ଏବେ ଘରେ ଘରେ ଥଣ୍ଡା ଜ୍ବର: ଅଦା ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି, କରନ୍ତୁନି ହେଳା

ଏବେ ଘରେ ଘରେ ଥଣ୍ଡା ଜ୍ବର: ଅଦା ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି, କରନ୍ତୁନି ହେଳା

Portfolio Coffee

ଏବେ ସମସ୍ତଙ୍କୁ ହେଉଛି ଥଣ୍ଡା ଜ୍ବର। ପାଗ ବରିବର୍ତ୍ତନ ହେତୁ ଜ୍ବର ଏବେ ଘରେ ଘରେ। ଔଷଧ ଖାଇଲେ ତ ଉପଶମ ପାଇବେ। ମାତ୍ର ଘରୋଇ ଉପାୟରେ ବି ଏହି ଥଣ୍ଡାକୁ ନିୟନ୍ତ୍ରଣ କରାଯାଇପାରିବ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ବାରମ୍ବାର ଦେହ ଖରାପ ହୋଇଥାଏ। ମାତ୍ର ରୋଗ ପ୍ରତି‌ରୋଧକ ଶକ୍ତି ବଢ଼‌ାଇବାର ସବୁଠାରୁ ଭଲ ଉପାୟ ହେଉଛି ଅଦା।

ଆପଣମାନେ ସମସ୍ତେ ଜାଣନ୍ତି ଯେ ଅଦା ଏକ ଏପରି ମସଲା ଯାହା କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ବରଂ ଏଥିରେ ବହୁ ଉପକାରୀ ଗୁଣ ମଧ୍ୟ ରହିଛି। ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ଖୁବ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ଅଦା ଖାଇବା ଦ୍ୱାରା ଆପଣଙ୍କର ଯଦି ଥଣ୍ଡାଜନୀତ ତଣ୍ଟି ଦରଜ ସମସ୍ୟା ଥିବ ତ କମ୍‌ ହୋଇଯିବ। ଥଣ୍ଡା ହେତୁ ଦେହ ଦରଜ ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ଜଣାଯାଏ।

ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍‌ ଭଲ ହୋଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ ଦିନକୁ ୨ ଗ୍ରାମ୍‌ ଅଦା ଖାଇବା ଦ୍ୱାରା ରକ୍ତରୁ ସର୍କରା ସ୍ତର ୧୦ ପ୍ରତିଶତ କମ୍‌ ହୋଇଥାଏ।

ଏହାର କୌଣସି ପାର୍ଶ୍ୱ ପ୍ରଭାବ ମଧ୍ୟ ନାହିଁ। ଶରୀରରୁ ଚର୍ବି ଖସାଇବାରେ ଅଦାର ଭୂମିକା ଅତୁଳନୀୟ। ରୀତିମତ ଅଦା ଖାଇବା ଅଭ୍ୟାସ କଲେ ଶରୀରରେ ଥିବା ଅତିରିକ୍ତ ଚର୍ବି ହ୍ରାସ୍‌ ପାଇଥାଏ। ହେଲେ ମନେ ରଖନ୍ତୁ ମାତ୍ରାଧିକ ଅଧା ଖାଇଲେ ପେଟ ଗରମ ହୋଇଯାଇପାରେ। ତେବେ କାଶ ହେଉଥିଲେ ବି ସୀମା ଭିତରେ ଅଦା ଖାଇବା ଭଲ। ଅଦା ପକା ନାଲି ଚା’ ଶରୀର ପାଇଁ ଖୁବ୍ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe