ଖୁସିଖବର: ଡାଇବେଟିସ ବିରୋଧରେ ଲଢ଼ିବେ ଭାରତ-ଫ୍ରାନ୍ସ , ଚିହ୍ନଟ କରିବେ ଆନୁବଂଶିକ କାରକ

ଖୁସିଖବର: ଡାଇବେଟିସ ବିରୋଧରେ ଲଢ଼ିବେ ଭାରତ-ଫ୍ରାନ୍ସ , ଚିହ୍ନଟ କରିବେ ଆନୁବଂଶିକ କାରକ

ନୂଆଦିଲ୍ଲୀ: ଡାଇବେଟିସ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଖୁସିଖବର ଆସିଛି। ଡାଇବେଟିସ ବିରୋଧରେ ଭାରତ ଫ୍ରାନ୍ସ ମିଳିତ ଭାବେ ଲଢ଼େଇ ଆରମ୍ଭ କରିବେ। ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପକ୍ଷରୁ ଦୁଇ ଦେଶର ବୈଜ୍ଞାନିକମାନଙ୍କୁ ଏନେଇ ଏକଜୁଟ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏହା ଅନ୍ତର୍ଗତ ଭାରତ ଏବଂ ଫ୍ରାନ୍ସର ପ୍ରୟୋଗଶାଳାରେ ଡାଇବେଟିସର ଆନୁବଂଶିକ କାରକ ଚିହ୍ନଟ କରିବା‌ ଲାଗି ବିଭିନ୍ନ ଗବେଷଣା କରିବେ।

ଆଇସିଏମଆର ଅନୁସାରେ ଭାରତରେ ସମ୍ପ୍ରତି ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ୨୦୪୫ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୨.୪୦ କୋଟିରୁ ଅଧିକ ହେବାର ଆଶଙ୍କା ରହିଛି। ଅଧ୍ୟୟନ ଅନୁସାରେ ଗତ ୪୦ ବର୍ଷ ମଧ୍ୟରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ହୋଇଛି। ଫ୍ରାନ୍ସରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି। ତେଣୁ ଭାରତ ଫ୍ରାନ୍ସ ମିଳିତ ଭାବେ ଏହି ସମସ୍ୟାର ଆନୁବଂଶିକ କାରକ ଚିହ୍ନଟ ନେଇ ଗୁରୁତ୍ବାରୋପ କରାଯାଉଛି।

ଆନୁବଂଶିକ କାରକ ଚିହ୍ନଟ ହେବାପରେ ଏହାର ଚିକିତ୍ସା ଅଧିକ ସହଜ ହୋଇପାରିବ ବୋଲି କୁହାଯାଉଛି। ଭାରତରେ ଏହି ରୋଗୀଙ୍କ ସଂଖ୍ୟା ଲଗାତାର ବଢ଼ିଚାଲିଥିବାବେଳେ ଫ୍ରାନ୍ସରେ ଏହା ଏକ ମହାମାରୀର ରୂପ ନେବାରେ ଲାଗିଛି। ଏହା ଦ୍ବାରା ଫ୍ରାନ୍ସର ଏକ ବୃହତ ଜନସଂଖ୍ୟା ଆକ୍ରାନ୍ତ ହୋଇଛନ୍ତି। ବ୍ୟସ୍ତବହୁଳ ଜୀବନ ଶୈଳୀରେ କେତେକ ପରିବର୍ତ୍ତିତ ଆଚରଣ ଆପେଣଇବା ଦ୍ବାରା ଏହି ସମସ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe