଯନ୍ତ୍ରଣା ଅନୁଭୂତ ହେଉଛି, ତେବେ ଅଦା ମିଶା ଚାହା ପିଇଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ଗବେଷଣାରୁ ଜଣାଯାଇଛି । ଠିକ୍‌ ସେହିପରି ଥଣ୍ଡା ହୋଇଥିଲେ ବି ଏହା ଆପଣଙ୍କୁ ଆରାମ ଦେଇଥାଏ ।

publive-image photo-youtube

ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ଅଦା । ଠିକ୍‌ ସେହିପରି ଏହା ଶ୍ୱାସ ପ୍ରକ୍ରିୟାରେ କିଛି ଅସୁବିଧା ଥିଲେ, ତାକୁ ଦୂର କରିଥାଏ ଅଦା । ଖାଲି ସେତିକି ନୁହେଁ ଅଦା ରକ୍ତ ସୁଗାର ସ୍ତର ହ୍ରାସ କରିଥାଏ ଓ ଆପଣଙ୍କୁ ହୃଦ୍‌ରୋଗରୁ ରକ୍ଷା କରିପାରେ ବୋଲି ମଧ୍ୟ କୁହାଯାଏ । ଅଦା ଗ୍ୟାଷ୍ଟ୍ରାଇଟ୍‌ ସମସ୍ୟାରୁ ମଧ୍ୟ ଦୂରୀଭୂତ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe