ବ୍ୟକ୍ତି ନିକଟରେ ଥିବା ଏହି ସବୁ ଗୁଣ ସଂପର୍କକୁ ମଜ୍‌ବୁତ କରାଏ!

ବ୍ୟକ୍ତି ନିକଟରେ ଥିବା ଏହି ସବୁ ଗୁଣ ସଂପର୍କକୁ ମଜ୍‌ବୁତ କରାଏ!

Purchase this image at http://www.stocksy.com/72317

ଅବଶ୍ୟ ଏହା ସତ ଯେ ସତ ସଂପର୍କଟିଏ ଗୁଣ ଉପରେ ନିର୍ଭର କରେ ନାହିଁ। ଦୁହିଁଙ୍କର ଦୁହିଁଙ୍କ ପ୍ରତି ଉଚିତ ପରିମାଣର ସ୍ନେହ, ଶ୍ରଦ୍ଧା ଥିଲେ ସବୁ ଖରାପ ଗୁଣ ନଗଣ୍ୟ ହୋଇଯାଏ। ତଥାପି ଅନେକ ସମୟରେ ଏମିତି ବି ହୁଏ, ଭରପୂର ଭଲପାଇବା ଥିବା ସତ୍ୱେ ସଂପର୍କ ଭାଙ୍ଗିଯାଏ। ବ୍ୟକ୍ତିର ଏମିତି କିଛି ଗୁଣ ସଂପର୍କକୁ ଭାଙ୍ଗି ଦିଏ ଏବଂ ଏମିତି କିଛି ଗୁଣ ସଂପର୍କକୁ ସଜାଡ଼ିବାକୁ ବାରଣ କରେ। ତେବେ, ଚାଲନ୍ତୁ ଜାଣିବା ସେ ଗୁଣଗୁଡ଼ିକ କ’ଣ। ଯେଉଁ ଗୁଣ ପ୍ରତି ସଚେତନ ରହିଲେ ଏକ ସୁସଂପର୍କ ଗଠନ ସମ୍ଭବ।

publive-image

-‘କ୍ଷମା କଲେ ମାଆ କ୍ଷମା ତ ମିଳଇ କ୍ଷମାର ଯେ ନାହିଁ ଅନ୍ତ; କ୍ଷମାର ଗ୍ରହୀତା, କ୍ଷମା ଦାତା ଦୁହେଁ ଏ ଭୁବନେ ଭାଗ୍ୟବନ୍ତ’। ଅର୍ଥାତ କ୍ଷମା କରୁଥିବା ବ୍ୟକ୍ତିକୁ ଅବଶ୍ୟ କ୍ଷମା ମିଳେ। କ୍ଷମା ଗ୍ରହଣକାରୀ ଏବଂ କ୍ଷମା ଦାତା ଉଭୟ ଭାଗ୍ୟବାନ ହୋଇଥାନ୍ତି। ସଂପର୍କ ପାଇଁ ଆପଣଙ୍କୁ କ୍ଷମାଶୀଳ ହେବା ନିହାତି ଜରୁରୀ। କାହିଁକି ନା, ମଣିଷ ମାନେ ହିଁ ଦୋଷ, ଦୁର୍ବଳତା ରହିବ। ତା ସତ୍ୱେ ବି ସେ ସବୁକୁ ଭୁଲି, ଅନ୍ୟକୁ କ୍ଷମା ଦେଇ ଆମକୁ ସଂପର୍କ ଆଗେଇ ନେବାକୁ ହେବ।publive-image

- କ୍ଷମାଶୀଳ ହେବା ସଙ୍ଗେ ସଙ୍ଗେ ଆମକୁ ସହିଷ୍ଣୁ ହେବା ମଧ୍ୟ ଜରୁରୀ। କାହିଁକି ନା, ଜଣେ ଅସହିଷ୍ଣୁ ବ୍ୟକ୍ତି କେବେ କ୍ଷମା ପରି ମହତ ଗୁଣର ଅଧିକାରୀ ହୋଇପାରେନା। ଆପଣ ଏ କଥା ନିଶ୍ଚୟ କେଉଁଠୁ ଶୁଣିଥବେ ଯେ ‘କହିବା ବ୍ୟକ୍ତି ବଡ଼ ନୁହେଁ, ସହିବା ବ୍ୟକ୍ତି ବଡ଼ ହୋଇଥାଏ’। ବ୍ୟକ୍ତି ନିକଟରେ ସହିଷ୍ଣୁ ଗୁଣ ରହିଲେ ସେ ସବୁ ସଂପର୍କକୁ ତୁଲାଇପାରେ।publive-image

-କେବଳ ଅନ୍ୟକୁ ସହିବା ଓ ଦେବା କ୍ଷମା ଦ୍ୱାରା ସଂପର୍କ ମଜବୁତ୍‌ ହୁଏ ନାହିଁ, ଅନ୍ୟର ଭାବନାକୁ ସମ୍ମାନ ଦେବା ମଧ୍ୟ ଏକ ମହତ ଗୁଣ। ସବୁବେଳେ ନିଜ ଜିଦ୍‌ ହିସାବରେ ଅନ୍ୟକୁ ଚଳାଇବାକୁ ଚେଷ୍ଟା କଲେ ସଂପର୍କ ଦୁର୍ବଳ ହୋଇ ପଡ଼େ। ଅପରପାର୍ଶ୍ୱର ଲୋକ ଆପଣଙ୍କୁ ଅହଂକାରୀ ଓ ସ୍ୱାର୍ଥୀ ଭାବି ବିରକ୍ତ ପ୍ରକାଶ କରିପାରନ୍ତି। ସଂପର୍କ ପାଇଁ ଜିଦ୍‌ ପରିତ୍ୟାଗ କଲେ କେହି କେବେ ଛୋଟ ହୋଇଯାଏନା, ବରଂ ଅନ୍ୟ ଆଖିରେ ସମ୍ମାନ ଆହୁରି ବଢ଼ିଯାଏ।publive-image

-ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଜଣେ ଉତ୍ତମ ବ୍ୟକ୍ତିର କାର୍ଯ୍ୟ। ଯଦି ଅନ୍ୟ ଉପରେ ନିଜର ଅଧିକାର  ସାବ୍ୟସ୍ତ କରିପାରୁଛନ୍ତି ତେବେ ସେଠାରେ ଆପଣଙ୍କର କିଛି କର୍ତ୍ତବ୍ୟ ରହିଛି ବୋଲି ଭୁଲନ୍ତୁ ନାହିଁ। ଆପଣଙ୍କୁ ଶ୍ରଦ୍ଧା କରୁଥିବା ବ୍ୟକ୍ତିର ଦାବି, ଯିଦ୍‌ ପୂରା କରିବା ଆପଣଙ୍କ କର୍ତ୍ତବ୍ୟ। ମନେରଖନ୍ତୁ, ଜଣେ ବ୍ୟକ୍ତି ସେହି ଲୋକ ନିକଟରେ ନିଜର ଦାବି ରଖେ ଯାହାକୁ ସେ ବିଶ୍ୱାସ କରେ। ଅନ୍ୟର ବିଶ୍ୱାସକୁ ଆପଣଙ୍କ ଜିଦ୍‌ ଯେମିତି ଅସମ୍ମାନ ନ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe