Advertisment

ବର୍ଷା ଋତୁରେ ଅଦା ନେବ କେଶର ଯତ୍ନ, ଜାଣନ୍ତୁ କେମିତି

Advertisment
ବର୍ଷା ଋତୁରେ ଅଦା ନେବ କେଶର ଯତ୍ନ, ଜାଣନ୍ତୁ କେମିତି

ସାଧାରଣତଃ ଶୀତ ଋତୁ ଓ ବର୍ଷା ଋତୁର ମଜାନେବାକୁ ଯାଇ ଲୋକେ ଅଦା ପକା ଚା’ ପିିଇଥା’ନ୍ତି। କାରଣ ଏହା ଏହି ଋତୁର ମଜାକୁ ଅଦା ଚା’ ଦ୍ୱିଗୁଣିତ କରିଦେଇଥାଏ। କେବଳ ଯେ ଚା’ ତାହା ନୁହେଁ, ଅନେକ ପ୍ରକାରର ବ୍ୟଞ୍ଜନରେ ମଧ୍ୟ ଆମେ ଅଦାର ବ୍ୟବହାର କରିଥାଉ।ଯାହାକି ଖାଦ୍ୟର ସ୍ୱାଦକୁ ବଦଳାଇଦେଇଥାଏ। ଅଦା ଆମ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହିତ ସୌନ୍ଦର୍ଯ୍ୟ ଲାଗି ବେଶ୍‌ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଅଦାରେ ରହିଥିବା ବିଶେଷ ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆପଣ ଯଦି ଆପଣଙ୍କ କେଶଜନିତ କୌଣସି ସମସ୍ୟା ଲାଗି ଚିନ୍ତାରେ ପଡ଼ିଥା’ନ୍ତି ତ, ତେବେ ଅଦାର ପ୍ରୟୋଗ କରିପାରନ୍ତି। ଜାଣନ୍ତୁ କେଶରେ ହେଉଥିବା ସମସ୍ୟା ଲାଗି କିଭଳି ଅଦାର ପ୍ରୟୋଗ କରାଯାଇଥାଏ....

publive-image

୧-ସକାଳୁ ଉଠି ଖାଲିପେଟରେ ଅଦା ଖାଇବା ଦ୍ୱାରା କେଶରେ ପ୍ରାକୃତିକ ଚମକ ଆସିଥାଏ।

୨-ଅଦା ରସରେ ଲେମ୍ବୁ ରସକୁ ମିଶାଇ ଲଗାଇବା ଦ୍ୱାରା ବି କେଶକୁ ଅନେକ ଫାଇଦା ମିଳିଥାଏ।

୩-ତେଣୁ ବଜାରରେ ମିଳୁଥିବା ଅଦାରୁ ପ୍ରସ୍ତୁତ ତେଲକୁ ଆଣି ଆପଣଙ୍କ କେଶରେ ଲଗାନ୍ତୁ। କାରଣ ଅଦାରେ ଆଣ୍ଟିବ୍ୟାକ୍ଟେରିୟାଲ୍‌ ଗୁଣ ନିହିତ ରହିଥାଏ, ଯାହାକି କେଶକୁ କର୍କଶ ହେବାକୁ ଦିଏନାହିଁ।

୪- ଏଥିସହିତ ଅଦାର ଗଣ୍ଠିକୁ କେଶମୂଳରେ ଘଷିବା ଦ୍ୱାରା ବି କେଶ ଝଡ଼ିବା ବନ୍ଦ ହୋଇଥାଏ।

୫-କେଶକୁ ଘନ ଓ ଲମ୍ବା ହେବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ ଅଦା।

publive-image

୬-ଏହାସହିତ ରୂପି ସମସ୍ୟା ହେଉଥିଲେ ଆପଣ ଅଦା ରସକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଆପଣଙ୍କ କେଶମୂଳରେ ମାଲିସ୍‌ କରି ଛାଡିଦିଅନ୍ତୁ। ଏହାପରେ ଆପଣଙ୍କ କେଶକୁ ସାମ୍ପୁ ସାହାଯ୍ୟରେ ଧୋଇଦିଅନ୍ତୁ।

୪- ଦୁଇମୁହାଁ କେଶ ସମସ୍ୟା ଲାଗି ବି ଅଦାର ରସ ବହୁତ ଲାଭକାରୀ।

୮-ତେବେ କେଶରେ ଚମକ ଆଣିବାକୁ ଚାହୁଁଥିଲେ ଅଦା ରସ ସହିତ ଅଲିଭ୍‌ ତେଲକୁ ମିଶାଇ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହାପରେ ଆପଣ କେଶକୁ ଧୋଇଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe